ଓଡିଶା

odisha

Naatu Naatu In UAE: ଭାରତୀୟ ଦୂତାବାସର ଆହ୍ୱାନ, 'ନାଟୁ-ନାଟୁ'ରେ ଡ୍ୟାନ୍ସ ଦକ୍ଷତା ଦେଖାଇବେ ୟୁଏଇ ନିବାସୀ

By

Published : Apr 4, 2023, 3:03 PM IST

ସଂଯୁକ୍ତ ଅରବ ଅମିରାତ (ୟୁଏଇ) ବାସିନ୍ଦାଙ୍କୁ ଭାରତୀୟ ଦୂତାବାସଙ୍କ ଆମନ୍ତ୍ରଣ। ଏସ୍ ଏସ ରାଜାମୌଲିଙ୍କ ଫିଲ୍ମ'ଆରଆରଆର'ର ଓସ୍କାର ବିଜେତା ଗୀତ' ନାଟୁ ନାଟୁ'ରେ ସେମାନଙ୍କର ଡ୍ୟାନ୍ସ ଦକ୍ଷତା ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରିଛନ୍ତି। ଅଧିକ ପଢନ୍ତୁ,

ୟୁଏଇ ନିବାସୀଙ୍କୁ 'ନାଟୁ-ନାଟୁ'ରେ ଡ୍ୟାନ୍ସ ଦକ୍ଷତା ପ୍ରଦର୍ଶନ କରିବାକୁ ଭାରତୀୟ ଦୂତାବାସଙ୍କ ଆମନ୍ତ୍ରଣ
ୟୁଏଇ ନିବାସୀଙ୍କୁ 'ନାଟୁ-ନାଟୁ'ରେ ଡ୍ୟାନ୍ସ ଦକ୍ଷତା ପ୍ରଦର୍ଶନ କରିବାକୁ ଭାରତୀୟ ଦୂତାବାସଙ୍କ ଆମନ୍ତ୍ରଣ

ମୁମ୍ବାଇ: ଫିଲ୍ମ'ଆରଆରଆର'ର ଗୀତ' ନାଟୁ ନାଟୁ' ପାଇଁ ଓସ୍କାର ଜିତି ଦେଶ ପାଇଁ ଗୌରବ ଆଣିବା ସହ ଏକ ଇତିହାସ ରଚିଛି । ଏହି ଐତିହାସିକ ସଫଳତା ପରେ ଏହି ଗୀତର କ୍ରେଜ୍‌ ସାରା ବିଶ୍ବରେ ଦେଖିବାକୁ ମିଳିଛି । ଆଜି ବି ଲୋକେ ଏହି ଗୀତରେ ଝୁମୁଥିବାର ନଜର ଆସିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ୟୁଏଇର ବାସିନ୍ଦାଙ୍କୁ ଓସ୍କାର ବିଜେତା ଗୀତ 'ନାଟୁ-ନାଟୁ'ରେ ସେମାନଙ୍କର ଡ୍ୟାନ୍ସ ଦକ୍ଷତା ପ୍ରଦର୍ଶନ କରିବାକୁ ସୁଯୋଗ ଦେଇଛି ଭାରତୀୟ ଦୂତାବାସ । ସୋସିଆଲ ମିଡିଆ ଜରିଆରେ ଭାରତୀୟ ଦୂତାବାସ ଏହି ସୂଚନା ଦେଇଛି ।

