ଓଡିଶା

odisha

U-୨୩ ବିଶ୍ବ କୁସ୍ତି ଚମ୍ପିଆନସିପ୍‌: ୫ ପଦକ ସହ ଭାରତର ଅଭିଯାନ ଶେଷ

By

Published : Nov 8, 2021, 3:40 PM IST

ବିଶ୍ବ କୁସ୍ତି ଚମ୍ପିଆନସିପ ୨୦୨୧ରେ ଭାରତର ଐତିହାସିକ ପ୍ରଦର୍ଶନ । ଉଦ୍‌ଘାଟନୀ ସଂସ୍କରଣ ଠାରୁ ଏବେ ପର୍ଯ୍ୟନ୍ତ ଚଳିତ ସଂସ୍କରଣରେ ଭାରତର ସବୁଠୁ ସଫଳତମ ପ୍ରଦର୍ଶନ ରହିଛି । ଅଧିକ ପଢନ୍ତୁ...

India end U23 World Wrestling C'hips with five medals
U-୨୩ ବିଶ୍ବ କୁସ୍ତି ଚମ୍ପିଆନସିପ୍‌: ୫ପଦକ ସହ ଭାରତର ଅଭିଯାନ ଶେଷ

ବେଲ୍‌ଗ୍ରେଡ୍‌:ବିଶ୍ବ କୁସ୍ତି ଚମ୍ପିଆନସିପ ୨୦୨୧ରେ ଭାରତର ଐତିହାସିକ ପ୍ରଦର୍ଶନ । ବେଲଗ୍ରେଡ୍‌ରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ବିଶ୍ବ କୁସ୍ତି ଚମ୍ପିଆନସିପ୍‌ ୨୦୨୧ରେ ୫ଟି ପଦକ ସହ ଅଭିଯାନ ଶେଷ କରିଛି ଭାରତ । ବର୍ଷ ୨୦୧୭ରୁ ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି । ଉଦ୍‌ଘାଟନୀ ସଂସ୍କରଣ ଠାରୁ ଏବେ ପର୍ଯ୍ୟନ୍ତ ଚଳିତ ସଂସ୍କରଣରେ ଭାରତର ସବୁଠୁ ସଫଳତମ ପ୍ରଦର୍ଶନ ରହିଛି ।

ଭାରତ ପକ୍ଷରୁ ଶିବାନୀ ପାୱର ୫୦ କିଲୋଗ୍ରାମ ବର୍ଗରେ ରୋପ୍ୟ, ଅଞ୍ଜୁ, ଦିବ୍ୟ କକରନ, ରାଧିକା ଓ ନିଶା ଦହିୟା ଯଥାକ୍ରମେ ୫୫ କିଲୋଗ୍ରାମ, ୬୨ କିଲୋଗ୍ରାମ, ୬୫ କିଲୋଗ୍ରାମ ଓ ୭୨ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି ।

"ସର୍ବିୟାର ବେଲ୍‌ଗ୍ରେଡ୍‌ରେ ସଦ୍ୟ ସମାପ୍ତ ସିନିୟର ୨୩ ବର୍ଷରୁ କମ ବିଶ୍ବ କୁସ୍ତି ଚମ୍ପିଆନସିପ୍‌ ୨୦୨୧ରେ ସର୍ବାଧିକ ପଦକ(୫) ଜିତିଛି ଭାରତ ।" ଭାରତୀୟ କ୍ରୀଡା ପ୍ରାଧୀକରଣ ଟ୍ବିଟଯୋଗେଁ ସ୍ପଷ୍ଟ କରିଛି ।

ଶେଷ ଦିନରେ ପୁରୁଷ ୭୪ କିଲୋଗ୍ରାମ ଓ ମୋହିତ ଗ୍ରେୱାଲ ୧୨୫ କିଲୋଗ୍ରାମ ଫ୍ରୀଷ୍ଟାଇଲ ରେପଚେଜ୍‌ ରାଉଣ୍ଡରେ ପ୍ରତିନ୍ଦ୍ବିନ୍ଦ୍ବୀତା କରିଥିଲେ । ତେବେ ଉଭୟଙ୍କୁ ଖାଲି ହାତରେ ଆସିବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details