ଓଡିଶା

odisha

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ ପଡିଲେ ରୋହିତ, କେଏଲଙ୍କୁ ଅଧିନାୟକ ଦାୟିତ୍ବ

By

Published : Dec 11, 2022, 8:44 PM IST

ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ କେ.ଏଲ ରାହୁଲ ଦଳର ଅଧିନାୟକ ଭାର ସମ୍ଭାଳିବେ । ଅଧିକ ପଢନ୍ତୁ

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ବାଦ ପଡିଲେ ରୋହିତ, କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ବ
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ବାଦ ପଡିଲେ ରୋହିତ, କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ବ

ହାଇଦ୍ରାବାଦ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଝଟକା । ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଲୋକେଶ ରାହୁଲ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଅଧିନାୟକତ୍ବ କରିବେ । ଏହା ସହିତ ଚେତେଶ୍ବର ପୂଜାରାଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏନେଇ ବିସିସିଆଇ ଆଜି(ରବିବାର) ସୂଚନା ଦେଇଛି । ଭାରତ ବାଂଲାଦେଶ ବିପକ୍ଷରେ ଭାରତ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ପ୍ରଥମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୧୪ ତାରିଖରେ ଖେଳାଯିବ । ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୨ ତାରିଖରେ ଖେଳାଯିବ ।

ରୋହିତ ଶର୍ମା ଦ୍ବିତୀୟ ଟେଷ୍ଟ ଖେଳିବେ କି ନାହିଁ ତାହା ବିସିସିଆଇର ମେଡିକାଲ ଟିମ୍‌ର ଯାଞ୍ଚ ପରେ ନିଷ୍ପତ୍ତି ନିଆଯିବ । ରୋହିତ ଶର୍ମାଙ୍କ ସ୍ଥାନରେ ବୋର୍ଡ ଚୟନ କମିଟି ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଅଭିମନ୍ୟୁ ଇଶ୍ବରନଙ୍କୁ ଦଳରେ ସାମିଲ କରିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଡିସେମ୍ବର ୭ ତାରିଖରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦ୍ବିତୀୟ ଦିନିକିଆରେ ଆହତ ହୋଇଥିଲେ । କ୍ୟାଚ୍‌ ଧରିବାକୁ ଯିବା ସମୟରେ ତାଙ୍କ ବାମ ହାତରେ ଆଘାତ ଲାଗିଥିଲା ।

କେବଳ ରୋହିତ ଶର୍ମା ନୁହଁନ୍ତି ଏହି ସିରିଜରୁ ଆଉ ଦୁଇ ଖେଳାଳି ମଧ୍ୟ ବାଦ ପଡିଛନ୍ତି । ଫାଷ୍ଟ ବୋଲର ମହମ୍ମଦ ସାମି ଏବଂ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଡା ମଧ୍ୟ ଏହି ସିରିଜରୁ ବାଦ ପଡିଛନ୍ତି । ଉଭୟ ଆହତ ସମସ୍ୟା ପାଇଁ ଦଳରୁ ବାଦ ପଡିଥିବା ନେଇ ବିସିଆଇ ସୂଚନା ଦେଇଛି । ଉଭୟ ସମ୍ପୂର୍ଣ୍ଣ ଭାବରେ ଫିଟ୍ ହୋଇନାହାଁନ୍ତି । ବୋର୍ଡ ଚୟନ କମିଟି ସାମିଙ୍କ ବଦଳରେ ପୂର୍ବରୁ ଫାଷ୍ଟ ବୋଲର ଜୟଦେବ ଉନଦକଟ୍‌ଙ୍କୁ ଦଳରେ ସାମିଲ କରିଥିଲା ।

ABOUT THE AUTHOR

...view details