ଓଡିଶା

odisha

ହକି ରାନୀଙ୍କ ଅବିଶ୍ବସନୀୟ ସଂଘର୍ଷର ଯାତ୍ରା

By

Published : Jun 24, 2021, 6:30 PM IST

ଦାରିଦ୍ର ଓ ଅଂସଖ୍ୟ ଆହ୍ବାନ ସହ ଲଢେଇ ପରେ ରାନୀ ରାମପାଲ ସେହି ସ୍ଥାନରେ ପହଞ୍ଚିଛନ୍ତି, ଯାହାକୁ ପ୍ରତିଦିନ ଖେଳାଳୀଟିଏ ହାସଲ କରିବାକୁ ସ୍ବପ୍ନ ଦେଖିଥାଏ । ଅଧିକ ପଢନ୍ତୁ...

Tokyo olympic: indian women hockey team captain rani rampal strugle story
ହକି ରାନୀଙ୍କ ଅବିଶ୍ବସନୀୟ ସଂଘର୍ଷର ଯାତ୍ରା

ଚଣ୍ଡିଗଡ: ରାନୀ ରାମପାଲ, ବିଶ୍ବ କ୍ରୀଡାଜଗତରେ ଆଜି ଏକ ପରିଚିତ ନାମ । ବିଶ୍ବର କ୍ରୀଡାବିତମାନେ ଏହି ନାମକୁ ସହଜରେ ନେଉଛନ୍ତି । ତେବେ ଦାରିଦ୍ର୍ୟ ଓ ଅଂସଖ୍ୟ ଆହ୍ବାନ ସହ ଲଢେଇ ପରେ ରାନୀ ରାମପାଲ ସେହି ସ୍ଥାନରେ ପହଞ୍ଚିଛନ୍ତି, ଯାହାକୁ ପ୍ରତିଦିନ ଖେଳାଳୀଟିଏ ହାସଲ କରିବାକୁ ସ୍ବପ୍ନ ଦେଖିଥାଏ । ରାନୀ ରାମପାଲ ଅଲମ୍ପିକ(ଟୋକିଓ ଅଲମ୍ପିକ)ରେ ମହିଳା ହକି ଟିମର କ୍ୟାପଟେନ ଭାବେ ନେତୃତ୍ବ ନେବେ ଯାହାକି ହରିୟାଣା ସମେତ ଦେଶ ପାଇଁ ଗର୍ବର ବିଷୟ କିନ୍ତୁ ଆଜି ମିଳିଥିବା ସଫଳତା ଠାରୁ ଏହି ପର୍ଯ୍ୟନ୍ତ ପହଞ୍ଚିବାକୁ ରାନୀଙ୍କ ସଂଘର୍ଷର ପରିମାଣ ଢେର ଅଧିକ ।

ସଂଘର୍ଷ ଓ ଆହ୍ବାନଭରା ରାନୀଙ୍କ ସଫଳତାର ଯାତ୍ରା

ରାନୀ ରାମପାଲଙ୍କ ଘର ହରିୟାଣାର ଶାହବାଦ ମାରକାଣ୍ଡ, କୁରୁକ୍ଷେତ୍ର ଅଞ୍ଚଳରେ । 4 ଡିସେମ୍ବର 1994ରେ ଏକ ଅତ୍ୟନ୍ତ ଗରିବ ପରିବାରରେ ତାଙ୍କର ଜନ୍ମ । ଘର ଚଳାଇବା ପାଇଁ ତାଙ୍କ ପିତା ଘୋଡା ଗାଡି ଚଳାଉଥିଲେ ଓ ଇଟା ବିକ୍ରି କରୁଥିଲେ । ମାତ୍ର 5ଜଣ ଲୋକକୁ ନେଇ ପରିବାର ଚଳାଇବାକୁ ଏହା ଯଥେଷ୍ଟ ନଥିଲା । ମୁଣ୍ଡ ଉପରେ ଛାତ ନଥିଲା, ମାଟିର ଘର ଥିଲା, ବର୍ଷା ଦିନେ ପାଣି ଘରେ ପଶୁଥିଲା ।

ରାନୀଙ୍କ ପିତା କୁହନ୍ତି, ବର୍ଷାଦିନେ ଘର ଭିତରେ ପାଣି ଭର୍ତ୍ତି ହେଇଯାଉଥିଲା ଓ ରାନୀ ନିଜର ଦୁଇ ଭାଇଙ୍କ ମିଶି ବର୍ଷା ବନ୍ଦ ହେବାକୁ ପ୍ରାର୍ଥନା କରୁଥିଲେ । ରାନୀଙ୍କ ପାଇଁ ପିଲାବେଳେ ସ୍କୁଲ ଯିବା ବି ମୁସ୍କିଲ ଥିଲା । ମାତ୍ର ଯେନତେନ ପ୍ରକାରେ ଘରଲୋକେ ସ୍କୁଲରେ ନାମ ଲେଖାଇଥିଲେ ।

