ଓଡିଶା

odisha

ଭିଭୋ ଏବଂ ଅନ୍ୟ କମ୍ପାନୀ ବିରୋଧରେ ଇଡିର ଚାର୍ଜସିଟି ଦାଖଲ

By ETV Bharat Odisha Team

Published : Dec 7, 2023, 2:14 PM IST

ଭାରତରେ ଟିକସ ଦେୟକୁ ଏଡାଇବା ପାଇଁ ପ୍ରାୟ 62ହଜାର 476 କୋଟି ଟଙ୍କା ବିଦେଶୀକୁ ପଠାଇଥିବା ନେଇ କମ୍ପାନୀ ବିରୋଧରେ ଅଭିଯୋଗ ହୋଇଥିଲା। ବର୍ତ୍ତମାନ କମ୍ପନୀ ବିରୋଧରେ ଇଡି ଚାର୍ଜସିଟ ଦାଖଲ କରିଛି । ଅଧିକ ପଢ଼ନ୍ତୁ

ED files first charge sheet against vivo
ED files first charge sheet against vivo

ହାଇଦ୍ରାବାଦ: ପୁଣି ଇଡି ଟାର୍ଗେଟରେ ଭିଭୋ। ପୁଣି କୁହୁଁଳିଆ ବେଆଇନ ଅର୍ଥ କାରବାର ନିଆଁ। ଚାଇନା ସ୍ମାର୍ଟଫୋନ ଭିଭୋ ବିରୋଧରେ ଚାର୍ଜସିଟ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ସରକାରୀ ସୁତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏନେଇ ଇଡି ପକ୍ଷରୁ ନିଜ ବୟାନରେ କୁହାଯାଇଛି ଯେ, "ମନି ଲଣ୍ଡରିଂ ମାମଲାରେ ଭିଭୋ ସହ ଅନ୍ୟ କମ୍ପାନୀ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ବେଆଇନ ଅର୍ଥ କାରବାର ନିରୋଧ ଆଇନ(PMLA)ର ଅପରାଧିକ ଧାରା ଅଧୀନରେ ଏଜେନ୍ସି କମ୍ପାନୀ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ତେବେ ଭିଭୋ 2014ରୁ 2021 ମସିହା ମଧ୍ୟରେ ଭାରତ ବାହାରକୁ 1 ଲକ୍ଷ କୋଟି ଟଙ୍କା ପଠାଇବାରେ ସେଲ କମ୍ପାନୀକୁ ବ୍ୟବହାର କରିଥିବା ନେଇ ଇଡି ପକ୍ଷରୁ କୁହାଯାଇଛି ।"

ଇଡିର ଓକିଲ ପକ୍ଷରୁ ବୁଧବାର ସ୍ବତନ୍ତ୍ର କୋର୍ଟରେ କୁହାଯାଇଛି ଯେ, ଅର୍ଥ ହେରଫେର ମାମଲାରେ ଭିଭୋର 4ଜଣଙ୍କୁ ଗିରଫ କରାଯାଇଥିଲା। ଏହା ଛଡା ବର୍ତ୍ତମାନ ବେଆଇନ ଅର୍ଥ କାରବାର ନିରୋଧ ଆଇନ(PMLA) ଆଧାରରେ କମ୍ପାନୀକୁ ଅଭିଯୋଗ ପରିସର କରାଯାଇଛି। ଭାରତରେ ଟିକସ ଦେୟକୁ ଏଡାଇବା ପାଇଁ ପ୍ରାୟ 62ହଜାର 476 କୋଟି ଟଙ୍କାର କାରବାର ହୋଇଥିବା ନେଇ ଅଭିଯୋଗ ହୋଥିଲା।

