ପୁରୀ: ଚତୁର୍ଥ ଦିନରେ ପଦାର୍ପଣ କରିଛି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ଦୀର୍ଘ 5 ଦିନ ବ୍ୟାପୀ ଆରମ୍ଭ ହୋଇଥିବା ଏହି ଉତ୍ସବର ତୃତୀୟ ସନ୍ଧ୍ୟାରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ଦୁଲୁକୁଛି । କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ ପାଲିଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ଏହାର ଭରପୁର ମଜା ନେଉଛନ୍ତି ଦର୍ଶକେ ।
3ୟ ସନ୍ଧ୍ୟାରେ ମୁକ୍ତକାଶ ରଙ୍ଗ ମଞ୍ଚରେ ପ୍ରର୍ଦଶିତ ହୋଇଛି ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟ । ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ଓ ସୁସଜ୍ଜିତ ପରିବେଶରେ ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟ ମାଧ୍ୟମରେ କଳାକାରଙ୍କ ଦ୍ଵାରା ଉପସ୍ଥାପନାକୁ ବେଶ୍ ମନଭରି ଉପଭୋଗ କରିଛନ୍ତି ଦର୍ଶକ ।
କୋଣାର୍କ ଉତ୍ସବ ତୃତୀୟ ସନ୍ଧ୍ୟା: ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟରେ ମତୁଆଲା ଦର୍ଶକ ବିଶ୍ଵ ଐତିହ୍ୟ କୋଣାର୍କ ମନ୍ଦିର ପାଦ ଦେଶରେ ଆୟୋଜିତ କୋଣାର୍କ ଉତ୍ସବର 3ୟ ସନ୍ଧ୍ୟାରେ ପ୍ରଥମେ ଗୁରୁ ସ୍ଵପ୍ନାରାଣୀ ସିହ୍ନାଙ୍କ ନିର୍ଦ୍ଦେଶନାରେ ନୃତ୍ୟ ନିଳୟ ଅନୁଷ୍ଠାନର କଳାକାରଙ୍କ ଦ୍ଵାରା ବେଦର ଅଗ୍ନିମୁକ୍ତ ଆଧାରିତ ଅଗ୍ନିସ୍ତୁତି । ପରେ ନୃତ୍ୟ ନାଟିକା ତ୍ରୀବେଣୀ ସଙ୍ଗମ, ପବିତ୍ର ଗଙ୍ଗା, ଯମୁନା, ସରସ୍ଵତୀ ନଦୀର ମହିମା ସହ ଆଧାତ୍ମିକ ପୃଷ୍ଠଭୂମି ସମ୍ଵଳିତ ଧର୍ମୀୟ ବିଶ୍ଵାସର ଭାବଧାରାକୁ ନେଇ ନୃତ୍ୟ ପରିବେଷିତ କରିଥିଲେ କଳାକାରମାନେ । ଏହାର 2ୟ ଚରଣରେ ମୋହିନ ଆଟ୍ଟମର ଗୁରୁ ଜୟପ୍ରଭା ମେନନ ଓ ସାଥୀ କଳାକାରମାନେ ଶ୍ରୀ ଜୟଦେବକୃତ ଗୀତ ଗୋବିନ୍ଦମର ଚର୍ଚ୍ଚିତ ଅଷ୍ଟପଦୀ ଚନ୍ଦନ ଚର୍ଚ୍ଚିତ ନୀଳକଳେଵର ଅତି ନିଖୁଣ ଭାରେ ମଞ୍ଚରେ ପ୍ରଦର୍ଶିତ କରିଥିଲେ । ପରିଶେଷରେ ନୃତ୍ୟ ମାଧ୍ୟମରେ ଜୀବ, ମୋକ୍ଷ,ଓ ଉପସଂହାରର ଆବେଗକୁ ନୃତ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ ନୃତ୍ୟ ଶିଳ୍ପୀ ।
କୋଣାର୍କ ଉତ୍ସବରେ କଳାକାରଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଅତି ଜୀବନ୍ତ ଓ ହୃଦୟସ୍ପଶୀ ଥିବାର କହିଛନ୍ତି ଦର୍ଶକ । ଅନ୍ୟପଟେ ଚଳିତବର୍ଷ କୋଣାର୍କ ଉତ୍ସବ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବାରେ ସଫଳ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