ୱାଶିଂଟନ:ଅଗଷ୍ଟ 31 ସୁଦ୍ଧା ଆଫଗାନିସ୍ତାନରେ ସରିବ ସ୍ଥାନାନ୍ତରଣ ପ୍ରକ୍ରିୟା । କିନ୍ତୁ ଏହି ସମୟସୀମା ବୃଦ୍ଧି କରିବାକୁ ଆମେରିକା ଚିନ୍ତା କରୁଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେବେ ଯୁଦ୍ଧାଗ୍ରସ୍ତ ଆଫଗାନିସ୍ତାନରୁ ବ୍ୟାପକ ସ୍ଥାନାନ୍ତର ଉଦ୍ୟମ କରାଯାଉଥିବା ଏକ ସମ୍ବୋଧନରେ କହିଛନ୍ତି ବାଇଡେନ ।
ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବେ । ଏହା ପରେ ସେଠାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଅବଧି ବଢିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସମୟ ଭିତରେ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ନେଇ ସନ୍ଦେହ ଉପୁ଼ଜିଥିବା କହିଛନ୍ତି ବାଇଡେନ । ସେ ଆହୁରି କହିଛନ୍ତି ଏହି ସମୟର ଆତଙ୍କବାଦୀମାନେ ଫାଇଦା ଉଠାଇ ପାରନ୍ତି । ନିରୀହ ଆଫଗାନିସ୍ତାନବାସୀ ଓ ଆମେରିକା ସେନାଙ୍କୁ ଟାର୍ଗେଟ କରିପାରନ୍ତି ବୋଲି କହିଛନ୍ତି ବାଇଡେନ ।