ଓଡିଶା

odisha

ମାନିଲେନି କଟକଣା, ନବବର୍ଷରେ ମନ୍ଦିରରେ ଅସମ୍ଭାଳ ଭିଡ

By

Published : Jan 1, 2022, 2:15 PM IST

କୋଭିଡ ପାଇଁ ସବୁଠି ଦେବାଳୟକୁ ତିନିଦିନ ବନ୍ଦ କରିବାକୁ ଗାଇଡଲାଇନ ଜାରି କରାଯାଇଥିବା ବେଳେ ଅନୁଗୋଳରେ ସେଥିରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ନୂଆବର୍ଷ ପାଳନ ପାଇଁ ମନ୍ଦିରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

କୋଭିଡ କଟକଣାକୁ ଫୁ: ଅନୁଗୋଳରେ ଖୋଲିଲା ମନ୍ଦିର, ନାହିଁ ପ୍ରଶାସନର ନଜର
କୋଭିଡ କଟକଣାକୁ ଫୁ: ଅନୁଗୋଳରେ ଖୋଲିଲା ମନ୍ଦିର, ନାହିଁ ପ୍ରଶାସନର ନଜର

ଅନୁଗୋଳ: ସାରା ରାଜ୍ୟରେ କୋଭିଡ କଟକଣା କଡାକଡି ଥିବାବେଳେ ଶିଳ୍ପ ନଗରୀ ଅନୁଗୋଳରେ କିନ୍ତୁ ଢିଲା। ସବୁଠି ଦେବାଳୟକୁ ତିନିଦିନ ପାଇଁ ବନ୍ଦ କରିବାକୁ ଗାଇଡଲାଇନ ଜାରି କରାଯାଇଥିବା ବେଳେ ଅନୁଗୋଳରେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।

କୋଭିଡ କଟକଣାକୁ ଫୁ: ଅନୁଗୋଳରେ ଖୋଲିଲା ମନ୍ଦିର, ନାହିଁ ପ୍ରଶାସନର ନଜର

ଆଜି(ଶନିବାର) ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଖୋଲା ରହି ଥିବାରୁ ଏଠାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ସବୁ ସ୍ଥାନରେ କୋଭିଡ ସଂକ୍ରମଣ ଭୟରେ ଦେବାଳୟଗୁଡିକ ବନ୍ଦ ରହିଥିବା ବେଳେ ଶୈଳ ଶ୍ରୀକ୍ଷେତ୍ର କିନ୍ତୁ ଖୋଲା ରହିଛି । ତେଣୁ ନୂଆ ବର୍ଷ ପାଳନ ପାଇଁ ଲୋକଙ୍କର ଏଠାରେ ଭିଡ଼ ଜମିଛି। ମନ୍ଦିର ପ୍ରଶାସନ ନା ପୋଲିସ, କେହି ବି ଏଥିପ୍ରତି ନିଘା ରଖି ନାହାନ୍ତି। ଫଳରେ ଲୋକେ ବିନା ମାକ୍ସରେ ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

ଅନୁଗୋଳରେ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details