ହାଇଦ୍ରାବାଦ: ବିରାଟ ପରିବର୍ତ୍ତନ ସହ ଏଥର IPL ମୈଦାନକୁ ଓହ୍ଲାଇବ ସନ୍ ରାଇଜର୍ସ ହାଇଦ୍ରାବାଦ । ଟିମ୍ରେ ନୂଆ ଜର୍ସି ଉନ୍ମୋଚିତ । ବୁଧବାର ନୂଆ ଜର୍ସି ନେଇ ଟିମ୍ ପକ୍ଷରୁ ଟ୍ବିଟ କରି ସୂଚନା । ତେବେ ଏଥର କମଳା ଓ କଳା ରଙ୍ଗର ଜର୍ସିରେ ନଜର ଆସିବ SRH ପ୍ଲେୟର ।
ପୂର୍ବ ଜର୍ସି ଠୁ ନୂଆ ଜର୍ସି ଅଧିକ ଆକର୍ଷଣୀୟ ଦେଖା ଯାଉଛି । ପ୍ୟାଣ୍ଟ ଏବଂ ସାର୍ଟ କମଳା ରଙ୍ଗରେ ତିଆରି କରାଯାଇ ଥିବାବେଳେ କାନ୍ଧ ଏବଂ କଲର୍ କଳା ରଙ୍ଗ ହୋଇଛି । ତେବେ ଟିମ୍ରେ ମଧ୍ୟ କୋଚ୍ଙ୍କ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ବ୍ରାୟନ୍ ଲାରାଙ୍କୁ SRH ଦଳର ବ୍ୟାଟିଂ କୋଚ୍ ଭାବରେ ନିଯୁକ୍ତ କରାଯାଇ ଥିବାବେଳେ ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସର୍ ଡାଲ୍ ଷ୍ଟେନ୍ ଆଗାମୀ ସିଜନରୁ ଫାଷ୍ଟ ବୋଲଙ୍କ କୋଚ୍ ଭାବେ ରହିବେ ।
ସେହିପରି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ହେମନ ବାଦାନୀଙ୍କୁ ଫିଲ୍ଡିଂ କୋଚ୍ ଏବଂ ସ୍କାଉଟ୍ ଭାବେ ନାମିତ କରାଯାଇ ଥିବାବେଳେ ପୂର୍ବତନ ଅଷ୍ଟ୍ରେଲୀୟ ଓପନର୍ ସାଇମନ୍ କେଟିଚ୍ SRH ର ସହକାରୀ ପ୍ରଶିକ୍ଷକ ହେବେ। ସହଯୋଗୀ ଭାବେ ନିଯୁକ୍ତ ହୋଇଥିବା ସମସ୍ତ ଷ୍ଟାଫ୍ ମୁଖ୍ୟ ପ୍ରଶିକ୍ଷକ ଟମ୍ ମୁଡ଼ିଙ୍କ ଅଧୀନରେ କାର୍ଯ୍ୟ କରିବେ ଏବଂ ମୁଥିଆ ମୁରଲୀଧରନ୍ ରଣନୀତି ଏବଂ ସ୍ପିନ୍ ବୋଲିଂ କୋଚ୍ ଭାବରେ କାର୍ଯ୍ୟ କରିବେ ।