ଓଡିଶା

odisha

ଏକ୍ସରେ ଦେଖାଯାଉନି ହେଡଲାଇନ ସହ ଆର୍ଟିକଲ ଲିଙ୍କ୍‌, କେବଳ ଦେଖାଯାଉଛି ଡୋମେନ୍‌ ସହ ଛବି

By ETV Bharat Odisha Team

Published : Oct 5, 2023, 12:41 PM IST

ପ୍ଲାଟଫର୍ମରୁ ହଟିଲା URL। ଏଣିକି URL ପୋଷ୍ଟ କରିବା ମାତ୍ରେ ଆଉ ଦେଖାଯିବନି ଲିଙ୍କ କିମ୍ବା ହେଡଲାଇନ। ଅଧିକ ପଢନ୍ତୁ

X
X

ହାଇଦ୍ରାବାଦ:ଏକ୍ସ(ପୂର୍ବର ଟ୍ବିଟର)ର ପରିବର୍ତ୍ତନ ଭିତରେ ଆଉ ଏକ ପରିବର୍ତ୍ତନ ନଜର ଆସିଛି । ଏଣିକି ଆଉ ଦେଖି ହେବନି ଲିଙ୍କ୍‌ କିମ୍ବା ହେଡ ଲାଇନ୍‌ । ପୂର୍ବରୁ ପ୍ଲାଟଫ୍ରମରେ ଲିଙ୍କ ସେୟାର କରିବା ମାତ୍ରେ ଲିଙ୍କ ସହ ହେଡଲାଇନ ମଧ୍ୟ ଦେଖାଯାଉଥିଲା କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଦେଖାଯାଇଛି। ବର୍ତ୍ତମାନ କେବଳ ଫଟୋ ହିଁ ଦେଖାଯାଉଛି। ପ୍ଲାଟଫର୍ମରେ ଆଜିଠାରୁ ଏହି ପରିବର୍ତ୍ତନ ନଜର ଆସିଛି। କେବେଳ ଓ୍ବେବ ଡୋମେନ୍‌ ନାମ ଏବଂ ଥମ୍ବନେଲ ହିଁ ଦେଖାଯାଉଛି ।

ପ୍ରଥମେ ଆଇଓଏସ ୟୁଜର୍ସ ଏକ ଲିଙ୍କ୍‌ ପୋଷ୍ଟ କରିବା ସମୟରେ ଏଭଳି ଦେଖିଥିଲେ । ପୂର୍ବରୁ ଏକ ଲିଙ୍କ୍‌ ପୋଷ୍ଟ କରିବା ସମୟରେ ଲିଙ୍କ, ଥମ୍ବନେଲ, ଡୋମିନ ନେମ୍‌ ସହିତ ଦେଖାଯାଉଥିଲା । କିନ୍ତୁ ଏକ୍ସ ଏଥିରେ ପରିବର୍ତ୍ତନ କରିଛି । ଏଣିକି ଆଉ ୟୁଜର୍ସ ଲିଙ୍କ୍‌ ସହ ହେଡ୍‌ଲାଇନ୍‌ ମଧ୍ୟ ଦେଖିପାରୁ ନାହାନ୍ତି ।

ତେବେ କହିରଖୁଛୁ କି, ନିକଟରେ ଏଲନ୍‌ ମସ୍କ ଏକ୍ସରେ ଅଧିକରୁ ଅଧିକ ପୋଷ୍ଟ କରିବା ପାଇଁ ୟୁଜର୍ସମାନଙ୍କୁ ଉତ୍ସାହିତ କରିଥିଲେ । ଅଗଷ୍ଟ ମାସରେ ସାମ୍ବାଦିକମାନଙ୍କୁ ଏକ୍ସରେ ଅଧିକ ପୋଷ୍ଟ କରି ଟଙ୍କା ରୋଜଗାର କରିପାରିବେ ବୋଲି ବାର୍ତ୍ତା ଦେଇଥିଲେ। ତେବେ ଏକ୍ସରେ ଷ୍ଟୋରୀ ପୋଷ୍ଟ କରିବାକୁ ହେଲେ URL ଏବଂ ହେଡଲାଇନକୁ ନେଇ ପୋଷ୍ଟ କରିବା ପରେ URL ସହ ହେଡ୍‌ଲାଇନ୍‌, ନିଜେ ସ୍ବତନ୍ତ୍ର ଭାବେ ଲେଖିଥିବା କଣ୍ଟେଣ୍ଟ୍‌ ସହ ଫଟୋ ଦେଖାଯାଉଥିଲା ।

