ଓଡିଶା

odisha

PM Modi Birthday: ବି-ଟାଉନରୁ ଛୁଟିଲା ମୋଦିଙ୍କୁ ଶୁଭେଚ୍ଛା ସୁଅ

By

Published : Sep 17, 2022, 1:07 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଅନୁପମ ଖେରଙ୍କଠୁ ନେଇ କଙ୍ଗନା ରଣାୱତଙ୍କ ସମେତ ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି
ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି

ହାଇଦ୍ରାବାଦ:ଆଜି (17 ସେପ୍ଟେମ୍ବର) ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଜି ୭୨ ବର୍ଷ ବୟସରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଅଭିନୟ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଏକ ଦୁର୍ବଳତା ରହିଛି, ପିଲାଦିନେ ସେ ନାଟକ ଲେଖିବାକୁ ଏବଂ ନାଟକରେ ଅଭିନୟ କରିବାକୁ ଭଲ ପାଉଥିଲେ । ଅନୁପମ ଖେରଙ୍କଠୁ ନେଇ କଙ୍ଗନା ରଣାୱତଙ୍କ ସମେତ ଅନେକ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଅନୁପମଙ୍କୁ ଅଭିନନ୍ଦନ ଜଣାଇ ସେ ଲେଖିଛନ୍ତି, 'ସମ୍ମାନିତ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ। ଜନ୍ମଦିନର ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ । ପ୍ରଭୁ ଆପଣଙ୍କୁ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନ ପ୍ରଦାନ କରନ୍ତୁ । ଆପଣ ଆପଣଙ୍କ ଶପଥରେ ନେଇଥିବା ପ୍ରତ୍ୟେକ ଦାୟିତ୍ବକୁ ସୁନ୍ଦର ଭାବେ ନିଭାଇବା ପାଇଁ ପ୍ରୟାସ କରୁଛନ୍ତି ଏବଂ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଏହା ଜାରି ରଖିବେ। ଆପଣଙ୍କ ନେତୃତ୍ୱ ପାଇଁ ଧନ୍ୟବାଦ ।

କଙ୍ଗନା ରଣାୱତଙ୍କ ପୋଷ୍ଟ

ଏଥି ସହିତ କଙ୍ଗନା ରଣାୱତ ମଧ୍ୟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇ ଲେଖିଛନ୍ତି, 'ପିଲାଦିନରୁ ଚା' ବିକ୍ରୟ କରିବାଠୁ ଗୋଟିଏ ଗ୍ରହରେ ଜଣେ ଶକ୍ତିଶାଳୀ ବ୍ୟକ୍ତି ହେବା ପର୍ଯ୍ୟନ୍ତ... ଆପଣଙ୍କର ଏକ ଅପୂର୍ବ ଯାତ୍ରା, ମୁଁ ଆପଣଙ୍କ ଦୀର୍ଘ ଜୀବନ କାମନା କରୁଛି ।'

ଅକ୍ଷୟ କୁମାର

କଙ୍ଗନା ଆହୁରି ଲେଖିଛନ୍ତି, 'ରାମ, କୃଷ୍ଣ ଏବଂ ଗାନ୍ଧୀଙ୍କ ପରି ଆପଣ ଦେଶ ପାଇଁ ଅମର, ବର୍ତ୍ତମାନ ଆପଣ ଏହି ଜାତି ଏବଂ ଆଗାମୀ ଚେତନାରେ ସବୁଦିନ ପାଇଁ ଲେଖା ହୋଇଯାଇଛନ୍ତି, ଆପଣ ସର୍ବଦା ରହିବେ, ଆପଣଙ୍କ ମହାନତାକୁ କେହି ବି ଲିଭାଇ ପାରିବେ ନାହିଁ, ଏହା ହେଉଛି କାରଣ ମୁଁ ଆପଣଙ୍କୁ ଅବତାର କହୁଛି, ଆପଣଙ୍କ ପରି ଜଣେ ନେତା ପାଇ ମୁଁ ନିଜକୁ ଖୁସି ଗର୍ବ ଅନୁଭବ କରୁଛି ।' ଅନୁପମ ଖେର, କଙ୍ଗନା ରଣାୱତଙ୍କ ସମେତ ଅକ୍ଷୟ କୁମାର, ବିବେକ ଅଗ୍ନିହୋତ୍ରି, କୈଳାଶ ଖେର, ଅଜୟ ଦେବଗନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

କୈଳାଶ ଖେର
ଅଜୟ ଦେବଗନ୍‌

ଉଲ୍ଲେଖନୀୟ ଯେ, ନରେନ୍ଦ୍ର ଦାମୋଦରଦାସ ମୋଦି 17 ସେପ୍ଟେମ୍ବର 1950ରେ ଗୁଜୁରାଟର ବଡନଗରରେ ଜନ୍ମଗ୍ରହଣ କରିଥିଲେ । ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର 41 ତମ ପ୍ରଧାନମନ୍ତ୍ରୀ । ତାଙ୍କର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ 2014-2019 ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ସେ 2019ରେ ଦ୍ୱିତୀୟ ଥର ପାଇଁ ଦେଶର 14 ତମ ପ୍ରଧାନମନ୍ତ୍ରୀ ହୋଇଥିଲେ ।

ABOUT THE AUTHOR

...view details