ରାନୀଙ୍କୁ ରୋକିପାରିନଥିଲା ସମାଜର ସମାଲୋଚନା

ରାନୀଙ୍କ ପିତା ରାମପାଲ କୁହନ୍ତି, ପାଖ ପଡୋଶୀ ଲୋକେ କମେଣ୍ଟ କରୁଥିଲେ । ରାନୀଙ୍କ ମା'ଙ୍କୁ ଅନେକ ପ୍ରକାର କଥା କହୁଥିଲେ, ମାତ୍ର ରାନୀଙ୍କ ମୁଣ୍ଡରେ ହକିର ଭୁତ ସବାର ଥିଲା । ରାନୀ ଲୋକଙ୍କର କୌଣସି କଟାକ୍ଷକୁ ଶୁଣୁନଥିଲେ ଯାହାର ପରିଣାମ ରାନୀ ରାମପାଲ ମହିଳା ହକି ଟିମର ପ୍ରମୁଖ ତାରକା ବନିଯାଇଛନ୍ତି ।

ହକି ରାନୀଙ୍କ ଅବିଶ୍ବସନୀୟ ସଂଘର୍ଷର ଯାତ୍ରା

ରାନୀଙ୍କ ଜିଦ୍‌ ଆଗରେ ହାରିଥିଲା ଘରଲୋକଙ୍କ କଥା

ଯେବେ ରାନୀ 6-7 ବର୍ଷର ଥିଲେ, ସେବେ ସ୍କୁଲକୁ ଯିବାଆସିବା ସମୟରେ ଖେଳ ପଡିଆକୁ ଦେଖୁଥିଲେ । ଯୁବକ ମାନେ ପଡିଆରେ ହକି ଖେଳୁଥିଲେ ଓ ରାନୀଙ୍କୁ ହକି ଖେଳ ବେଶ ପସନ୍ଦ ଥିଲା । ଗୋଟିଏ ଦିନ ରାନୀ ପିତାଙ୍କୁ କହିଲେ ଯେ ସେ ବି ହକି ଖେଳିବାକୁ ଚାହାନ୍ତି । ଘରଲୋକେ ପ୍ରଥମେ ପ୍ରଥମେ ରାଜି ହୋଇନଥିଲେ, ମାତ୍ର ରାନୀଙ୍କ ଗୋଟିଏ ଜିଦ୍‌ ଥିଲା ହକି ଖେଳିବେ ମାନେ ଖେଳିବେ । ରାନୀଙ୍କ ଏହି ଜିଦ୍‌ ଆଗରେ ତାଙ୍କର ପିତା ମଧ୍ୟ ହାର୍‌ ମାନିଲେ । ପରେ ପିତା ମାତା ବହୁ କଷ୍ଟରେ ରାଜିହୋଇଗଲେ । ମାତ୍ର ସଂପର୍କୀୟ ଓ ସମାଜର ଅନ୍ୟଲୋକେ ଘରଲୋକଙ୍କ ନିଷ୍ପତ୍ତିକୁ ବିରୋଧ କରିବାକୁ ଲାଗିଲେ ମାତ୍ର ପିତାମାତା ଝିଅର ସାଥ୍‌ ଦେବାକୁ ନିଷ୍ପତ୍ତି ନେଲେ ।

ହକି ରାନୀଙ୍କ ଅବିଶ୍ବସନୀୟ ସଂଘର୍ଷର ଯାତ୍ରା
ହକି ରାନୀଙ୍କ ଅବିଶ୍ବସନୀୟ ସଂଘର୍ଷର ଯାତ୍ରା

ହକି ଶିଖାଇଲେ ଦ୍ରୋଣାଚାର୍ଯ୍ୟ ଆୱାର୍ଡ କୋଚ୍‌ ବଲଦେବ ସିଂହ

ଏହାପରେ ରାନୀ ଶାହବାଦର ହକି ଏକାଡେମୀରେ ଭର୍ତ୍ତି ହେଲେ । ଏହି ସମୟରେ ତାଙ୍କର କୋଚ୍‌ ଥିଲେ ଦ୍ରୋଣାଚାର୍ଯ୍ୟ ଆୱାର୍ଡ କୋଚ୍‌ ବଲଦେବ ସିଂହ । ପ୍ରଥମେ ତ କୋଚ୍‌ ରାନୀଙ୍କୁ ଆଡମିଶନ ଦେବାକୁ ମନାକରୁଥିଲେ ମାତ୍ର ଖେଳ ଦେଖିଲା ପରେ ରାଜି ହୋଇଥିଲେ ।