ଏକ୍ସରେ ଏହି ପରିବର୍ତ୍ତନ ପରେ ୟୁଜର୍ସଙ୍କ ପ୍ରତିକ୍ରିୟା: ତେବେ ଏକ୍ସର ଏହି ପରିବର୍ତ୍ତନ ପରେ ୟୁଜର୍ସ ଭିତରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି ପରିବର୍ତ୍ତନ ଦ୍ବାରା ଟାଇମଲାଇନରେ ୟୁଜର୍ସଙ୍କ ବ୍ୟକ୍ତିଗତ ପୋଷ୍ଟ କମିପାରେ ବୋଲି ଆଶା କରାଯାଉଛି ।" ସମୟାନୁବର୍ତ୍ତିତାର ଅର୍ଥ ହେଉଛି, ଆମେ କଣ କରିବାକୁ ଯାଉଛେ କିମ୍ବା କଣ ପଢିବାକୁ ଯାଉଛେ ଅବଗତ ରହିବା।" ଅନ୍ୟଜଣେ ୟୁଜର୍ସ କହିଛନ୍ତି," ମୁଁ ଏଠାରେ ଅନେକ ପରିବର୍ତ୍ତନ ଦେଖିଛି। ଯାହା ପ୍ଲାଟଫର୍ମ ଓ ୟୁଜର୍ସଙ୍କୁ ସୁହାଉଛି। କିନ୍ତୁ ମୁଁ ଭାବୁନି ଏହି ପରିବର୍ତ୍ତନ ଏକ ଭଲ ଧାରଣା।"

ଏହା ମଧ୍ୟ ପଢନ୍ତୁ: X Streaming Feature: ଏଣିକି ଏକ୍ସରୁ ଟଙ୍କା କମାଇବା ହେବ ଆହୁରି ସହଜ, ଆସିବାକୁ ଯାଉଛି ମଜାଦାର ଫିଚର

ଗତ କିଛିଦିନ ପୂର୍ବରୁବିଲେନିୟର ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X(ପୂର୍ବର ଟ୍ବିଟର)ରେ ଶୀଘ୍ର ପେମେଣ୍ଟ ସୁବିଧା ମିଳିପାରେ ବୋଲି କମ୍ପାନୀର ସିଇଓ ଲିଣ୍ଡା ୟାକାରିନୋଙ୍କ ଏକ୍ସରେ ଏକ ପୋଷ୍ଟ ଜରିଆରେ ଏହାର ସୂଚନା ଦେଇଥିଲେ । ପେମେଣ୍ଟ କରିବା ବ୍ୟତୀତ ଭିଡିଓ କଲିଂ ସୁବିଧା ମଧ୍ୟ ପ୍ଲାଟଫର୍ମରେ ଶୀଘ୍ର ଉପଲବ୍ଧ ହୋଇପାରେ । ବର୍ତ୍ତମାନ ସୁଦ୍ଧା ଟେକ୍ସ୍‌ଟ୍‌ ମେସେଜରେ ଅନ୍ୟମାନଙ୍କ ସହ ଯୋଡ଼ି ହେବାର ସୁବିଧା ମିଳୁଥିବା ବେଳେ ଆଗାମୀ ଦିନରେ ଭିଡିଓ କଲିଂଠାରୁ ଆରମ୍ଭ କରି ପେମେଣ୍ଟ ସୁବିଧା ଏବଂ ଚାକିରି ଖୋଜିବା ପର୍ଯ୍ୟନ୍ତ ସମସ୍ତ ଫିଚର Xରେ ଉପଲବ୍ଧ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details