ହାଇଦ୍ରାବାଦ:ଆପଲର ଇଭେଣ୍ଟ ଆସିଲେ ସମସ୍ତଙ୍କର ନଜର ତାହା ଉପରେ ରହିଥାଏ । ବିଶେଷ କରି ଯେଉଁମାନେ ଆଇଫୋନ ପ୍ରେମୀ ଥାଆନ୍ତି ସେମାନଙ୍କ ନଜର ଏହି ଆପଲ ଇଭେଣ୍ଟ ଉପରେ ଥାଏ । ତେବେ ଗତକାଲି(ସେମବାର) ଆପଲର ସ୍କାରି ଫାଷ୍ଟ ଇଭେଣ୍ଟ 2023 କାଲିଫର୍ଣ୍ଣିଆର ଆପଲ୍ ମୁଖ୍ୟାଳୟରେ ଆୟୋଜିତ ହୋଇଥିଲା । ତେବେ ଆପଣ ନୂଆ ନୂଆ ପ୍ରଡକ୍ଟ ଲଞ୍ଚ କରିଛି । ଆପଲ୍ ନୂଆ M3 ଚିପ୍ସେଟ୍ ସହିତ MacBook Pro ଏବଂ iMac ଲାପ୍ଟପ୍ ଲଞ୍ଚ୍ କରିଛି । ଆପଲ୍ ଚଳିତ ବର୍ଷ iMacର 25ତମ ବାର୍ଷିକୀ ପାଳନ କରୁଛି । 1990 ଦଶକରେ ଷ୍ଟିଭ୍ ଜବ୍ସଙ୍କ ଦ୍ବାରା ଆପଲର ପ୍ରଥମ ପ୍ରଡକ୍ଟ ଲଞ୍ଚ୍ କରାଯାଇଥିଲା । ପୂର୍ବରୁ ମ୍ୟାକ୍କୁ ମୌକିଂଟସ କୁହାଯାଉଥିଲା। 1984 ପ୍ରାରମ୍ଭରେ ଏହାର ଉନ୍ମୋଚନ କରାଯାଇଥିଲା ।
ଲଞ୍ଚ ହେଲା M3 ଚିପସେଟ୍: ଆପଲର ଏହି ଲଞ୍ଚ ଇଭେଣ୍ଟରେ କମ୍ପାନୀ ନୂଆ M3 ଚିପସେଟ ଲାଇନ୍ଅପ୍ ଲଞ୍ଚ କରିଛି। ଯେଉଁଥିରେ କମ୍ପାନୀ ପକ୍ଷରୁ M3, M3 Pro ଏବଂ M3 Max ଚିପସେଟ ରଖାଯାଇଛି। ଏହି ଚିପସେଟ M1 ଚିପସେଟ ଠାରୁ 50 ପ୍ରତିଶତ ଏବଂ M2 ଚିପସେଟ ଠାରୁ 30 ପ୍ରତିଶତ ଫାଷ୍ଟ ଅଟେ। ଏହା ବ୍ୟତୀତ ଆପଲ୍ M3 ଚିପସେଟ ସହିତ ନୂଆ ମାକ୍ବୁକ୍ ପ୍ରୋ' ଲାପଟପ୍ ମଧ୍ୟ ଲଞ୍ଚ କରିଛି । ତେବେ ଏହା ଲଙ୍ଗ ଲାଷ୍ଟିଂ ବ୍ୟାଟେରୀ ବୋଲି କମ୍ପାନୀ ପକ୍ଷରୁ ଦାବି କରି କୁହାଯାଇଛି। କୁହାଯାଇଛି ଯେ, ଥରେ ଚାର୍ଜ କରିଲେ 22 ଘଣ୍ଟା ଯାଏଁ କାମ କରିବ। ଏଥିରେ ଦିଆଯାଇଥିବା M3 ମ୍ୟାକ୍ସ ଚିପସେଟ intel Chipଠାରୁ 11 ଗୁଣ ଫାଷ୍ଟ ଅଟେ।