ଓଡିଶା

odisha

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ନିକି ହାଲି, ଟ୍ରମ୍ପଙ୍କ ସହ ହୋଇପାରେ ଟକ୍କର

By

Published : Feb 14, 2023, 10:47 PM IST

2024 ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ଭାରତୀୟ ବଂଶୋଦ୍ଭବ ନିକି ହାଲିଙ୍କ ଘୋଷଣା । ରିପବ୍ଲିକାନ ପାର୍ଟିରୁ ହେବେ ପ୍ରାର୍ଥୀ । ଟ୍ରମ୍ପଙ୍କ ସହ ହୋଇପାରେ ପ୍ରତିଦ୍ବନ୍ଦ୍ବିତା । ଅଧିକ ପଢନ୍ତୁ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ନିକି ହାଲି
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ନିକି ହାଲି

ୱାଶିଂଟନ୍:ଆସନ୍ତାବର୍ଷ (2024) ହେବାକୁ ଯାଉଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ଜଣେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ରାଜନେତ୍ରୀ । ରିପବ୍ଲିକାନ ପାର୍ଟିର ନେତ୍ରୀ ନିକ୍କି ହାଲି ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ଆଜି ଘୋଷଣା କରିଛନ୍ତି । ନିକ୍କି ଆମେରିକା ରାଜନୀତିରେ ବେଶ ସକ୍ରିୟ । ସେ ପୂର୍ବରୁ ଦକ୍ଷିଣ କାରୋଲିନାର ପୂର୍ବତନ ରିପବ୍ଲିକାନ୍ ଗଭର୍ଣ୍ଣର ରହିସାରିଥିବା ବେଳେ ଏବେ ଜାତିସଂଘରେ ଆମେରିକାକୁ ପ୍ରତିନିଧିତ୍ବ ମଧ୍ୟ କରି ସାରିଛନ୍ତି ।

ଆଜି ସେ ଏନେଇ ଏକ ଭିଡିଓ ଟ୍ବିଟ ମାଧ୍ୟମରେ ଘୋଷଣା କରିଛନ୍ତି । ଭାରତୀୟ-ଆମେରିକୀୟ ରିପବ୍ଲିକାନ୍ ନେତା ନିକ୍କି ହାଲି ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରି 2024 ମସିହାରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି । ଭିଡିଓ ବିବୃତ୍ତିରେ, 51 ବର୍ଷୀୟ ନିକ୍କି ହାଲି କହିଛନ୍ତି, ‘‘ମୁଁ ନିକି ହାଲି ଏବଂ ମୁଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛି । ଏକ ନୂତନ ପିଢି ନେତୃତ୍ୱ ପାଇଁ ଆର୍ଥିକ ଦାୟିତ୍ୱବୋଧ, ଆମର ସୀମାକୁ ସୁରକ୍ଷିତ କରିବା ଏବଂ ଆମ ଦେଶ, ଆମର ଗର୍ବ ଏବଂ ଆମର ଉଦ୍ଦେଶ୍ୟକୁ ମଜବୁତ କରିବାର ସମୟ ଆସିଛି ।’’

ସେହିପରି ସେ ନିଜକୁ ପ୍ରବାସୀ ଭାରତୀୟଙ୍କ ଗର୍ବିତ ଝିଅ ବୋଲି ବର୍ଣ୍ଣନା କରିଛନ୍ତି । କହିଛନ୍ତି ‘‘ମୁଁ ଜଣେ ପ୍ରବାସୀ ଭାରତୀୟଙ୍କ ଗର୍ବିତ ଝିଅ, ମୁଁ କଳା କିମ୍ବା ଗୋରା ନୁହେଁ, ମୁଁ ଭିନ୍ନ । କିନ୍ତୁ ମୋ ମା ସର୍ବଦା କହୁଥିଲେ, ତୁମର କାମ ପାର୍ଥକ୍ୟ ଉପରେ ଧ୍ୟାନ ଦେବା ନୁହେଁ, ବରଂ ସମାନତା ଉପରେ ଧ୍ୟାନ ଦେବା ଉଚିତ । ମୋର ପିତାମାତା ମୋତେ ଏବଂ ମୋର ଭାଇଭଉଣୀମାନଙ୍କୁ ଆମେରିକାରେ ରହିବା କେତେ ଭାଗ୍ୟବାନ। ତାହା ପ୍ରତିଦିନ ମନେ ପକାଉଥିଲେ ।’’

ତେବେ ତାଙ୍କର ଖୋଲା ପ୍ରାର୍ଥୀତ୍ବ ଦାବିଦାରି ପରେ ତାଙ୍କ ପ୍ରତିଦ୍ବନ୍ଦ୍ବିତା ପୂର୍ବତନ ରାଷ୍ଟ୍ରପତି ତଥା ଆମେରିକାର ଚର୍ଚ୍ଚିତ 76 ବର୍ଷୀୟ ରାଜନେତା ଡୋନାଲ୍ଡ ଟ୍ରମ୍ପଙ୍କ ସହ ହେବା ନେଇ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଆମେରିକାରେ ଜୋ.ବାଇଡେନଙ୍କ ଶାସନରେ ଜଣେ ଭାରତୀୟ ବଂଶୋଦ୍ଭବ ଉପରାଷ୍ଟ୍ରପତି ଭାବେ ଦାୟିତ୍ବରେ ଅଛନ୍ତି । ସେହିପରି 2024 ରେ ଆଉ ଜଣେ ଭାରତୀୟ ବଂଶଦ୍ଭୋବ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇ ଅଣ୍ଟା ଭିଡିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details