ଓ୍ବାଶିଂଟନ:ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କୋଭିଡ ପଜିଟିଭ । ଗତ ଦୁଇ ଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିଲା। ଜ୍ବର ହେବାସହ ଗଳା ଖରାପ ଯୋଗୁଁ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ବାରାକ ଓବାମା । ଶନିବାର ଦିନ ରକ୍ତ ପରୀକ୍ଷା କରିବା ପରେ ସେ କୋଭିଡ୍-19 ପଜିଟିଭ ଥିବା ଜାଣିବାକୁ ପାଇଥିଲେ ।
ଟ୍ବିଟ କରି ଅସୁସ୍ଥତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଓବାମା । ସେ ଆହୁରି ସୂଚନା ଦେଇଛନ୍ତି ଯେ ତାଙ୍କ ପତ୍ନୀ ମିସେଲ ଓବାମା କିନ୍ତୁ ସୁସ୍ଥ ଅଛନ୍ତି । ସେ ମଧ୍ୟ ପରୀକ୍ଷା କରାଇଥିଲେ । ହେଲେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ଏହାସହ ଓବାମା ଆହୁରି ମଧ୍ୟ କହିଛନ୍ତି ଦୁହେଁ ଡବଲ ଡୋଜ ଟିକା ନେଇଥିବାରୁ ସାମାନ୍ୟ ଚିକିତ୍ସାରୁ ଶୀଘ୍ର ସୁସ୍ଥ ହୋଇପାରିଛୁ ।