ସୋମବାର ସଂଯୁକ୍ତ ଅରବ ଅମିରାତରେ ଥିବା ଭାରତର ଦୂତାବାସ ୟୁଏଇ ନାଗରିକମାନଙ୍କ ପାଇଁ ଫିଲ୍ମ 'RRR'ର 'ନାଟୁ ନାଟୁ' ଗୀତରେ ସେମାନଙ୍କ ଡ୍ୟାନ୍ସ କ୍ଲିପ୍ ଦେବା ପାଇଁ ଏକ ପ୍ରତିଯୋଗିତା ଆରମ୍ଭ କରିଛି । ବିଜେତାମାନେ ମିଶନରେ ପରଫରମାନ୍ସ କରିବାର ସୁଯୋଗ ପାଇବେ । ୟୁଏଇରେ ଥିବା ଭାରତୀୟ ଦୂତାବାସ ଏହାର ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ଭିଡିଓ କ୍ଲିପ୍ ସହିତ QR କୋଡ୍ ଦିଆଯାଇଛି । ଏହା ଟ୍ୱିଟ୍ କରି ଭାରତୟୀ ଦୂତାବାସ ପକ୍ଷରୁ କୁହାଯାଇଛି, 'ନାଟୁ-ନାଟୁ'ର 30 ସେକେଣ୍ଡର ଗୀତ ଆପଣଙ୍କୁ ଭାରତୀୟ ଦୂତାବାସରେ ପରଫର୍ମ କରିବାର ସୁଯୋଗ ଦେଇପାରେ । 3 ସରଳ ଉପାୟ ଦେଇଛି ଭାରତୀୟ ଦୂତାବାସ। ପ୍ରଥମେ 16 ଏପ୍ରିଲ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ନାଟୁ-ନାଟୁ ଗୀତରେ ଗ୍ରୁପ ପରଫର୍ମାନ୍ସ ସେୟାର କରିିବାକୁ ହେବ । ଦ୍ବିତୀୟରେ, ଇନ୍‌ଷ୍ଟାରେ ଭାରତୀୟ ଦୂତାବାସକୁ ଟ୍ୟାଗ୍ କରିବାକୁ ହେବ । ଶେଷରେ QR କୋଡ୍ ଅନୁସରଣ କରିବାକୁ ହେବ । ଯିଏ ବିଜେତା ହେବେ ସେ ଦୂତାବାସରେ ପରଫର୍ମ କରିବାର ସୁଯୋଗ ପାଇବେ । ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର ପରେ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ଏନେଇ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉ କି, ଓସ୍କାର ଜିତିବା ପୂର୍ବରୁ 'ନାଟୁ-ନାଟୁ' 7ଟି ଅନ୍ତର୍ଜାତୀୟ ପୁରସ୍କାର ଜିତିସାରିଥିଲା । ଜାନୁଆରୀରେ, 'ନାଟୁ-ନାଟୁ' 'ଶ୍ରେଷ୍ଠ ଅରିଜିନାଲ ଗୀତ' ବର୍ଗରେ ଗୋଲ୍ଡେନ୍ ଗ୍ଲୋବ୍ ଜିତିଥିଲା ​। ଏଥି ସହିତ, 5 ଦିନ ପରେ, 'RRR' କ୍ରିଟିକ୍ସ ଚଏସ ପୁରସ୍କାର'ର 28 ତମ ସଂସ୍କରଣରେ ଆଉ ଦୁଇଟି ପୁରସ୍କାର ଜିତିଥିଲା । ଗୋଟିଏ ଶ୍ରେଷ୍ଠ ଗୀତ ପାଇଁ ଏବଂ ଅନ୍ୟଟି ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ପାଇଥିଲେ ।

'ନାଟୁ-ନାଟୁ' ଗୀତର ହିନ୍ଦୀ ସଂସ୍କରଣ 'ନାଚୋ-ନାଚୋ', ତାମିଲରେ 'ନାଟୁ କୋଥୁ', ମାଲାୟାଲମରେ 'କରିନ୍ଥୋଲ୍' ଏବଂ କନ୍ନଡରେ 'ହଲି ନାତୁ' ଭାବରେ ରିଲିଜ ହୋଇଛି । ଜୁନିଅର ଏନଟିଆର ଏବଂ ରାମ ଚରଣଙ୍କ ଦ୍ବାରା କରାଯାଇଥିବା ହୁକ୍ ଷ୍ଟେପଗୁଡିକ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି ।

ABOUT THE AUTHOR

...view details