ଓଡିଶା

odisha

ଆଜି ରାଞ୍ଚି ଟେଷ୍ଟ: କୋହଲି କହିଲେ 'ଅଲ ସେଟ୍‌'

By

Published : Oct 19, 2019, 8:13 AM IST

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ଟେଷ୍ଟ। ରାଞ୍ଚିଠାରେ ଆରମ୍ଭ ହେବାକୁ ଯାଉଛି ଏହି ମ୍ୟାଚ। ସମୟ- ସକାଳ 9.30 AM

ରାଞ୍ଚି ଟେଷ୍ଟ

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ଟେଷ୍ଟ ଆଜିଠାରୁ ଧୋନିଙ୍କ ହୋମଗ୍ରାଉଣ୍ଡ ରାଞ୍ଚିଠାରେ ଆରମ୍ଭ ହେବାକୁ ଯାଉଛି । ତେବେ ପୂର୍ବରୁ ଘରୋଇ ଦଳ ସିରିଜ୍ ଜିତିସାରିଥିବା ବେଳେ ଏହା କେବଳ ଅନୌପଚାରିକ ମ୍ୟାଚ।

ମାତ୍ର ଏହି ଟେଷ୍ଟ ଜିତି ମହତ୍ତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିବାକୁ ଚାହିଁବ ବିରାଟ ସେନା । ଏହି ପଏଣ୍ଟ ସହ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିବା ଲକ୍ଷ୍ୟରେ ମଧ୍ୟ ରହିଛି ଘରୋଇ ଦଳ।

ଫଟୋ ସୌଜନ୍ୟ- ଟ୍ବିଟର @viratkohli

ଅନ୍ୟପଟେ ଗତକାଲି ରାଞ୍ଚି ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ କରିଛି ଭାରତୀୟ ଟିମ। ଅଭ୍ୟାସ ସେସନର କିଛି ଫଟୋ ଟ୍ବିଟ କରି କୋହଲି ଲେଖିଛନ୍ତି, "ସକରାତ୍ମକ ମନୋବଳ ଅଭ୍ୟାସ ସେସନର । ମ୍ୟାଚ ପାଇଁ ଅଲ ସେଟ୍‌"

ABOUT THE AUTHOR

...view details