ହକି ରାନୀଙ୍କ ଅବିଶ୍ବସନୀୟ ସଂଘର୍ଷର ଯାତ୍ରା

କୋଚିଂ ଓ କିଟ୍‌ ପାଇଁ ନଥିଲା ଟଙ୍କା

ଏହାପରେ ସମୟ ବିତିବାକୁ ଲାଗିଲା ଓ ରାନୀ ଅଭ୍ୟାସ କରିଚାଲିଲେ । ପରିବାର ଗରିବ ଥିଲା ଓ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିଲା । ଅନେକ ବାର ସେ ହକି ଛାଡି ଦେବାକୁ ଚିନ୍ତା କରିଛନ୍ତି, କାରଣ ପରିବାର କୋଚିଂ ପାଇଁ ଟଙ୍କା ଦେବାକୁ ଅସମର୍ଥ ଥିଲା । ମାତ୍ର କୋଚ୍‌ ବଲଦେବ ସିଂହ ଓ ସିନିୟର ଖେଳାଳି ତାଙ୍କର ସାଥ୍‌ ଦେଇଥିଲେ । ଟ୍ରେନିଂ ପାଇଁ ତାଙ୍କୁ ପୁରୁଣା କିଟ୍‌ ଦେଇଥିଲେ ।

ପ୍ରଥମ ଥର ପାଇଁ ବର୍ଷ 2009ରେ ଭାରତୀୟ ଟିମରେ ସାମିଲ ହେଲେ ରାନୀ

ହକି ରାନୀଙ୍କ ଅବିଶ୍ବସନୀୟ ସଂଘର୍ଷର ଯାତ୍ରା

ଏହାପରେ ରାନୀ କଠିନ ପରିଶ୍ରମ କରିବାକୁ ଲାଗିଲେ । ଯେବେ ସେ 15 ବର୍ଷର ଥିଲେ, ଭାରତୀୟ ହକି ଟିମ୍‌ରେ ପ୍ରଥମେ ଖେଳିବାର ସୁଯୋଗ ମିଳିଲା । 2009ରେ ଋଷରେ ଆୟାେଜିତ ଚମ୍ପିଆନ୍ସ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ଖେଳିଲେ । ଫାଇନାଲ ମୁକାବିଲାରେ 4ଟି ଗୋଲ୍‌ କରିବା ସହ ଭାରତକୁ ବିଜୟ ଦେଇଥିଲେ । ପରେ ତାଙ୍କୁ ସର୍ବକନିଷ୍ଠ ଖେଳାଳି ଭାବେ 'ଦ ଟପ୍‌ ଗୋଲ୍‌ ସ୍କୋରର୍‌' ଘୋଷଣା କରାଗଲା ।

200ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି ରାନୀ

ନଭେମ୍ବର 2009ରେ ଏସିଆ କପ ଟିମରେ ଟିମ ଇଣ୍ଡିଆ ରୌପ୍ୟ ପଦକ ଜିତିଲା । ଏହି ଟୁର୍ଣ୍ଣାମେଣ୍ଟରେ ରାନୀ ଦମଦାର ପ୍ରଦର୍ଶନ କରିଥିଲେ । ସେବେଠାରୁ ନେଇ ଏଯାବତ ପ୍ରାୟ 200ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି । ଅନେକ ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି ଓ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ।

ରାନୀଙ୍କ ନାମରେ ଅନେକ ପଦକ ଓ ସମ୍ମାନ

2010 ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇଥିଲେ ରାନୀ, ଯେଉଁଠାରେ FIHର 'ଯୁବ ମହିଳା ପ୍ଲେଆର ଅଫ ଦ ଇୟର' ଆୱାର୍ଡ ପାଇଁ ମନୋନୀତ ହୁଅନ୍ତି । ପରେ 2010ରେ ହୋଇଥିବା ଏସୀୟ ଖେଳରେ ପ୍ରଭାବୀ ପ୍ରଦର୍ଶନ ସହ ଏସୀୟ ହକି ମହାସଂଘର 'ଅଲ ଷ୍ଟାର' ଟିମରେ ସ୍ଥାନ ପାଆନ୍ତି । ଆର୍ଜେଣ୍ଟିନାରେ ଆୟୋଜିତ ମହିଳା ହକି ବିଶ୍ବକପରେ 7ଟି ଗୋଲ୍‌ କରିବା ସହ ଭାରତକୁ ମହିଳା ହକି ମାନ୍ୟତାର ସପ୍ତମ ସ୍ଥାନରେ ପହଞ୍ଚାନ୍ତି । ବର୍ଷ 2013ରେ ଜୁନିୟର ବିଶ୍ବକପରେ ଭାରତର ପ୍ରତିନିଧିତ୍ବ କରନ୍ତି ଓ ପ୍ରଥମ ଥର ଭାରତ କାଂସ୍ୟ ପଦକ ବିଜେତା ହୁଏ । ଏଠାରେ ମଧ୍ୟ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୁଅନ୍ତି ।

ରାନୀ ରାମପାଲ ଏବେ ଟୋକିଓ ଅଲମ୍ପିକ ପାଇଁ ଗାଉଣ୍ଡରେ ପ୍ରସ୍ତୁତି ଜାରି ରଖିଛନ୍ତି । ତାଙ୍କର ଓ ଟିମର ଗୋଟିଏ ଲକ୍ଷ୍ୟ ରହିଛି, ମହିଳା ହକିରେ ଦେଶକୁ ଗୋଲ୍ଡ ମେଡାଲ ଦେବା ସହ ବିଶ୍ବରେ ଭାରତ ହକିରେ ଧୁରନ୍ଦର ବୋଲି ପ୍ରମାଣିତ କରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details