ଓଡିଶା

odisha

The Kerala Story Collection: 200କୋଟି କ୍ଲବରେ ସାମିଲ ହେଲା ଅଦା ଶର୍ମାଙ୍କ ଫିଲ୍ମ

By

Published : May 23, 2023, 12:19 PM IST

ବିବାଦ ସତ୍ତ୍ବେ ବି ଫିଲ୍ମ 'ଦ କେରଳ ଷ୍ଟୋରୀ'ର କ୍ରେଜ ଜାରି ରହିଛି। ଦିନକୁ ଦିନ ଫିଲ୍ମ ଲୋକପ୍ରିୟତା ହାସଲ କରିବାରେ ସଫଳ ହେଉଛି। ବର୍ତ୍ତମାନ ଫିଲ୍ମଟି 18 ଦିନରେ 200 କୋଟି କ୍ଲବରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛି। ଅଧିକ ପଢନ୍ତୁ,

ବକ୍ସ ଅଫିସରେ କମୁନି କ୍ରେଜ, 18 ଦିନରେ 200 କୋଟି ପାର୍ କଲା ଫିଲ୍ମର ଆୟ
ବକ୍ସ ଅଫିସରେ କମୁନି କ୍ରେଜ, 18 ଦିନରେ 200 କୋଟି ପାର୍ କଲା ଫିଲ୍ମର ଆୟ

ମୁମ୍ବାଇ: 200କୋଟି କ୍ଲବରେ ସାମିଲ ହେଲା ଫିଲ୍ମ 'ଦ କେରଳ ଷ୍ଟୋରୀ'। ଫିଲ୍ମ ରିଲିଜ୍ ହେବା ଦିନଠାରୁ ଏହା ଅନେକ ବିବାଦ ଓ ବିରୋଧ ମଧ୍ୟରେ ରହିଆସିଛି । କିନ୍ତୁ ଫିଲ୍ମର କଲେକ୍ସନ ଉପରେ ଏସବୁର କୌଣସି ପ୍ରଭାବ ପଡ଼ିଲା ନାହିଁ । ରିଲିଜ ହେବାର 18 ଦିନ ପରେ ବି ଫିଲ୍ମର କ୍ରେଜ ଦେଖିବାକୁ ମିଳୁଛି । ଅଦା ଶର୍ମା-ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି । ଏହି ଫିଲ୍ମଟି ମେ' 22ରେ ମାତ୍ର 5.50 କୋଟି ରୋଜଗାର କରିଥିଲା, ଯାହାକି ବାକି ଦିନ ତୁଳନାରେ ବହୁତ କମ୍ ଅଟେ । କିନ୍ତୁ ଏହା ସତ୍ତ୍ବେ ଫିଲ୍ମ 200 କୋଟି ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଛି ।

ପ୍ରାରମ୍ଭିକ ବାଣିଜ୍ୟ ଆକଳନ ଅନୁଯାୟୀ ଏହି ଫିଲ୍ମଟି 18ତମ ଦିନରେ ବକ୍ସ ଅଫିସରେ 5.50 କୋଟି ଟଙ୍କା ଆୟ କରିଛି । ଏହି ସଂଗ୍ରହ ପୂର୍ବ ଦିନର କଲେକ୍ସନ ତୁଳନାରେ ପ୍ରାୟ 6 କୋଟି କମ୍ ଅଟେ । ଏହା ପରେ ବି 'ଦ କେରଳ ଷ୍ଟୋରୀ'ର ମୋଟ ସଂଗ୍ରହ ବର୍ତ୍ତମାନ 204.47 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ମେ' 22ରେ, ହିନ୍ଦୀରେ ମୋଟ 15.58 ପ୍ରତିଶତ କଲେକ୍ସନ ରହିଥିଲା ।

