ଓଡିଶା

odisha

ମହଙ୍ଗା ପଡିଲା ଦବଙ୍ଗଗିରି, ଦଳରୁ ନିଲମ୍ବନ ହେଲେ ଚିଲିକା ବିଧାୟକ

By

Published : Sep 8, 2021, 8:46 PM IST

Updated : Sep 8, 2021, 9:01 PM IST

ଦଳରୁ ନିଲମ୍ବନ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ନିଲମ୍ବନ କଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ମହଙ୍ଗା ପଡିଲା ଦବଙ୍ଗଗିରି, ଦଳରୁ ନିଲମ୍ବନ ହେଲ ଚିଲିକା ବିଧାୟକ
ମହଙ୍ଗା ପଡିଲା ଦବଙ୍ଗଗିରି, ଦଳରୁ ନିଲମ୍ବନ ହେଲ ଚିଲିକା ବିଧାୟକ

ଖୋର୍ଦ୍ଧା:ଦଳରୁ ନିଲମ୍ବନ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ନିଲମ୍ବିତ କଲେ ଦଳ ସଭାପତି ନବୀନ ପଟ୍ଟନାୟକ । ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବିତ କରିବା ସହ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପଦରୁ ମଧ୍ୟ ତାଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଦଳ ପକ୍ଷରୁ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି ।

ମହଙ୍ଗା ପଡିଲା ଦବଙ୍ଗଗିରି, ଦଳରୁ ନିଲମ୍ବନ ହେଲେ ଚିଲିକା ବିଧାୟକ

ବାଲୁଗାଁ ଏନଏସିରେ ଆବାସ ଯୋଜନାରେ ଘର ବଣ୍ଟନ ନେଇ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ବାଲୁଗାଁ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିଲେ। ଏନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ବିଧାୟକଙ୍କ ଆକ୍ରମଣର ଶିକାର ହୋଇଥିବା ବିଜେପି କର୍ମକର୍ତ୍ତା ନିରଞ୍ଜନ ବାଲୁଗାଁ ଥାନାରେ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ।

ସେହିପରି ଅନ୍ୟ ଏକ ଘଟଣାରେ ଜଣେ ୱେବ ପୋର୍ଟାଲ ସାମ୍ବାଦିକ ମଧ୍ୟ ଘଟଣାସ୍ଥଳରେ ଦୃଶ୍ୟ ଉତ୍ତୋଳନ କରୁଥିବାବେଳେ ଏଥିରେ ଉତକ୍ଷିପ୍ତ ହୋଇ ଉଠିଥିଲେ ବିଧାୟକ । ଉକ୍ତ ସାମ୍ବାଦିକଙ୍କ ମୋବାଇଲ ଛଡେଇ ନେବା ସହ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଦୁଇଟି ଘଟଣାରେ ବିଧାୟକଙ୍କ ବିରୋଧରେ ଦୁଇଟି ପୃଥକ ଏତଲା ଦାୟର ହୋଇଥିଲା ।

ତେବେ ଏପରି ବିଶୃଙ୍ଖଳା ସାମ୍ନାକୁ ଆସିବା ପରେ ମହଙ୍ଗା ପଡିଛି ବିଧାୟକଙ୍କ ଦବଙ୍ଗଗିରି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୁପ ତାଙ୍କୁ ଦଳର ସଦସ୍ୟ ପଦ ଓ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପଦରୁ ମଧ୍ୟ ନିଲମ୍ବିତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ଏକ ପ୍ରେସବାର୍ତ୍ତା ମାଧ୍ୟମରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Sep 8, 2021, 9:01 PM IST

ABOUT THE AUTHOR

...view details