ଓଡିଶା

odisha

Covid Guidelines: ମାର୍ଚ୍ଚ ମାସ ପାଇଁ ଆସିଲା ଗାଇଡଲାଇନ, ଜାଣନ୍ତୁ କଣ କୋହଳ, କଣ କଟକଣା ?

By

Published : Feb 28, 2022, 7:37 PM IST

ମାର୍ଚ୍ଚ ମାସ ପାଇଁ ଆସିଲା ଗାଇଡଲାଇନ । ସାମାଜିକ, ଧାର୍ମିକ ଏବଂ ରାଜନୈତିକ ସମାବେଶକୁ ଅନୁମତି ମିଳିଛି । ମେଳା, ପ୍ରଦର୍ଶନୀ ଏବଂ ବାଣିଜ୍ୟ ମେଳାକୁ ବି ଅନୁମତି ଦିଆଯାଇଛି । ଅଧିକ ପଢନ୍ତୁ

Covid Guidelines Of March : ମାର୍ଚ୍ଚ ମାସ ପାଇଁ ଆସିଲା ଗାଇଡଲାଇନ
Covid Guidelines Of March : ମାର୍ଚ୍ଚ ମାସ ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ବର : ମାର୍ଚ୍ଚ ମାସ ପାଇଁ ଆସିଲା ଗାଇଡଲାଇନ । ମାର୍ଚ୍ଚ ମାସରେ ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ଓ ହୋଲି ନେଇ ସରକାର ପରାମର୍ଶ ଜାରି କରିଛନ୍ତି। ଚଳିତ ବର୍ଷ ସର୍ବସାଧାରଣସ୍ଥାନରେ ଲୋକେ ହୋଲି ଖେଳିପାରିବେ ନାହିଁ । କଟକଣା ସହ ଲୋକେ ନିଜ ପରିବାର ଲୋକଙ୍କ ସହିତ ଘର ଭିତରେ ହୋଲି ଖେଳିପାରିବେ।

ସାଧାରଣ ଲୋକ ଯାତାୟତ କରୁଥିବା ରାସ୍ତାରେ ମଧ୍ୟ ରଙ୍ଗ ଖେଳିପାରିବେ ନାହିଁ। ସ୍ଥାନୀୟ ପରିସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲାପାଳ କଟକଣା ଲଗାଇ ପାରିବେ। ଅନ୍ୟପଟେ ରାଜ୍ୟ ସରକାରଙ୍କର ଗାଇଡଲାଇନ୍‌ ଅନୁସାରେ 2022 ମାର୍ଚ୍ଚ 1 ତାରିଖ ସକାଳ 5 ଟାରୁ 31 ତାରିଖ ସକାଳ 5ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ କଟକଣା ଉଠାଇ ଦିଆଯାଇଛି। କିନ୍ତୁ ଅନ୍‌ଲକ୍‌ ସମୟରେ ସମସ୍ତ କାର୍ଯ୍ୟକ୍ରମ କୋଭିଡ କଟକଣା ସହିତ କରାଯିବ।

ସାମାଜିକ, ଧାର୍ମିକ ଏବଂ ରାଜନୈତିକ ସମାବେଶକୁ ଅନୁମତି ମିଳିଛି । ମେଳା, ପ୍ରଦର୍ଶନୀ ଏବଂ ବାଣିଜ୍ୟ ମେଳାକୁ ବି ଅନୁମତି ଦିଆଯାଇଛି । ବିବାହ ଏବଂ ବ୍ରତଘରରେ ସର୍ବାଧିକ ୫୦୦ ଲୋକ ଭାଗ ନେଇପାରିବେ । ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବାକୁ ୨୫୦ ଲୋକଙ୍କୁ ଅନୁମତି ମିଳିବ । ବିବାହ ଶୋଭାଯାତ୍ରାରେ 100 ଜଣ ଯୋଗଦେଇପାରିବେ। ଏ ସମସ୍ତ ଅନୁମତି ସ୍ଥାନୀୟ ପ୍ରଶାସନ ଠାରୁ ନେବାକୁ ହେବ ବୋଲି ଏସଆରସିଙ୍କ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details