ଓଡିଶା

odisha

ଓସ୍ତାଲି ଡ୍ୟାମ କ୍ଷତିଗ୍ରସ୍ତ ଚାଷୀଙ୍କ ଆନ୍ଦୋଳନ, ଆମରଣ ଅନଶନ ଚେତାବନୀ

By

Published : Jan 1, 2021, 10:07 AM IST

କ୍ଷେତକୁ ପାଣି ପାଇଁ ଚାଷୀଙ୍କ ଆନ୍ଦୋଳନ। କେନାଲକୁ ଅବରୋଧ କରିବାରୁ ଶତାଧିକ ଚାଷୀଙ୍କ କ୍ଷେତକୁ ପାଣି ଲାଗି ପାରୁ ନାହିଁ। ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନରେ ଚାଷୀ। ଅଧିକ ଖବର ପଢନ୍ତୁ...

ଓସ୍ତାଲି ଡ୍ୟାମ କ୍ଷତିଗ୍ରସ୍ତ ଚାଷୀଙ୍କ ଆନ୍ଦୋଳନ, ଆମରଣ ଅନଶନ ଚେତାବନୀ
ଓସ୍ତାଲି ଡ୍ୟାମ କ୍ଷତିଗ୍ରସ୍ତ ଚାଷୀଙ୍କ ଆନ୍ଦୋଳନ, ଆମରଣ ଅନଶନ ଚେତାବନୀ

ବଲାଙ୍ଗୀର: କ୍ଷେତକୁ ପାଣି ପାଇଁ ଚାଷୀଙ୍କ ଆନ୍ଦୋଳନ। ବଲାଙ୍ଗୀର ବେଲପଡା ଠାରେ ଥିବା ଓସ୍ତାଲି ଡ୍ୟାମର କ୍ଷତିଗ୍ରସ୍ତ ଚାଷୀଙ୍କ ଆନ୍ଦୋଳନ। କେନାଲକୁ ଅବରୋଧ କରିବାରୁ ଶତାଧିକ ଚାଷୀଙ୍କ କ୍ଷେତକୁ ପାଣି ଲାଗି ପାରୁ ନାହିଁ।

ଓସ୍ତାଲି ଡ୍ୟାମ କ୍ଷତିଗ୍ରସ୍ତ ଚାଷୀଙ୍କ ଆନ୍ଦୋଳନ, ଆମରଣ ଅନଶନ ଚେତାବନୀ

ତେବେ ଗତ 1999 ମସିହାରେ ଏହି ଡ୍ୟାମ ତିଆରି ହୋଇଥିବା ବେଳେ ଏହାଦ୍ୱାରା ଚାରୋଟି ପଞ୍ଚାୟତର ଏକ ହଜାର ହେକ୍ଟର ଚାଷ ଜମି ଜଳ ସେଚିତ ହେଉଥିଲା। ହେଲେ ଏହି ଡ୍ୟାମ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦୁଇ ଚାଷୀ କ୍ଷତି ପୂରଣ ଦାବିରେ ଏହି ଡ୍ୟାମର ଦୁଇ ପାର୍ଶ୍ଵର କେନାଲକୁ ଅବରୋଧ କରିଛନ୍ତି।

ଫଳରେ ତଳ ମୁଣ୍ଡକୁ ପାଣି ଯାଉନଥିବା ବେଲେ ଶତାଧିକ ଚାଷୀ ଏଥିରେ ପ୍ରଭାବିତ ହୋଇଛନ୍ତି। ଏବଂ ପାଣି କ୍ଷେତକୁ ଲାଗି ପାରୁନଥିବା ବେଳେ ଆଗକୁ ରବି ଫସଲ ହୋଇ ପାରିବା ନେଇ ଆଶଙ୍କା ଦେଖା ଦେଇଛି।

ସେପଟେ ଚାଷୀ ଏହାର ସମାଧାନ ପାଇଁ ପ୍ରଶାସନର ଦ୍ୱାରସ୍ତ ହୋଇ ମଧ୍ୟ ଫଳ କିଛିନ ହେବାରୁ ଗୁରୁବାର ଆନ୍ଦୋଳନକୁ ଓଲ୍ହାଇଥିଲେ। ଏବଂ ବଲାଂଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆଗାମୀ 48 ଘଣ୍ଟା ମଧ୍ୟରେ କ୍ଷେତକୁ ପାଣି ନ ଲାଗିଲେ ଆମରଣ ଅନସନ କରିବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details