ଓଡିଶା

odisha

ଭାଗ୍ୟ ସାଥ ଦେଲେ ବିଶ୍ୱକପ ହାତେଇବ ଭାରତ: ସୁନୀଲ ଗାଭାସ୍କର

By

Published : Sep 16, 2022, 10:42 PM IST

ଏକ ଗଣମାଧ୍ୟମ ସଂସ୍ଥାକୁ ଗାଭାସ୍କର ( Sunil Gavaskar ) କହିଛନ୍ତି ଟି-୨୦ ( T 20 World Cup ) ବିଶ୍ବକପ ପାଇଁ ଚୟନ କରାଯାଇଥିବା ଭାରତୀୟ ସ୍କ୍ବାଡ ଉପରେ ମୋର ଭରସା ରହିଛି ହେଲେ ଏହି ଦଳକୁ ଉପରେ ଭାଗ୍ୟ ସାଥ ଦେଲେ ଦଳ ନିଶ୍ଚିତ ରୂପରେ ଅଷ୍ଟ୍ରେଲିଆରୁ ଟି-୨୦ ଟ୍ରଫି ହାସଲ କରି ସ୍ବଦେଶ ଫେରିବ । ଅଧିକ ପଢନ୍ତୁ

ଭାଗ୍ୟ ସାଥ ଦେଲେ ବିଶ୍ବକପ ହାତେଇବ ଭାରତ : ସୁନୀଲ ଗାଭାସ୍କର
ଭାଗ୍ୟ ସାଥ ଦେଲେ ବିଶ୍ବକପ ହାତେଇବ ଭାରତ : ସୁନୀଲ ଗାଭାସ୍କର

ହାଇଦ୍ରାବାଦ: ଭାଗ୍ୟ ସାଥ ଦେଲେ ମ୍ୟାନ ଇନ ବ୍ଲୁ ମଧ୍ୟ ଟି-୨୦ ( T 20 World Cup ) ବିଶ୍ବକପ ହାତେଇବାର ସଫଳ ରହିବ ବୋଲି କହିଲେ ସୁନିଲ ଗାଭାସ୍କର । ଟି-୨୦ ବିଶ୍ବକପକୁ ଆଉ ମାସେ ବାକି ରହିଲା । ଅକ୍ଟୋବର ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଖେଳାଯିବ ଟି୨୦ ବିଶ୍ବକପ । ଏନେଇ କ୍ରିକେଟ ବିଶେକଷଜ୍ଞ ମାନେ ମ୍ୟାନ ଇନ ବ୍ଲୁ କିଭଳି ଟ୍ରଫି ହାତେଇବ ସେନେଇ ଚର୍ଚ୍ଚା ଜାରି ରଖିଛନ୍ତି । ଭାରତ ୨୦୦୭ ମସିହାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଟି-୨୦ ବିଶ୍ବକପ ହାତେବାରେ ସଫଳ ହୋଇଥିଲା ।

ହେଲେ ସେହି ବର୍ଷ ଠାରୁ ଭାରତୀୟ ଦଳ ଟି-୨୦ ବିଶ୍ବକପ ହତାଇବାରେ ଅସଫଳ ରହିଛି । ସାଉଥ ଆଫ୍ରିକାରେ ୧୫ ବର୍ଷ ପୂର୍ବରୁ ଭାରତ ଯେଉଁ ଭଳି ସଫଳତା ହାସଲ କରିଥିଲା ଏବେ ୧୫ ବର୍ଷ ପରେ ଭାରତ ପାଖରେ ମଧ୍ୟ ସେଭଳି ସୁଯୋଗ ରହିଛି ବିଶ୍ବକପ ଟାଇଟଲ ହାସଲ କରିବାରେ । ତେବେ ଟି-୨୦ ବିଶ୍ବକପ ନେଇ ଭାରତୀୟ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ( Sunil Gavaskar ) କହିଛନ୍ତି ଭାରତ ଏଥର ଟ୍ରଫି ହାତେଇବା ପାଇଁ ସବୁ ପ୍ରକାର ସୁଯୋଗ ରହିଛି । ଏକ ଗଣମାଧ୍ୟମ ସଂସ୍ଥାକୁ ଗାଭାସ୍କର କହିଛନ୍ତି ଟି-୨୦ ବିଶ୍ବକପ ପାଇଁ ଚୟନ କରାଯାଇଥିବା ଭାରତୀୟ ସ୍କ୍ବାଡ ଉପରେ ମୋର ଭରସା ରହିଛି ହେଲେ ଏହି ଦଳକୁ ଉପରେ ଭାଗ୍ୟ ସାଥ ଦେଲେ ଦଳ ନିଶ୍ଚିତ ରୂପରେ ଅଷ୍ଟ୍ରେଲିଆରୁ ଟି-୨୦ ଟ୍ରଫି ହାସଲ କରି ସ୍ବଦେଶ ଫେରିବ ।

ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପକୁ ନେଇ ବିସିସିଆଇ ତରଫରୁ ଟି-୨୦ ସ୍କ୍ବାଡ ଘୋଷଣା ସରିଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ଦଳ ଅଷ୍ଟ୍ରେଲିଆରେ ଟି-୨୦ ମ୍ୟାଚ ପାଇଁ ମଇଦାନକୁ ଓହ୍ଲାଇବ । ଦଳରେ ଭୁବନେଶ୍ବର କୁମାର, ଜଶପ୍ରିତ ବୁମରା, ହର୍ଷଲ ପଟେଲ, ଏବଂ ଅର୍ଶଦୀପ ସିଂହଙ୍କ ପରି ଫାଷ୍ଟ ବୋଲର ରହିଛନ୍ତି । ଆହତ ପରେ ଜଶପ୍ରିତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଅଧିକ ସୁଦୃଢ କରିଛି । ସେହିପରି ଏସିଆ କପରେ ଯୁବ ଫାଷ୍ଟ ବୋଲର ଅର୍ଶଦୀପ ସିଂ ଡେଥ ଓଭରର ବୋଲିଂରେ ନିଜର ପ୍ରଦର୍ଶନ ଦେଖାଇଥିଲେ । ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ କାରଣରୁ ବିଶ୍ବକପରୁ ବାଦ ପଡିଥିଲେ ମଧ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ । ସେହିପରି ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ବର୍ତ୍ତମାନ ଫର୍ମରେ ଅଛନ୍ତି । ଯଦି ଦଳ ଉପଯୁକ୍ତ ରଣ କୌଶଳ ନେଇ ଖେଳେ ତାହେଲେ ଟି-୨୦ ବିଶ୍ବକପ ହାତେଇବାରେ ସନ୍ଦେହ ନାହିଁ ବୋଲି କ୍ରିକେଟ ବିଶେଷଜ୍ଞ ମାନେ ମତାମତ ରଖିଛନ୍ତି ।

ଭାରତୀୟ ଟି୨୦ ବିଶ୍ବକପ ପାଇଁ ସ୍କ୍ବାଡ୍‌

ରୋହିତ ଶର୍ମା(କ୍ୟାପଟେନ୍‌), କେଏଲ ରାହୁଲ(ଭାଇସ୍‌ କ୍ୟାପଟେନ୍‌), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଜଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ

ABOUT THE AUTHOR

...view details