ଓଡିଶା

odisha

ଦୂତୀଙ୍କୁ ମିଳିଲା ମ୍ୟାନେଜର ପଦ

By

Published : Nov 2, 2020, 8:41 PM IST

ଧାବିକା ଦୂତି ଚାନ୍ଦଙ୍କୁ ମିଳିଲା ପଦୋନ୍ନତି। ଅର୍ଜୁନ ପୁରସ୍କାର ଗ୍ରହଣ କରିବା ପରେ ତାଙ୍କୁ ଓଡିଶା ଖଣି ନିଗମରେ ମିଳିଛି ମ୍ୟାନେଜର ପଦ। ଅଧିକ ପଢନ୍ତୁ...

Sprinter Dutee chand gets promotion, awarded as OMC manager post
ଦୂତୀଙ୍କୁ ମିଳିଲା ମ୍ୟାନେଜର ପଦ

ଭୁବନେଶ୍ବର: ଧାବିକା ଦୂତି ଚାନ୍ଦଙ୍କୁ ମିଳିଲା ପଦୋନ୍ନତି। ଅର୍ଜୁନ ପୁରସ୍କାର ଗ୍ରହଣ କରିବା ପରେ ତାଙ୍କୁ ଓଡିଶା ଖଣି ନିଗମରେ ମିଳିଛି ମ୍ୟାନେଜର ପଦ। ପୂର୍ବରୁ ସେ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ରହିଥିଲେ।

ଆଜି (ସୋମବାର) ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ପଦୋନ୍ନତି ପତ୍ର ପ୍ରଦାନ କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ନିକଟରେ ନିଜ ଅଡି କାର ବିକ୍ରି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାରେ ଥିଲେ ଦୂତି।

ଦୂତୀଙ୍କୁ ମିଳିଲା ମ୍ୟାନେଜର ପଦ

ସୋମବାର ରାଜ୍ୟରେ କ୍ରୀଡା ଭିତ୍ତିଭୂମି ପାଇଁ ଏକ ସ୍ମରଣୀୟ ଦିନ ହୋଇଛି । 3ଟି ମେଗା କ୍ରୀଡା ଅଭ୍ୟାସ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଛତ୍ରପୁର ଠାରେ ସିନ୍ଥେଟିକ ଟରଫ ହକି ଟ୍ରେନିଂ ଇନଷ୍ଟିଚ୍ୟୁଟ ଖୋଲିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ପୋର୍ଟସ କମ୍ପ୍ଳେକ୍ସ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପେ୍ଲକ୍ସ ସହ ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ ହିଞ୍ଜିଳିକାଟୁରେ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details