ଓଡିଶା

odisha

ଘରୋଇ କଳହରୁ ଯୁବକର ବିଷ ପିଇ ଆତ୍ମହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଜାରି

By

Published : May 22, 2021, 10:47 PM IST

ବଲାଙ୍ଗୀରରେ ଅଭାବନୀୟ ଘଟଣା, ଘରୋଇ କଳହରୁ ଯୁବକଙ୍କ ବିଷ ପିଇ ଆତ୍ମହତ୍ୟା ଅଭିଯୋଗ । ତଦନ୍ତ ଆରମ୍ଭ କରିଛି ସଇଁତଳା ପୋଲିସ । ଅଧିକ ପଢନ୍ତୁ...

ଘରୋଇ କଳହରୁ ଯୁବକର ବିଷ ପିଇ ଆତ୍ମହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଜାରି
ଘରୋଇ କଳହରୁ ଯୁବକର ବିଷ ପିଇ ଆତ୍ମହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଜାରି

ବଲାଙ୍ଗୀର : ଘରୋଇ କଳହକୁ କେନ୍ଦ୍ର କରି ଯୁବକର ବିଷ ପିଇ ଆତ୍ମହତ୍ୟା ଅଭିଯୋଗ । ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ ବୁଡ଼ା ବାହାଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ଯୁବକ ପ୍ରେମାନନ୍ଦ ସାହୁ ଆଜି ଘରେ ଥିବାବେଳେ ବିଷ ପିଇ ଦେଇଥିବା ଜଣାପଡିଥିଲା ।

ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ସଇଁତଳା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଉକ୍ତ ମାମଲାରେ ସଇଁତଳା ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details