ଓଡିଶା

odisha

Pathaan Row: ପଠାନକୁ ବିରୋଧ, ଇନ୍ଦୋରରେ ଦୀପିକା ଓ ଶାହାରୁଖଙ୍କ କୁଶପୁତ୍ତଳିକା ଦାହ

By

Published : Dec 15, 2022, 1:05 PM IST

Pathaan Row: ଫିଲ୍ମ ପଠାନକୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା ଥମିବାରେ ନାଁ ନେଉନି । ଫିଲ୍ମକୁ ବିରୋଧ କରି ବୀର ଶିବାଜୀ ଗ୍ରୁପର କର୍ମୀମାନେ ଏକାଠି ହୋଇ ନାରାବାଜି କରିବା ସହିତ ରାସ୍ତାରେ ଦୀପିକା ଓ ଶାହାରୁଖ ଖାନ୍‌ଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଅଧିକ ପଢନ୍ତୁ

ଇନ୍ଦୋରରେ ଦୀପିକା ଓ ଶାହାରୁଖଙ୍କ କୁଶପୁତ୍ତଳିକା ଦାହ, ରାସ୍ତାକୁ ଓହ୍ଲାଇଲେ ବିକ୍ଷୋଭକାରୀ
ଇନ୍ଦୋରରେ ଦୀପିକା ଓ ଶାହାରୁଖଙ୍କ କୁଶପୁତ୍ତଳିକା ଦାହ, ରାସ୍ତାକୁ ଓହ୍ଲାଇଲେ ବିକ୍ଷୋଭକାରୀ

ହାଇଦ୍ରାବାଦ: ଫିଲ୍ମ ପଠାନକୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା ଥମିବାରେ ନାଁ ନେଉନି । ରିଲିଜ୍ ପୂର୍ବରୁ ହିଁ ବିବାଦ ଭିତରେ ଛନ୍ଦି ହୋଇଛି ଶାହରୁଖ ଖାନଙ୍କ ଏହି ଫିଲ୍ମ । ସିନେମାକୁ ବ୍ୟାନ୍ କରିବାକୁ ବିକ୍ଷୋଭ, ରାଲି ଓ କୁଶପୁତ୍ତିଳିକା ଦାହ ଆରମ୍ଭ ହୋଇଗଲାଣି । ଏହାରି ମଧ୍ୟରେ ଇନ୍ଦୋରରେ ଶାହାରୁଖ ଖାନ୍‌ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଫିଲ୍ମର ପ୍ରଥମ ଗୀତ ‘ବେଶରମ ରଙ୍ଗ’କୁ ନେଇ ଏହି ବିରୋଧ କରାଯାଇଛି । ଏଥିରେ ଅଶ୍ଳୀଳତା ରହିଛି ବୋଲି ଅଭିଯୋଗ ହେଉଛି । ଖାସ୍‌ କରି ଗେରୁଆ ବସ୍ତ୍ର ସହିତ ମନୋକିନି ପିନ୍ଧି ଦୀପିକା ପାଦୁକୋନ ଏଭଳି ନୃତ୍ୟ କରିବାକୁ ନାପସନ୍ଦ କରିଛନ୍ତି ହିନ୍ଦୁ ମହାସଭା । ଏଥିସହିତ ଫିଲ୍ମରୁ ଏହି ସିପ୍‌କୁ ଏଡିଟ୍ କରିବାକୁ ମଧ୍ୟ ଦାବି କରାଯାଇଥିଲା । ବର୍ତ୍ତମାନ ଏଥିପାଇଁ ରାସ୍ତାରେ ବିରୋଧ ପ୍ରଦର୍ଶନ କରାଯାଇଛି ।

ଇନ୍ଦୋରରେ କୁଶପୁତ୍ତଳିକା ଦାହ

ବୀର ଶିବାଜୀ ଗ୍ରୁପର କର୍ମୀମାନେ ଏକାଠି ହୋଇ ନାରାବାଜି କରିବା ସହିତ ହୋଇ ଦୀପିକା ଓ ଶାହାରୁଖ ଖାନ୍‌ଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ବିରୋଧ ପ୍ରଦର୍ଶନ କରୁଥିବାବେଳେ ଲୋକମାନେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । ବୀର ଶିବାଜୀ ଗୋଷ୍ଠୀ କହିଛନ୍ତି ଯେ ବେଶରମ ରଙ୍ଗ ଗୀତ ଦ୍ୱାରା ହିନ୍ଦୁ ସମ୍ପ୍ରଦାୟକୁ ଅପମାନିତ କରାଯାଇଛି ।

ସିନ୍‌ ବଦଳାଇବାକୁ ଚେତାବନୀ

ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଚେତାବନୀ ଦେଇଥିଲେ ଯେ ‘‘ଯଦି ଦୀପିକାଙ୍କ ପୋଷାକ ଏବଂ ଫିଲ୍ମର କିଛି ସିନ୍‌ ପରିବର୍ତ୍ତନ ନହୁଏ, ତେବେ ସେ ଫିଲ୍ମକୁ ରାଜ୍ୟରେ ରିଲିଜ୍‌ କରିବାକୁ ଦେବେ ନାହିଁ । ଗୀତରେ କଳାକାରଙ୍କ ବେଶଭୂଷା ଓ ପ୍ରଥମ ଦୃଶ୍ୟ ବହୁତ ଆପତ୍ତିଜନକ। ଏମିତିରେ ଦୀପିକା ପାଦୁକୋନ ଟୁକଡେ ଟୁକଡେ ଗ୍ୟାଙ୍ଗଙ୍କର ସମର୍ଥକ ରହିଛନ୍ତି। ତେଣୁ ଏଥିପାଇଁ ମୁଁ ନିବେଦନ କରୁଛି ଯେ ଏହାର ସିନ୍‌କୁ ପରିବର୍ତ୍ତନ କରନ୍ତୁ । ଅନ୍ୟଥା, ମଧ୍ୟପ୍ରଦେଶରେ ଫିଲ୍ମ ରିଲିଜ ହେବା ପାଇଁ ଅନୁମତି ଦିଆଯିବା ଉଚିତ କି ନୁହେଁ ତାହା ବିଚାର କରିବାକୁ ପଡ଼ିବ।’’

ABOUT THE AUTHOR

...view details