ଓଡିଶା

odisha

Ind vs Aus T20I : ରୋହିତଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

By

Published : Sep 25, 2022, 6:43 PM IST

Updated : Sep 26, 2022, 2:49 PM IST

ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟି୨୦ ମ୍ୟାଚ ଖେଳୁଛି  ଭାରତ । ଭାରତ ଟସ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ ।

Ind vs Aus T20I : ରୋହିତଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଅଷ୍ଚ୍ରେଲିଆ
Ind vs Aus T20I : ରୋହିତଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଅଷ୍ଚ୍ରେଲିଆ

ହାଇଦ୍ରାବାଦ: ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ତଥା ଶେଷ ଟି୨୦ ମ୍ୟାଚ ଖେଳୁଛି ଭାରତ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ ।

ଆଜିର ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଭୁବନେଶ୍ବର କୁମାରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦିଆଯାଇଛି । ଋଷଭ ପନ୍ତଙ୍କୁ ଆଜିର ମ୍ୟାଚ ପାଇଁ ବିଶ୍ରାମ ଦିଆଯାଇଛି । ବର୍ତ୍ତମାନ ସିରିଜ ୧-୧ ରେ ବରାବର ରହିଛି । ଶେଷ ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାକୁ ଉଭୟ ଦଳ ଚେଷ୍ଟା କରିବେ ।

ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୪ ୱିକେଟରେ ପରାଜିତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାଜିତ ହୋଇଥିଲା । ବର୍ଷା ଯୋଗୁଁ ଦ୍ବିତୀୟ ଟି-୨୦ ମ୍ୟାଚ୍‌କୁ ୮ ଓଭରକୁ କମାଇ ଦିଆଯାଇଥିଲା । ଏହି ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ଦମଦାର୍‌ ପାଳି ଖେଳିଥିଲେ ।

ଚୂଡାନ୍ତ ଏକାଦଶ ଭାରତ

ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ଜଶପ୍ରିତ ବୁମରା, ୟୁଜିବେନ୍ଦ୍ର ଚହଲ

ଚୂଡାନ୍ତ ଏକାଦଶ ଅଷ୍ଟ୍ରେଲିଆ

ଆରୋନ ଫିଞ୍ଚ (ଅଧିନାୟକ), କେମରନ ଗ୍ରୀନ, ଷ୍ଟିଭେନ ସ୍ମିଥ, ଗ୍ଲେନ ମାକ୍ସୱେଲ, ଟିମ ଡେଭିଡ, ଜୋଶ ଇଙ୍ଗଲିସ, ମାଥ୍ୟୁ ୱାଡେ, ଡାନିଏଲ ସାମ୍ସ, ପେଟ କମିନ୍ସ, ଆଦାମ ଜମ୍ପା, ଜୋଶ ହେଜେଲଉଡ

Last Updated : Sep 26, 2022, 2:49 PM IST

ABOUT THE AUTHOR

...view details