ଓଡିଶା

odisha

Hostel Daze ଟିଜରରେ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ, ଶେଷ ଝଲକ ଦେଖି ଫ୍ୟାନ୍ସ ଭାବୁକ

By

Published : Nov 9, 2022, 5:47 PM IST

ୱେବ୍ ସିରିଜ ହଷ୍ଟେଲ ଡେଜ୍‌ ସିଜନ୍ 3ର ଟିଜରରେ ସ୍ୱର୍ଗତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଝଲକ ଦେଖିବାକୁ ମିଳିଛି। ଏହା ହେଉଛି ରାଜୁ ଶ୍ରୀବାସ୍ତବଙ୍କର ଶେଷ ପ୍ରୋଜେକ୍ଟ । ଅଧିକ ପଢନ୍ତୁ

Hostel Daze ଟିଜରରେ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ, ଶେଷ ଝଲକ ଦେଖି ଭାବୁକ ହେଲେ ଫ୍ୟାନ୍ସ
Hostel Daze ଟିଜରରେ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ, ଶେଷ ଝଲକ ଦେଖି ଭାବୁକ ହେଲେ ଫ୍ୟାନ୍ସ

ହାଇଦ୍ରାବାଦ:ପ୍ରଖ୍ୟାତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତକୁ ପ୍ରାୟ ଦେଢ ମାସ ବିତିଗଲାଣି । କିନ୍ତୁ ତାଙ୍କ ସ୍ମୃତି ପ୍ରଶଂସକଙ୍କ ମନରେ ଏବେ ବି ସତେଜ ହୋଇରହିଛି । ଏହାରି ଭିତରେ ରାଜୁଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଯୁବ ଆଧାରିତ ୱେବ୍ ସିରିଜ୍ ହଷ୍ଟେଲ ଡେଜ୍‌ ର ଟିଜର (Hostel Daze Season 3 Teaser Out) ରିଲିଜ୍ ହୋଇଛି । ଏହି ସିରିଜ୍‌ରେ ସ୍ୱର୍ଗତ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଝଲକ ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇଯାଇଥିଲେ। କମେଣ୍ଟ ଦେଇ ଲୋକମାନେ ରାଜୁଙ୍କୁ ମନେ ପକାଇ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି ।

ସିରିଜରେ ରାଜୁଙ୍କ ଭୂମିକା କ’ଣ ?

ଟିଜର ଦେଖିବା ପରେ ଜଣାପଡିଛି ଯେ, ଏହି ସିରିଜରେ ରାଜୁଙ୍କୁ ଚା'ବାଲା, ଦୋକାନୀ କିମ୍ବା ପାନବାଲା ଚରିତ୍ରରେ ଦେଖିବାକୁ ମିଳିବ। ରାଜୁଙ୍କ ଲୁକ୍ ବିଷୟରେ କହିବାକୁ ଗଲେ, ଏହି ସିରିଜର ଟିଜରରେ ସେ ତାଙ୍କ ଦେଶୀ ଲୁକ୍‌ରେ କାନ୍ଧରେ ଗାମୁଛା ପକାଇଥିବାର ନଜର ଆସିଛନ୍ତି । ବର୍ତ୍ତମାନ ରାଜୁଙ୍କର ଏହି ଶେଷ ଝଲକ ଦେଖି ତାଙ୍କ ପ୍ରଶଂସକମାନେ ଭାବପ୍ରବଣ ହୋଇ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, 'ସ୍ୱର୍ଗତ ରାଜୁ ଶ୍ରୀବାସ୍ତବଙ୍କୁ ଦେଖି ଭଲ ଲାଗିଲା'। ଜଣେ ୟୁଜର ଲେଖିଛନ୍ତି, 'ତୁମେ ଆମ ମଧ୍ୟରେ ନାହଁ ବୋଲି ବିଶ୍ୱାସ କରିପାରୁ ନାହିଁ ।'

କେବେ ରିଲିଜ୍ ହେବ ସିରିଜ୍ ?

ଦର୍ଶକମାନେ ଦୀର୍ଘ ଦିନ ଧରି 'ହଷ୍ଟେଲ ଡେଜ୍' ସିରିଜର ତୃତୀୟ ସିଜିନକୁ ଅପେକ୍ଷା କରିଥିଲେ । ତେବେ ଏହି ଧାରାବାହିକ ନଭେମ୍ବର 16 ରେ ମୁକ୍ତିଲାଭ କରିବ ବୋଲି ନିର୍ମାତା କହିଛନ୍ତି । ଏହି ସିରିଜ୍ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ।

ଏହା ବି ପଢନ୍ତୁ: ରାଜୁଙ୍କ ଦେହାନ୍ତରେ ଭାଙ୍ଗି ପଡିଲେ ପତ୍ନୀ, କହିଲେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଲଢିଥିଲେ

ସିରିଜ୍ ଷ୍ଟାରକାଷ୍ଟ୍

ଏହା ଏକ କମେଡି-ଡ୍ରାମା ଧାରାବାହିକ, ଯେଉଁଥିରେ ଅଭିନେତ୍ରୀ ଅହସାସ୍‌ ଚନ୍ନା, ଲଭ ବିସ୍ପତେ, ଶୁଭମ୍ ଗୌର, ନିଖିଲ ବିଜୟ, ଆୟୁଷ ଗୁପ୍ତା ଏବଂ ଉତ୍କଳ ସରକାର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିରିଜର କାହାଣୀ 6 ସାଙ୍ଗ ଏବଂ ସେମାନଙ୍କ ହଷ୍ଟେଲ ଜୀବନ ଉପରେ ଆଧାରିତ । ଏହି କ୍ରମରେ ଇଞ୍ଜିନିୟରିଂ ଛାତ୍ରମାନଙ୍କ ହଷ୍ଟେଲ ଜୀବନ ଦେଖାଯିବ ।

କେବେ ଆସିଥିଲା ପ୍ରଥମ ସିଜନ

ଏହି ଧାରାବାହିକକୁ ଅଭିନବ ଆନନ୍ଦ ପ୍ରସ୍ତୁତ କରିଛନ୍ତି। 'ହଷ୍ଟେଲ ଡେଜ୍' ସିଜନ 3 ର ପ୍ରଥମ ସିଜନ୍ 2019 ରେ ମୁକ୍ତିଲାଭ କରିଥିଲା । ଏହାର ପ୍ରଥମ ସିଜନରେ 5ଟି ଏପିସୋଡ୍ ଥିଲା । ଏଥି ସହିତ, ସିରିଜର ଦ୍ୱିତୀୟ ସିଜନ୍ ଗତ ବର୍ଷ ଜୁଲାଇ 2021 ରେ ମୁକ୍ତିଲାଭ କରିଥିଲା ​।

ABOUT THE AUTHOR

...view details