ଓଡିଶା

odisha

Oscars slapgate: ଚାପୁଡ଼ା କାଣ୍ଡ ପରେ ଏକାଡେମୀ ସଦସ୍ୟତା ପଦରୁ ଇସ୍ତଫା ଦେଲେ ୱିଲ ସ୍ମିଥ୍‌

By

Published : Apr 2, 2022, 8:25 PM IST

ଓସ୍କାର ବିଜେତା ତଥା ଅଭିନେତା ୱିଲ୍ ସ୍ମିଥ୍ ଶୋରେ ହୋଷ୍ଟ କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ସଦସ୍ୟତା ପଦରୁ ଇସ୍ତଫା (Will Smith resigns from Academy membership) ଦେଇଛନ୍ତି। ଅଧିକ ପଢନ୍ତୁ

ଚାପୁଡ଼ା କାଣ୍ଡ ପରେ ଏକାଡେମୀ ସଦସ୍ୟତା ପଦରୁ ଇସ୍ତଫା ଦେଲେ ୱିଲ ସ୍ମିଥ୍‌
ଚାପୁଡ଼ା କାଣ୍ଡ ପରେ ଏକାଡେମୀ ସଦସ୍ୟତା ପଦରୁ ଇସ୍ତଫା ଦେଲେ ୱିଲ ସ୍ମିଥ୍‌

ଲସ୍‌ ଏଞ୍ଜଲିସ: ହଲିଉଡ ଅଭିନେତା ୱିଲ ସ୍ମିଥଙ୍କ 'ଚାପୁଡ଼ା କାଣ୍ଡ' ପରେ ଏଥର ଓସ୍କାର ଆଓ୍ବାର୍ଡ ଶୋ (Oscars 2022) ଏଥର ଅନେକ ଚର୍ଚ୍ଚାରେ ଅଛି । ଓସ୍କାର ବିଜେତା ତଥା ଅଭିନେତା ୱିଲ୍ ସ୍ମିଥ୍ ଶୋ’ରେ ହୋଷ୍ଟ କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ସଦସ୍ୟତା ପଦରୁ ଇସ୍ତଫା (Will Smith resigns from Academy membership) ଦେଇଛନ୍ତି। ଶୃଙ୍ଗଳା କମିଟିର ନୋଟିସ୍ ପରେ ସେ ନିଜ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ।

କ୍ରିସ୍ ରକ୍ 94ତମ ଏକାଡେମୀ ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରିଥିଲେ । ଏହି ସୋ’କୁ କମେଡିଆନ୍‌ କ୍ରିସ୍‌ ରକ୍‌ ହୋଷ୍ଟ କରିବା ସମୟରେ ହଲିଉଡ ଅଭିନେତା ୱିଲ୍‌ ସ୍ମିଥଙ୍କ ପତ୍ନୀଙ୍କୁ ନେଇ ପରିହାସ କରିଥିଲେ । ଏହା ଶୁଣି ୱିଲ ସ୍ମିଥ ରାଗି ଯାଇଥିଲେ । ସେ ମଞ୍ଚ ଉପରକୁ ଆସି କ୍ରିସ ରକ୍‌ଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଥିଲେ । ଏହାପରେ ସେ ତଳକୁ ଯାଇ ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ।

ଏହା ବି ପଢନ୍ତୁ: ଟାଟୁରେ ୱିଲ୍‌ ସ୍ମିଥଙ୍କ ଚାପୁଡା କାଣ୍ଡ, ଭିଡିଓ ଭାଇରାଲ

ୱିଲ୍ ସ୍ମିଥ୍ ଏକାଡେମୀ ନୋଟିସର ଜବାବ ଦେଲେ

ୱିଲ୍ ସ୍ମିଥ୍ କହିଛନ୍ତି ଯେ, ମୁଁ ଏକାଡେମୀର ଶୃଙ୍ଖଳିତ ଶୁଣାଣି ନୋଟିସର ସିଧାସଳଖ ଉତ୍ତର ଦେଇଛି। ସେ ତାଙ୍କ ଆଚରଣର ଯେକୌଣସି ଏବଂ ସମସ୍ତ ପରିଣାମକୁ ସମ୍ପୂର୍ଣ୍ଣ ରୂପେ ସ୍ବୀକାର କରିବା କଥା କହିଛନ୍ତି ।

ସ୍ମିଥ୍ ତାଙ୍କ ଇସ୍ତଫାରେ କଣ କହିଛନ୍ତି

ୱିଲ୍ ସ୍ମିଥ୍ ତାଙ୍କ ଇସ୍ତଫା ସମୟରେ କହିଛନ୍ତି, '94 ତମ ଏକାଡେମୀ ପୁରସ୍କାର ଉପସ୍ଥାପନା ସମୟରେ ମୁଁ ଯାହା କରିଥିଲି ତାହା ଆଶ୍ଚର୍ଯ୍ୟଜନକ, ଯନ୍ତ୍ରଣାଦାୟକ ଏବଂ କ୍ଷମାହୀନ । ମୁଁ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀର ମୋର ସଦସ୍ୟତାରୁ ଇସ୍ତଫା ଦେଉଛି ଏବଂ ବୋର୍ଡ ଉଚିତ ମନେ କରୁଥିବା ଯେକୌଣସି ପରିଣାମକୁ ମୁଁ ଗ୍ରହଣ କରିବି ।

ଏହା ବି ପଢନ୍ତୁ: ୱିଲ୍ ସ୍ମିଥ୍‌ଙ୍କୁ ପୋଲିସ କରିଥାନ୍ତା ଗିରଫ, ଖୁଲାସା କଲେ ଓସ୍କାର ନିର୍ମାତା

ପୁଣି କ୍ରିସଙ୍କୁ କ୍ଷମା ମାଗିଲେ

ସେ ଆହୁରି ମଧ୍ୟ କହିଛନ୍ତି, 'ମୁଁ ଆଘାତ ଦେଇଥିବା ଲୋକଙ୍କ ତାଲିକା ଲମ୍ବା ଏବଂ ଏଥିରେ କ୍ରିସ୍, ତାଙ୍କ ପରିବାର, ମୋର ଅନେକ ପ୍ରିୟ ବନ୍ଧୁ ଏବଂ ପ୍ରିୟଜନ ଅଛନ୍ତି, ସେମାନେ ସମସ୍ତେ ଉପସ୍ଥିତ ଅଛନ୍ତି। ଏହା ବ୍ୟତୀତ, ବିଶ୍ବର ବିଭିନ୍ନ ସ୍ଥାନରୁ ଆସିଥିବା ଦର୍ଶକମାନେ ମଧ୍ୟ ଜଡିତ ଅଛନ୍ତି ଯେଉଁମାନେ ଘରେ ବସି ଏହି କାର୍ଯ୍ୟକ୍ରମ ଦେଖୁଥିଲେ, ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details