ଓଡିଶା

odisha

ଭାରତକୁ ମିଳିଲା ଆଉ ୨ ପଦକ: ସୁନା ଓ ରୂପା ଆଣିଲେ ସୁଟିଂ ଆଥଲେଟ

By

Published : Sep 4, 2021, 10:13 AM IST

ଭାରତକୁ ଟୋକିଓ ପାରାଲିମ୍ପିକ୍ସରୁ ପଦକ ବର୍ଷା । ସୁଟିଂ କ୍ଷେତ୍ରରେ ସୁନା ଓ ରୌପ୍ୟ ଭେଟିଦେଲେ ୨ ତାରକା । ଅଧିକ ପଢନ୍ତୁ..

ଭାରତକୁ ଆଉ ୨ ପଦକ, ସୁନା ଓ ରୂପା ଆଣିରେ ସୁଟିଂ ଆଥଲେଟ
ଭାରତକୁ ଆଉ ୨ ପଦକ, ସୁନା ଓ ରୂପା ଆଣିରେ ସୁଟିଂ ଆଥଲେଟ

ଟୋକିଓ: ଭାରତକୁ ଟୋକିଓ ପାରାଲିମ୍ପିକ୍ସରୁ ପଦକ ବର୍ଷା । ଦେଶକୁ ଆସିଲା ଆଉ ୨ ପଦକ । ସୁଟିଂରେ ସୁନା ଓ ରୌପ୍ୟ ଭେଟି ଦେଇଛନ୍ତି ଭାରତୀୟ ୨ ପାରା ଅଲିମ୍ପିଆନ ।

ପୁରୁଷ ସୁଟିଂ ମିକ୍ସ ୫୦ ମିଟରରେ ମନୀଷ ନରୱାଲ ସ୍ବର୍ଣ୍ଣ ପଦକ ଜିତି ଥିବାବେଳେ ସମାନ ବର୍ଗରେ ରୌପ୍ୟ ଆଣିଛନ୍ତି ସିଙ୍ଗରାଜ ଆଧାନା । ଏହି ବିଜୟ ପରେ ଭାରତ ପଦକ ତାଲିକା ୧୫କୁ ବୃଦ୍ଧି ପାଇଛି ।

ପାରାଅଲିମ୍ପିଆନଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, 'ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ବିଜୟର ସୁଅ ଛୁଟୁଛି । ଆଜି ପୁଣି ୨ ତାରକା ମନିଷ ନରୱାଲ ସ୍ବର୍ଣ୍ଣ ଜିତି ଥିବାବେଳେ ସିଙ୍ଗରାଜ ଆଧାନ ରୌପ୍ୟ ଆଣିଛନ୍ତି । ଉଭୟଙ୍କୁ ଆଗାମୀ ଦିନ ପାଇଁ ଶୁଭେଚ୍ଛା ଜଣାଉଛି ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details