ଓଡିଶା

odisha

ଗ୍ରାମ୍ୟ ରାସ୍ତା ବିବାଦକୁ ନେଇ ଜାତୀୟ ରାଜପଥ ଅବରୋଧ, ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ

By

Published : Jul 8, 2021, 6:33 PM IST

Updated : Jul 8, 2021, 10:52 PM IST

ନୟାଗଡ଼ ଜିଲ୍ଲାରେ ଗ୍ରାମ୍ୟ ରାସ୍ତା ବିବାଦକୁ ନେଇ ମୁହାଁମୁହିଁ ଦୁଇ ଗ୍ରାମବାସୀ । ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତାରୋକ ହଟିଛି । ଫଳରେ ଜାତୀୟ ରାଜପଥରେ ଯାତାୟତ ସ୍ବାଭାବିକ ହୋଇଛି । ଅଧିକ ପଢନ୍ତୁ...

ଗ୍ରାମ୍ୟ ରାସ୍ତା ବିବାଦକୁ ନେଇ ଜାତୀୟ ରାଜପଥ ଅବରୋଧ, ଅଟକି ରହିଛି ଶତାଧିକ ଗାଡି
ଗ୍ରାମ୍ୟ ରାସ୍ତା ବିବାଦକୁ ନେଇ ଜାତୀୟ ରାଜପଥ ଅବରୋଧ, ଅଟକି ରହିଛି ଶତାଧିକ ଗାଡି

ନୟାଗଡ଼: ସଦର ଥାନା ଗୁଡୁପାଙ୍ଗି ଏବଂ 17 ଖଣ୍ଡ ମୌଜା ମଧ୍ୟରେ ଲାଗିଥିବା ଦୀର୍ଘ ଦିନର ବିବାଦ ଆଜି ପୁଣି ଉଗ୍ର ରୂପ ନେଇଛି । ରାଜରାସ୍ତାକୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଫଳରେ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରେ ଅଟକି ରହିଥିଲା ଶତାଧିକ ଗାଡ଼ି ମୋଟର l ଦୀର୍ଘ 8 ଘଣ୍ଟା ଧରି ଅବରୋଧ ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରୁ ରାସ୍ତାରୋକ ହଟିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିବା ପରେ ଶାନ୍ତ ପଡିଛନ୍ତି 17 ଖଣ୍ଡ ମୌଜାର ଅଧିବାସୀ ।

ଗ୍ରାମ୍ୟ ରାସ୍ତା ବିବାଦକୁ ନେଇ ଜାତୀୟ ରାଜପଥ ଅବରୋଧ, ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ

ଗୁଡୁପାଙ୍ଗି ଏବଂ 17 ଖଣ୍ଡ ମୌଜା ମଧ୍ୟରେ ଦୀର୍ଘ ଦିନ ହେବ ରାସ୍ତା ନିର୍ମାଣକୁ ନେଇ ବିବାଦ ଲାଗି ରହିଥିଲା । 17 ଖଣ୍ଡ ମୌଜାକୁ ଯିବାକୁ ଥିବା ରାସ୍ତା ପାଇଁ ଗୁଡୁପାଙ୍ଗି ଗାଁ ଲୋକମାନେ ଜମି ଛାଡିନଥିଲେ । ତେବେ ଏନେଇ ଶାନ୍ତି କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ସୂତ୍ର ବାହାରି ପାରିନଥିଲା । ଅନ୍ୟ ପକ୍ଷରେ ଗୁଡୁପାଙ୍ଗି ଗାଁର ଲୋକମାନେ ଗ୍ରୀନ ଟ୍ରିବ୍ୟୁନାଲରେ ଏନେଇ ଏକ ମାମଲା ଦାୟର କରିଥିଲେ । ତେବେ ମାମଲାଟି ଟ୍ରିବ୍ୟୁନାଲଙ୍କ ବିଚାରାଧୀନ ଥିବାରୁ ରାୟ ଆସିବାର 1 ମାସ ମଧ୍ୟରେ ଜିଲ୍ଲା ପ୍ରଶାସନ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jul 8, 2021, 10:52 PM IST

ABOUT THE AUTHOR

...view details