ପ୍ରକାଶଥାଉକି ଏହି ମାମଲାରେ ପୂର୍ବରୁ ଅର୍ଥାତ ଅକ୍ଟୋବର ମାସରେ ଲାଭା ଇଣ୍ଟରନ୍ୟାସନାସ କମ୍ପାନୀର ଏମଡି ହରିଓମ ରାୟ, ଚାଇନାର ନାଗରିକ ଗୁଆଙ୍ଗୱେନ ଓରଫ ଆଣ୍ଡ୍ରିୟୁ କୁଆଙ୍ଗ ଏବଂ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ନିତିନ ଗର୍ଗ ଏବଂ ରାଜନ ମଲିକଙ୍କୁ ଗିରଫ କରିଥିଲା। 2022 ମସିହାରେ ଇଡିର ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ଗତବର୍ଷ ଜୁଲାଇ ମାସରେ ଭିଭୋ ଇଣ୍ଡିଆ ଏବଂ ଏହାସହ ଜଡିତ ବ୍ୟକ୍ତିଙ୍କ ଉପରେ ରେଡ୍ କରିଥିଲାା। ଏଥିରେ ଚୀନ୍ ନାଗରିକ ଏବଂ ଅନେକ ଭାରତୀୟ କମ୍ପାନୀ ସହିତ ଜଡିତ ଏକ ବଡ ମନି ଲଣ୍ଡରିଂ ଯୋଜନାକୁ ଭଣ୍ଡୁର କରାଯାଇଥିବା ନେଇ ଦାବି କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ: ଚାଇନା କମ୍ପାନୀ ସାଓମି ପରେ ଭିଭୋରେ ଇଡିର ଚଢାଉ

ତେବେ ବୁଧବାର ଦିନ ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତରେ ଇଡି ଚାର୍ଜସିଟି ଦାୟର କରିଛି । ହରିଓମ୍‌ ରାୟ, ଚାଇନାର ନାଗରିକ ଗୁଆଙ୍ଗୱେନ୍‌ ଓରଫ ଆଣ୍ଡ୍ରିୟୁ କୁଆଙ୍ଗ ଏବଂ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ୍‌ ନିତିନ ଗର୍ଗ ଏବଂ ରାଜନ ମଲିକ ଭାରତରୁ ବିପୁଳ ଟଙ୍କା ବିଦେଶ ପଠାଇଥିବା ନେଇ ଉଲ୍ଲେଖ କରାଯାଇଛି ।

ଇଡିର ସୂଚନା ମୁତାବକ ଚୀନର ଫୋନ ନିର୍ମାତା କମ୍ପାନୀ 2014 ମସିହାରେ ଭାରତରେ ପ୍ରବେଶ କରିବା ପରେ ଭାରତର ବିଭିନ୍ନ ସହରରେ 19ଟି କମ୍ପାନୀ ପ୍ରତିଷ୍ଠା କରିଥିଲା। ଏହି କମ୍ପାନୀ ଗୁଡିକରେ ଚୀନର ନାଗରିକମାନେ ନିର୍ଦ୍ଦେଶକ ଏବଂ ଅଂଶୀଦାର ଭାବେ ଦାୟିତ୍ବ ତୁଲାଉଥିଲେ ଏବଂ ଭିଭୋର ସମଗ୍ର ଯୋଗାଣ ଶୃଙ୍ଖଳାକୁ ନିୟନ୍ତ୍ରଣ କରୁଥିଲେ। ତେବେ ଇଡି ପକ୍ଷରୁ ଅଭିଯୋଗ କରି କୁହାଯାଇଛି ଯେ, ଭାରତରେ ଚୀନ ନିୟନ୍ତ୍ରିତ ନେଟଓ୍ବର୍କ ପ୍ରତିଷ୍ଠା କରିବା ପାଇଁ ଆରୋପୀମାନେ ଛଦ୍ମବେଶରେ ଭାରତରେ ପ୍ରବେଶ କରି ସରକାରଙ୍କୁ ପ୍ରତାରଣା କରିଛନ୍ତି। କମ୍ପାନୀ ଭାରତର ଆର୍ଥିତ ସାର୍ବଭୌମତ୍ବ ପାଇଁ ହୀନ କାର୍ଯ୍ୟକଳାପ କରିଥିବା ନେଇ ଇଡି ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details