ଅନୁଗୋଳ:ଧୀରେଧୀରେ କୋରାେନା କବଳରୁ ମୁକ୍ତ ହେଉଛନ୍ତି ରାଜ୍ୟବାସୀ । ଦୁଇବର୍ଷ ହେଲା ମଞ୍ଚ ନାଟକ ବନ୍ଦ ରହିଛି । ଏବେ ପୁଣି ସ୍ବାଭାବିକ ସ୍ଥିତି ଫେରୁଥୁବାରୁ ଅନୁଗୋଳ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଅନୁଗୋଳ ଜିଲ୍ଲା ମହୋତ୍ସବ । ଆସନ୍ତା ମାସରେ ୩ଦିନ ଧରି ହେବାକୁ ଯାଉଛି ଅନୁଗୋଳ ଜିଲ୍ଲା ମହୋତ୍ସବ ୨୦୨୨।
ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦ୍ଵିତୀୟ ତଥା ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧାନ୍ତ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚଳିତ ଥର ୩ଦିନ ଧରି ଆୟୋଜିତ ହେବ ମହୋତ୍ସବ । ଏଥିରେ ଦୁଇଦିନ ରାଜ୍ୟ ବାହାରର କଳାକାରମାନେ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିର ହୋଇଥିବାବେଳେ ଗୋଟିଏ ଦିନ ରାଜ୍ୟ ପ୍ରତିଷ୍ଠିତ କଳାକାରମାନଙ୍କୁ ନେଇ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିର ହୋଇଛି ।