ଓଡିଶା

odisha

'ଏବେ ବି ରହିଛି ବିଶ୍ବାସ, ଜାରି ରହିବ ଟେନିସ୍'

By

Published : Jan 21, 2020, 2:10 PM IST

ଭାରତୀୟ ଷ୍ଟାର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ନିଜ ଟେନିସ କ୍ୟାରିୟରକୁ ନେଇ ବଡ ବୟାନ ଦେଇଛନ୍ତି । ଅଧିକ ପଢନ୍ତୁ...

tennis left in Sania Mirza
ସାନିଆ ମିର୍ଜା

ହାଇଦ୍ରାବାଦ: ଭାରତୀୟ ଷ୍ଟାର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ନିଜ ଟେନିସ କ୍ୟାରିୟରକୁ ନେଇ ବଡ ବୟାନ ଦେଇଛନ୍ତି । ସାନିଆ ଟେନିସ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି। ନିକଟରେ ହୋବାର୍ଟ ଇଣ୍ଟରନ୍ୟାସନାଲ ମହିଳା ଡବଲ୍ସ ଟାଇଟେଲ ବିଜୟୀ ହୋଇଛନ୍ତି ସାନିଆ ।

ତେବେ ପ୍ରାୟ 2ବର୍ଷରୁ ଅଧିକ ସମୟ ପରେ ଟେନିସ କୋର୍ଟକୁ ଫେରିଥିଲେ ଏହି ଭାରତୀୟ ଟେନିସ ସୁପରଷ୍ଟାର । ମା' ହେବାପରେ ତାଙ୍କର ଟେନିସ କୋର୍ଟକୁ ଫେରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମାତ୍ର ନିଜ ପୁରୁଣା ଆକ୍ରମଣାତ୍ମକ ଅନ୍ଦାଜରେ କମବ୍ୟାକ କରିଛନ୍ତି ସାନିଆ । ଏଥିସହିତ ପ୍ରଥମ ଟୁର୍ଣ୍ଣାମେଣ୍ଟରେ ହିଁ ବିଜୟର ସ୍ବାଦ ଚାଖିଛନ୍ତି ।

ତେବେ ସାନିଆ 2020 ଟୋକିଓ ଅଲମ୍ପିକ୍ସରେ ଖେଳୁ ନଥିବା ସ୍ପଷ୍ଟ କରିଛନ୍ତି । ମାତ୍ର ଅଧିକରୁ ଅଧିକ ଟୁର୍ଣ୍ଣାମେଣ୍ଟରେ ଭାଗନେଇ, ଡବଲ୍ସ ଟାଇଟେଲ ହାତେଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ABOUT THE AUTHOR

...view details