ମୁମ୍ବାଇ:ହଲିଉଡ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା, ନୃତ୍ୟଶିଳ୍ପୀ ଏବଂ ଡିଜେ ଷ୍ଟିଫେନ୍ ବସ୍ (Stephen Boss Passes Away) ଏହି ଦୁନିଆରେ ଆଉ ନାହାଁନ୍ତି । ଖବର ଅନୁଯାୟୀ, 13 ଡିସେମ୍ବର 2022ରେ ଅଭିନେତାଙ୍କର ଦେହାନ୍ତ ହୋଇଥିଲା । 40 ବର୍ଷୀୟ ଷ୍ଟିଫେନ୍ ବସଙ୍କ ମୃତଦେହ ଏକ ହୋଟେଲ ରୁମରୁ ମିଳିଛି । ଷ୍ଟିଫେନ୍ ବସ୍ (Stephen Boss) 'ଦି ଏଲେନ୍ ଡି ଜନସ୍' ଏବଂ 'ସୋ ୟୁ ଥିଙ୍କ୍ ୟୁ କ୍ୟାନ୍ ଡ୍ୟାନ୍ସ' ଭଳି ସୋ' ପାଇଁ ଜଣାଶୁଣା । ଏହା ବ୍ୟତୀତ ସେ ନିଜର ନୃତ୍ୟ ପାଇଁ ମଧ୍ୟ ପ୍ରସିଦ୍ଧ ଥିଲେ ।
ମିଡିଆ ରିପୋର୍ଟ ଅନୁଯାୟୀ, ପୋଲିସ ଲସ ଏଞ୍ଜେଲ୍ସର ଏକ ହୋଟେଲ ରୁମରେ ଷ୍ଟିଫେନ୍ ବସ୍ଙ୍କ ମୃତଦେହ ଜବତ କରିଛି । ଅନ୍ୟପକ୍ଷରେ, ଷ୍ଟିଫେନ୍ ବସ୍ଙ୍କ ପତ୍ନୀ ଏଲିନ୍ ହକର କହିଛନ୍ତି ଯେ, ‘‘ଷ୍ଟିଫେନ୍ ବସ୍ ତାଙ୍କ କାର ନ ନେଇ ଘରୁ ବାହାରି ଯାଇଥିଲେ । ଖାସ୍ କଥା ହେଉଛି, ଷ୍ଟିଫେନ୍ ବସ୍ ବିନା କାରରେ କୌଣସି ସ୍ଥାନକୁ ଯାଆନ୍ତି ନାହିଁ ।’’