ରିଲିଜ ହେବା ପରଠାରୁ 'ଦ କେରଳ ଷ୍ଟୋରୀ' ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ବିବାଦ ମଧ୍ୟରେ ଫିଲ୍ମ ମେ' 5 ରେ ରିଲିଜ କରିଥିଲା ​। ଏହାକୁ ଅନେକ ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା, ଏପରିକି ଏହାକୁ ଅନେକ ରାଜ୍ୟରେ ଫିଲ୍ମ ରିଲିଜକୁ ବ୍ୟାନ ମଧ୍ୟ କରାଯାଇଥିଲା । ତଥାପି ଏହି ଫିଲ୍ମଟି ବହୁତ ଭଲ ଆୟ କରିବାରେ ସଫଳ ହୋଇଛି । ବକ୍ସ ଅଫିସରେ ବଲିଉଡର ସବୁଠୁ ଅଧିକ ରୋଜଗାରିଆ ଫିଲ୍ମ ଭାବେ ସାମିଲ ହୋଇଛି ।

ବକ୍ସ ଅଫିସ କଲେକ୍ସନ: ଦ କେରଳ ଷ୍ଟୋରୀ

ମେ 5 (ପ୍ରଥମ ଦିନ) 8.03 କୋଟି

ମେ 6 (ଦ୍ବିତୀୟ ଦିନ) 11.22 କୋଟି

ମେ 7 (ତୃତୀୟ ଦିନ)16.40 କୋଟି

ମେ 8 (4ର୍ଥ ଦିନ) 10.07 କୋଟି

ମେ 9 (5ମ ଦିନ) 11.14 କୋଟି

ମେ 10 (ଷଷ୍ଠ ଦିନ) 12 କୋଟି

ମେ 11 (ସପ୍ତମ ଦିନ) 12.50 କୋଟି

ମେ 12 (ଅଷ୍ଟମ ଦିନ) 12.50 କୋଟି

ମେ 13 (ନବମ ଦିନ) 19.35 କୋଟି

ମେ 14 (ଦଶମ ଦିନ) 23 କୋଟି

ମେ 15 (11ତମ ଦିନ) 10 କୋଟି

ମେ 16(ଦ୍ବାଦଶ ଦିନ) 9.65କୋଟି

ମେ 13 (ନବମ ଦିନ) 19.35 କୋଟି

ମେ 14 (ଦଶମ ଦିନ) 23 କୋଟି

ମେ 15 (11ତମ ଦିନ) 10 କୋଟି

ମେ 16 (ଦ୍ବାଦଶ ଦିନ) 9.65କୋଟି

ମେ 17(ତ୍ରୟଦଶ ଦିନ) 7.90କୋଟି

ମେ 18 (ଚତୁର୍ଦଶ ଦିନ) 7 କୋଟି

ମେ 19 (ପଞ୍ଚଦଶ ଦିନ) 5.75 କୋଟି

ମେ 20 (16ତମ ଦିନ) 9 କୋଟି

ମେ 21 (17ତମ ଦିନ) 11.5 କୋଟି

ମେ 22 (18ତମ ଦିନ) 5.5 କୋଟି

ଫିଲ୍ମର ମୋଟ ବ୍ୟବସାୟ 204.47 କୋଟିରେ ପହଞ୍ଚିଛି

ସୂଚନା ଥାଉ କି, ସୁଦୀପ୍ତୋ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧ ଇଡନୀ ଏବଂ ସୋନିଆ ବାଲାନି ପ୍ରମୁଖ ଅଭିନୟ କରିଛନ୍ତି । ସେନ୍‌ଙ୍କ ଫିଲ୍ମ କେରଳ ଷ୍ଟୋରୀର ଟ୍ରେଲରରେ ଦର୍ଶାଯାଇଥିଲା ଯେ, ରାଜ୍ୟର 32,000 ଯୁବତୀଙ୍କୁ ପ୍ରବର୍ତ୍ତାଇ କରାଇ ଆତଙ୍କବାଦୀ ସଂଗଠନ ISISରେ ଯୋଗ ଦେବାକୁ ବାଧ୍ୟ କରାଯାଇଥିବା ଦାବି କରାଯାଇଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ 32,000 ଯୁବତୀଙ୍କ ସଂଖ୍ୟା 3କୁ ପରିବର୍ତ୍ତନ କରାଯାଇଥିଲା । ଫିଲ୍ମର ଟ୍ରେଲର ରିଲିଜ୍‌ ପରଠୁ ହିଁ ବିବାଦରେ ରହି ଆସିଛି ।

ABOUT THE AUTHOR

...view details