ଓଡିଶା

odisha

Box office Collection: ସିଲଭର ସ୍କ୍ରିନରେ ଫିଲ୍ମର ଧମାକା ଜାରି, ଖୁବଶୀଘ୍ର 150କୋଟି କ୍ଲବରେ ଏଣ୍ଟ୍ରି

By

Published : May 16, 2023, 4:21 PM IST

ଅଦା ଶର୍ମାଙ୍କ ଅଭିନୀତ 'ଦ କେରଳ ଷ୍ଟୋରୀ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ ଜାରି ରଖିଛି । ଖୁବଶୀଘ୍ର 'ତୁ ଝୁଟି ମେ ମକ୍କାର'କୁ ପଛରେ ପକାଇ ଚଳିତ ବର୍ଷର ଦ୍ୱିତୀୟ ସର୍ବାଧିକ ରୋଜଗାରକାରୀ ଫିଲ୍ମ ହେବ ବୋଲି କୁହାଯାଉଛି । ଅଧିକ ପଢନ୍ତୁ...

'ଦ କେରଳ ଷ୍ଟୋରୀ' ବକ୍ସ ଅଫିସ୍ ସଂଗ୍ରହ 146.74 କୋଟି
'ଦ କେରଳ ଷ୍ଟୋରୀ' ବକ୍ସ ଅଫିସ୍ ସଂଗ୍ରହ 146.74 କୋଟି

ହାଇଦ୍ରାବାଦ: ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କେରଳ ଷ୍ଟୋରୀ' 2023 ମସିହାର ଶ୍ରେଷ୍ଠ ଆୟକାରୀ ତାଲିକାରେ ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି । ଫିଲ୍ମଟି ଏକ ବିବାଦୀୟ ନୋଟରେ ଆରମ୍ଭ ହୋଇଥିଲା କିନ୍ତୁ ସିନେମା ହଲରେ ଏହାର କ୍ରେଜ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍ ହେବାର 9 ଦିନ ମଧ୍ୟରେ 100 କୋଟି କ୍ଲବରେ ପ୍ରବେଶ କରିଥିଲା । ବର୍ତ୍ତମାନ ଫିଲ୍ମ ଘରୋଇ ବକ୍ସ ଅଫିସରେ 150 କୋଟି କ୍ଲବଠାରୁ କିଛି ପାଦ ଦୂରରେ ରହିଛି। ବଜାରର ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଫିଲ୍ମ 11ତମ ଦିନରେ ବକ୍ସ ଅଫିସରେ 10 କୋଟି ଟଙ୍କା ରୋଜଗାର କରିଥିଲା । ଏହି ଫିଲ୍ମର ମୋଟ ବକ୍ସ ଅଫିସ୍ ସଂଗ୍ରହ 146.74 କୋଟିରେ ପହଞ୍ଚିଛି।

ଖୁବ ଶୀଘ୍ର 'ଦ କେରଳ ଷ୍ଟୋରୀ' ଫିଲ୍ମ 'ତୁ ଝୁଟି ମେ ମକ୍କାର'କୁ ପଛରେ ପକାଇ ଚଳିତ ବର୍ଷର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ବଲିଉଡ ଫିଲ୍ମରେ ପରିଣତ ହେବ । 'ତୁ ଝୁଟି ମେ ମକ୍କାର' ଫିଲ୍ମରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅନସ୍କ୍ରିନ ରୋମାନ୍ସ ଦେଖିବାକୁ ମିଳିଥିଲା । ଭାରତୀୟ ବକ୍ସ ଅଫିସରେ ‘ତୁ ଝୁଟି ମେ ମକ୍କାର‘ ଫିଲ୍ମ 177.44 କୋଟି ଆୟ କରିଥିଲା ।

ବକ୍ସ ଅଫିସ କେଲକ୍ସନ: ଦ କେରଳ ଷ୍ଟୋରୀ

ମେ 5 (ପ୍ରଥମ ଦିନ) 8.03 କୋଟି

ମେ 6 (ଦ୍ବିତୀୟ ଦିନ) 11.22 କୋଟି

ମେ 7 (ତୃତୀୟ ଦିନ)16.40 କୋଟି

ମେ 8 (4ର୍ଥ ଦିନ) 10.07 କୋଟି

ମେ 9 (5ମ ଦିନ) 11.14 କୋଟି

ମେ 10 (ଷଷ୍ଠ ଦିନ) 12 କୋଟି

ମେ 11 (ସପ୍ତମ ଦିନ) 12.50 କୋଟି

ମେ 12 (ଅଷ୍ଟମ ଦିନ) 12.50 କୋଟି

ମେ 13 (ନବମ ଦିନ) 19.35 କୋଟି

ମେ 14 (ଦଶମ ଦିନ) 23 କୋଟି

ମେ 15 (11ତମ ଦିନ) 10 କୋଟି

ଫିଲ୍ମର ମୋଟ ବ୍ୟବସାୟ 146.74 କୋଟିରେ ପହଞ୍ଚିଛି

ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ଅନୁଯାୟୀ ଦ କେରଳ ଷ୍ଟୋରିର ବକ୍ସ ଅଫିସରେ ସଫଳତା ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ ସଫଳତା ପ୍ରଦାନ କରିବାକୁ ସଂଘର୍ଷ କରୁଥିବା ଫିଲ୍ମ ଇଣ୍ଡଷ୍ଟ୍ରିର ଆଖି ଖୋଲିଛି । କେବଳ ଶାହରୁଖ ଖାନଙ୍କ ପଠାନ ବକ୍ସ ଅଫିସରେ 1000କୋଟିରୁ ଅଧିକ ଆୟ କରି ଇତିହାସ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା। ଯଦିଓ ତୁ ଝୁଟି ମେ ମକ୍କାର ପଠାନ ଭଳି ସଫଳ ହୋଇନଥିଲା, ତଥାପି ଭଲ ପ୍ରଦର୍ଶନ କରି ସଫଳତା ହାସଲ କରିଥିଲା।

ABOUT THE AUTHOR

...view details