ଓଡିଶା

odisha

Urvashi Rautela: ଋଷଭ ପନ୍ତଙ୍କୁ ନେଇ ପୁଣି ଟ୍ରୋଲ ହେଲେ ଅଭିନେତ୍ରୀ

By

Published : Apr 12, 2023, 12:00 PM IST

ଆଇପିଏଲ 16ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ସମର୍ଥନ କରିବା ପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ପହଞ୍ଚିଥିଲେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା । ସେଠାକାର ଭିଡିଓକୁ ଉର୍ବଶୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଗୀତର ଲାଇନ ଲେଖିଛନ୍ତି, ଯାହା ସିଧାସଳଖ ଋଷଭ ପନ୍ତଙ୍କୁ ଇଶାରା କରି ଲେଖାଥିବା ଜଣାପଡିଛି । ଅଧିକ ପଢନ୍ତୁ,

ଋଷଭ ପନ୍ତଙ୍କୁ ନେଇ ପୁଣି ଟ୍ରୋଲ ହେଲେ ଉର୍ବଶୀ ରୌତେଲା
ଋଷଭ ପନ୍ତଙ୍କୁ ନେଇ ପୁଣି ଟ୍ରୋଲ ହେଲେ ଉର୍ବଶୀ ରୌତେଲା

ମୁମ୍ବାଇ: ଗତକାଲି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେବେ ଏହି ମ୍ୟାଚ ଦେଖିବାକୁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଉପସ୍ଥିତ ରହିଥିଲେ । ଏଥିପାଇଁ ଉର୍ବଶୀଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । ନିକଟରେ ଆଇପିଏଲ ଷ୍ଟାଡିୟମରେ ଜଣେ ଦର୍ଶକ ଉର୍ବଶୀଙ୍କୁ ନେଇ ଲେଖାଥିବା ଏକ ପ୍ଲାକାର୍ଡ ଦେଖାଇଥିଲେ । ଯେଉଁଥିରେ ସେ ଟ୍ରୋଲ ହେବା ସହ ତାହା ବେଶ ଭାଇରାଲ ମଧ୍ୟ ହୋଇଥିଲା । ବର୍ତ୍ତମାନ ପୁଣି ତାଙ୍କୁ ଟ୍ରୋଲ କରାଯାଇଛି ।

ଆଇପିଏଲ 16 ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ ଉର୍ବଶୀ

ବାସ୍ତବରେ, ଟିମ୍ ଇଣ୍ଡିଆ ଖେଳାଳି ଋଷଭ ପନ୍ତଙ୍କ ସହ ଆଲୋଚନାରେ ଥିବା ଅଭିନେତ୍ରୀ ଉର୍ବଶୀଙ୍କୁ ପୁଣି ଟ୍ରୋଲର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ କ୍ୟାପିଟାଲ୍ସକୁ ଚିୟରଅପ କରିବା ପାଇଁ ସେ ଷ୍ଟାଡିୟମରେ ପହଞ୍ଚିଥିଲେ । ଏହାରି ମଧ୍ୟରେ ଉର୍ବଶୀଙ୍କୁ ନେଇ ସେଠାକାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏନେଇ ଅନେକ ଫ୍ୟାନ୍ସ ତାଙ୍କ ଭିଡିଓ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଏଥିସହ ଅଭିନେତ୍ରୀ ନିଜେ ମଧ୍ୟ ସମସ୍ତ ଭିଡିଓ ସେୟାର କରିଥିବା ଦେଖିବାକୁ ମିଳିଛି ।

ଗ୍ରୀନ୍ ରଙ୍ଗର ସର୍ଟ୍ସରେ ଖୁବ ସୁନ୍ଦର ଲାଗୁଛନ୍ତି ଉର୍ବଶୀ

ଅଭିନେତ୍ରୀ ଷ୍ଟାଡିୟମର ନିଜ ଇନଷ୍ଟା ଷ୍ଟୋରୀରେ ଅନେକ ଭିଡିଓ ସେୟାର କରିଛନ୍ତି । ଗୋଟିଏ ପୋଷ୍ଟରେ ସେ ମେ ହୁଁ ତେରେ ଅରମାନୋ ମେ', ମେ ତେରେ ଅଫସାନୋ ମେ... ଏକ ଗୀତ ଲାଇନ ଲେଖି ସେୟାର କରିଛନ୍ତି । ଯାହା ଋଷଭ ପନ୍ତଙ୍କୁ ଇଶାରା କରି ଲେଖାଯାଇଥିବା କୁହାଯାଉଛି । ସେୟାର ଭିଡିଓକୁ ଦେଖି ଅଭିନେତ୍ରୀଙ୍କ ପ୍ରଶଂସକମାନେ ଲାଇକ କରିଛନ୍ତି । ଏବଂ ଅନେକ ପ୍ରଶଂସକ ତାଙ୍କୁ ଷ୍ଟାଡିୟମରେ କ୍ୟାପଚର କରି ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି । ଏବଂ ଏହାକୁ ଲାଇକ କରିବା ସହ ପ୍ରିତିକ୍ରିୟା ଦେଇଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସକୁ ସମର୍ଥନ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ ଉର୍ବଶୀ

ସୂଚନା ଥାଉ କି, ଯେତେବେଳେ ଉର୍ବଶୀ ମ୍ୟାଚ୍ ଦେଖିବା ପାଇଁ ଆସନ୍ତି। ସେତେବେଳେ ତାଙ୍କୁ କ୍ରିକେଟର ଋଷଭ ପନ୍ତଙ୍କ ନାଁରେ ଟ୍ରୋଲ କରାଯାଇଥିବା ଦେଖିବାକୁ ମିଳିଥାଏ । ତେବେ ଉର୍ବଶୀ ଏକ ଗ୍ରୀନ୍ ରଙ୍ଗର ସର୍ଟ୍ସରେ ମ୍ୟାଚ୍ ଦେଖିବା ପାଇଁ ଆସିଥିଲେ । ସେପଟେ ଏହି ଦମଦାର ମ୍ୟାଚରେ 4 ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହୋଇଛି ।

ସେପଟେ ଡିସେମ୍ବର ୩୦ ତାରିଖରେ ଋଷଭ ପନ୍ତ କାର୍ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଥିଲା । ତେବେ ସେ ବର୍ତ୍ତମାନ ସୁସ୍ଥ ଥିଲେ ମଧ୍ୟ ଆହତ କାରଣରୁ କ୍ରିକେଟରୁ ଦୁରେଇ ରହିଛନ୍ତି।

ABOUT THE AUTHOR

...view details