ଓଡିଶା

odisha

ଟୋକିଓ ଅଲମ୍ପିଟ ଟିକେଟ ଟାର୍ଗେଟରେ ସାନିଆ

By

Published : Jun 24, 2021, 10:52 PM IST

ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜାଙ୍କ ବୟସ 30 ଟପିସାରିଥିଲେ ମଧ୍ୟ ନିଜର ଚତୁର୍ଥ ଅଲମ୍ପିକ ପଦାର୍ପଣ ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଅଧିକ ପଢନ୍ତୁ...

Tokyo Olympics: Doing lot of explosive movements and agility stuff to stay sharp, says Sania
ଟୋକିଓ ଅଲମ୍ପିଟ ଟିକେଟ ଟାର୍ଗେଟରେ ସାନିଆ

ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜାଙ୍କ ବୟସ 30 ଟପିସାରିଥିଲେ ମଧ୍ୟ ନିଜର ଚତୁର୍ଥ ଅଲମ୍ପିକ ପଦାର୍ପଣ ସୁଯୋଗକୁ ହାତଛଡା କରିବାକୁ ଛାଡିବାକୁ ସେ ପ୍ରସ୍ତୁତ ନୁହଁନ୍ତି ।

ଯଦି ସେ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରନ୍ତି, ତେବେ 4ଟି ସଂସ୍କରଣର ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବାରେ ପ୍ରଥମ ଭାରତୀୟ ମହିଳା ଆଥଲେଟ ହେବାର ସୌଭାଗ୍ୟ ଅର୍ଜନ କରିବେ । ଜୁଲାଇ 23ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବକ୍ରୀଡାର ମହାକୁମ୍ଭ ଅଲମ୍ପିକ ।

ଅଲମ୍ପିକ ଡଟ୍‌କମକୁ ଏକ ସାକ୍ଷାତକାରରେ ସାନିଆ କହିଛନ୍ତି, "ମୋର ସଫଳତମ କ୍ୟାରିୟର ରହିଛି । କେବଳ ନିଜ ଖେଳ ଉପରେ ଫୋକସ କରୁଛି କହିଛନ୍ତି । ଭାରତକୁ ପ୍ରତିନିଧ୍ବିତ୍ବ କରିବାକୁ ଭଲପାଏ, ବିଶେଷ କରି ଅଲମ୍ପିକ୍ସରେ ଦେଶ ପାଇଁ ଖେଳିବା ସୌଭାଗ୍ୟର କଥା ।"

ରିଓ ଅଲମ୍ପିକ୍ସରେ ରୋହନ ବୋପାନ୍ନାଙ୍କ ସହ ଖେଳିଥିଲେ ମଧ୍ୟ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ଓ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ । ଅନ୍ୟତମ ମହିଳା ଟେନିସ ଷ୍ଟାର ଅଙ୍କିତା ରାଇନା, ସାଇନାଙ୍କ ପାର୍ଟନର ରହିଛନ୍ତି । ଅଲମ୍ପିକ ଯୋଗ୍ୟତା ହାସଲ କଲେ ଅଙ୍କିତା ଓ ସାଇନା ଅଲମ୍ପିକରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details