ଲଣ୍ଡନ:ମିକ୍ସଡ ଡବଲ୍ସ ଯୋଡି ସାନିଆ ମୀର୍ଜା ଓ ରୋହନ ବୋପାନ୍ନା ଚଳିତ ୱିମ୍ବଲଡନ 2021 ଟୁର୍ଣ୍ଣାମେଣ୍ଟର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଭାରତୀୟ ଯୋଡି ସାନିଆ ଓ ବୋପାନା, ବ୍ରିଟେଟ ଯୋଡି ଐଦାନ ମକହଗ୍ ଓ ଏମଲି ୱେବଲେ-ସ୍ମିଥଙ୍କୁ 6-3, 6-1ରେ ହରାଇ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।
ସାନିଆ ଓ ବୋପାନ୍ନା ଆକ୍ରମଣାତ୍ମକ ରଣନୀତି ସହ ପ୍ରଥମ ସେଟ୍କୁ 6-3ରେ ଜିତିନେଇଥିଲେ । ପରେ ଦ୍ବିତୀୟ ସେଟ୍ରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ସହଜ ବିଜୟ ହାସଲ କରିଥିଲେ ।