ଓଡିଶା

odisha

Odisha Corona Cases, ଦିନକରେ 355 ସଂକ୍ରମିତ

By

Published : Aug 25, 2022, 10:31 AM IST

ରାଜ୍ୟରେ ଦିନକୁ ଦିନ କମୁଛି କୋରୋନା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ନୂଆ 355 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ 355 ସଂକ୍ରମିତ
ଦିନକରେ 355 ସଂକ୍ରମିତ

ଭୁବନେଶ୍ବର:ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । ଗତକାଲି ଚିହ୍ନଟ 296 ମାମଲାରୁ ଆଜି ସଂକ୍ରମଣ ସାମାନ୍ୟ ବଢିଛି । ୨୪ ଘଣ୍ଟାରେ ରାଜ୍ୟରେ ଆଉ 355 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 208 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 147 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 80 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 7, ବରଗଡ 12, ଭଦ୍ରକରୁ 2, ବଲାଙ୍ଗୀରରୁ 25, ବୌଦ୍ଧରୁ 28, କଟକରୁ 22, ଦେଓଗଡରୁ 3, ଢେଙ୍କାନାଳରୁ 1, ଗଜପତିରୁ 1, ଯାଜପୁରରୁ 10, ଝାରସୁଗୁଡାରୁ 4, କଳାହାଣ୍ଡିରୁ 14, କୋରାପୁଟ 2, କନ୍ଧମାଳରୁ 2, କେନ୍ଦ୍ରାପଡାରୁ 1, କେନ୍ଦୁଝର 4, ଖୋର୍ଦ୍ଧାରୁ 62 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢନ୍ତୁ...India Corona, ଦିନକରେ 10 ହଜାରରୁ ଅଧିକ ସଂକ୍ରମିତ

ସେହିପରି ମୟୂରଭଞ୍ଜରୁ 8, ମାଲକାନଗିରିରୁ 2, ନବରଙ୍ଗପୁରରୁ 12, ନୟାଗଡରୁ 4, ନୂଆପଡାରୁ 11, ପୁରୀରୁ 4, ରାୟଗଡାରୁ 4, ସମ୍ବଲପୁରରୁ 6, ସୋନପୁରରୁ 5, ସୁନ୍ଦରଗଡରୁ 78 ଓ ଷ୍ଟେଟପୋଲରୁ 14 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 26 ହଜାର 121ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 2148 ସକ୍ରିୟ ମାମଲା ରହିଛି । ନୂଆ 403 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 14 ଲକ୍ଷ 752 ଜଣ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details