ଓଡିଶା

odisha

ଲାଞ୍ଚ କାରବାର ମାମଲା: ଜେଲ ଗଲେ ଚର୍ଚ୍ଚିତ

By

Published : Aug 10, 2022, 9:07 PM IST

Updated : Aug 10, 2022, 9:36 PM IST

ପାରାଦୀପ ପୋର୍ଟ କନଭେୟର ବେଲ୍ଟ ଲାଞ୍ଚ ମାମଲାରେ ଜେଲ ଗଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର । ଅଧିକ ପଢ଼ନ୍ତୁ

charchit mishra bail plea rejected by cbi court
ଚର୍ଚ୍ଚିତଙ୍କ ଜାମିନ ଆବେଦନ ଖାରଜ, ଝାରପଡ଼ା ଜେଲ ଯିବେ

ଭୁବନେଶ୍ବର:ଖାରଜ ହେଲା ଚର୍ଚ୍ଚିତ ମିଶ୍ରଙ୍କ ଜାମିନ । ଜେଲ ଗଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ। ପାରାଦୀପ ପୋର୍ଟ କନଭେୟର ବେଲ୍ଟ ଲାଞ୍ଚ ମାମଲାରେ ଚର୍ଚ୍ଚିତଙ୍କ ଜାମିନ ଆବେଦନ ଖାରଜ ହେଲା ପରେ ତାଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଛି । କେସିଟି ଗୃପର ମ୍ୟାନେଜର ଦେବପ୍ରିୟ ମହାନ୍ତିଙ୍କର ମଧ୍ୟ ଜାମିନ ଖାରଜ ହୋଇଥିବା ବେଳେ ବିଲଡର ଶିଶିର ଦାସଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ସ୍ବତନ୍ତ୍ର ସିବିଆଇ କୋର୍ଟରେ ହୋଇଥିବା ଜାମିନ ଉପରେ କୋର୍ଟ ରାୟ ଦେଇଛନ୍ତି । ଗିରଫ ୭ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣଙ୍କୁ ଝାରପଡା ଜେଲର ବିଚାର ବିଭାଗୀୟ ହାଜତକୁ ନିଆଯିବ ।

ଜେଲ ଗଲେ ଚର୍ଚ୍ଚିତ

ପାରାଦୀପ ପୋର୍ଟ କନଭେୟର ବେଲ୍ଟ ଲାଞ୍ଚ ମାମଲାରେ ଦ୍ବିତୀୟଥର ପାଇଁ ସିବିଆଇ ରିମାଣ୍ଡ ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଏପରିକି ଭଏସ ଟେଷ୍ଟ ପାଇଁ ସିବିଆଇ କରିଥିବା ଆବେଦନ ମଧ୍ୟ ଖାରଜ ହୋଇଛି । ଅନ୍ୟପଟେ ଜାମିନ ଖାରଜ ଯୋଗୁଁ ଚର୍ଚ୍ଚିତ ମିଶ୍ରଙ୍କ ସହ ମୋଟ ୬ ଅଭିଯୁକ୍ତ ଝାରପଡ଼ା ଜେଲର ଜୁଡିସିଆଲ କଷ୍ଟଡିକୁ ନିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ହାଇକୋର୍ଟରେ ଚର୍ଚ୍ଚିତଙ୍କ ଜାମିନ ପାଇଁ ଆବେଦନ କରାଯିବ ବୋଲି ଚର୍ଚ୍ଚିତଙ୍କ ଓକିଲ ଜୟଦୀପ ପାଲ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, "ଆଜି ସିବିଆଇ ପକ୍ଷରୁ କୋର୍ଟରେ ଚର୍ଚ୍ଚିତ ମିଶ୍ରଙ୍କ ଭଏସ୍ ସାମ୍ପୁଲ ନେବା ଏବଂ ଅଧିକ ତଦନ୍ତ ନିମନ୍ତେ ଆଉ ୯ଦିନ ରିମାଣ୍ଡରେ ନେବାକୁ ଦୁଇଟି ପିଟିସନ ଦାଖଲ ହୋଇଥିଲା । ଦୁଇଟି ଯାକ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି । ଆଜି ୩ଜଣଙ୍କ ବେଲ ପାଇଁ କୋର୍ଟରେ ଆବେଦନ ହୋଇଥିଲା । ଦୁଇ ଜଣ ଚର୍ଚ୍ଚିତ ମିଶ୍ର ଏବଂ ଦେବପ୍ରିୟ ମହାନ୍ତିଙ୍କର ଜାମିନ ଆବେଦନକୁ କୋର୍ଟ ରିଜେକ୍ଟ କରିଛନ୍ତି । କୋର୍ଟ ଅର୍ଡର ଦେଖିବା ପରେ ଏହା ଜଣାପଡ଼ିବ ଏବଂ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 10, 2022, 9:36 PM IST

ABOUT THE AUTHOR

...view details