ଓଡିଶା

odisha

ମୁଖ୍ୟମନ୍ତ୍ରୀ-ବାଚସ୍ପତିଙ୍କୁ ଚିଠି; ବିଧାୟକ ପାଣ୍ଠି କୋଭିଡ୍ ଭିତ୍ତିଭୂମିରେ ଖର୍ଚ୍ଚ ପାଇଁ ଦାବି

By

Published : Jun 9, 2021, 4:59 PM IST

ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ । ଏମଏଲଏ ଲ୍ୟାଡ଼ ଫଣ୍ଡକୁ କୋଭିଡ୍ ପରିଚାଳନା ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

mohan majhi
ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ; MLA LAD କୋଭିଡ୍ ଭିତ୍ତିଭୂମିରେ ଖର୍ଚ୍ଚ କରିବାକୁ ଦାବି

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ । ବିଧାୟକ ପାଣ୍ଠିକୁ କୋଭିଡ୍ ପରିଚାଳନା ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ଗାଇଡ଼ଲାଇନ ଇନକ୍ଲ୍ୟୁଜନ କରିବା ନିମନ୍ତେ ସଂଶୋଧନ କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ।

କୋଭିଡ଼ ମହାମାରୀ କବଳରୁ ଓଡ଼ିଶାବାସୀଙ୍କୁ ସୁରକ୍ଷା ଦେବା ନିମନ୍ତେ ସରକାରଙ୍କ ସହ ମିଳିତ ଉଦ୍ୟମ କରିବାକୁ ଭାରତୀୟ ଜନତା ପାର୍ଟି ମଧ୍ୟ ବଦ୍ଧପରିକର । ଓଡ଼ିଶାବାସୀଙ୍କୁ ପାଇଁ ମାସ୍କ ବଣ୍ଟନ ନିମନ୍ତେ MLA LAD ରେ ପ୍ରତି ନିର୍ବାଚନ ମଣ୍ଡଳୀରେ 50 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ

କୋଭିଡ଼ ମହାମାରୀର ଦ୍ଵିତୀୟ ଲହର ପରେ ତୃତୀୟ ଲହରର ସମ୍ଭାବନାକୁ ସରକାର ଆକଳନ କରିଥିବା ଜଣାଯାଏ ଯେଉଁଥିରେ କି ଶିଶୁମାନେ ପ୍ରଭାବିତ ହେବାର ସମ୍ଭାବନା ଅଛି । ଉପଖଣ୍ଡସ୍ତରରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ସ୍ବାସ୍ଥ୍ୟ ଉପକେନ୍ଦ୍ରର ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ଅନୁଧ୍ୟାନ କଲେ କୋଭିଡ଼ ମହାମାରୀର ପ୍ରଥମ ଓ ଦ୍ଵିତୀୟ ଲହର ମୁକାବିଲା ପାଇଁ ସରକାର ଗ୍ରାମାଞ୍ଚଳରେ ଥିବା ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ଏ ପର୍ଯ୍ୟନ୍ତ ଦୃଢ଼ୀଭୂତ କରିପାରି ନାହାନ୍ତି । ଫଳରେ ଦ୍ଵିତୀୟ ଲହରରେ ଗ୍ରାମାଞ୍ଚଳର ଜନସାଧାରଣ ବେଶ ଶତାଂଶରେ କୋଭିଡ଼ ମହାମାରୀର ଶିକାର ହୋଇଛନ୍ତି ।

କୋଭିଡ଼ ମହାମାରୀର ପ୍ରଥମ ଓ ଦ୍ବିତୀୟ ଲହରରେ ଦେଖାଯାଇଛି ଯେ ଓଡ଼ିଶା ସରକାର ପର୍ଯ୍ୟାପ୍ତ ପରିମାଣର ମାସ୍କ କ୍ରୟ କରିବା ସହିତ କର୍ପୋରେଟ ଅନୁଷ୍ଠାନ, PSU ସଂସ୍ଥା, ସ୍ଵେଚ୍ଛାସେବୀ ସଂସ୍ଥା, ବ୍ୟାଙ୍କ, ବିଭିନ୍ନ ଶିଳ୍ପାନୁଷ୍ଠାନ ପର୍ଯ୍ୟାପ୍ତ ପରିମାଣରେ ନିଜସ୍ଵ ପାଣ୍ଠିର ବିନିଯୋଗ କରି ମାସ୍କ ବଣ୍ଟନ କରିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ସମସ୍ତ ବିଧାୟକ କୋଭିଡ଼ ମହାମାରୀ ସହ ଜନସାଧାରଣଙ୍କୁ ସ୍ଥିର ସ୍ବାସ୍ଥ୍ୟସେବା ନିରନ୍ତର ଭାବରେ ଯୋଗାଇ ଦେବା ପାଇଁ MLA LAD ରେ ଥିବା ଗାଇଡ଼ଲାଇନରେ ମାସ୍କ, ଗ୍ଲୋବସ, ପିପିଇ କୀଟ କ୍ରୟ ସହ MLA LAD ପାଣ୍ଠିରୁ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ଗାଇଡ଼ଲାଇନ ଇନକ୍ଲ୍ୟୁଜନ କରିବା ନିମନ୍ତେ ସଂଶୋଧନ କରିବା ପାଇଁ ବିଜେପି ବିଧାୟକ ଦଳ ଅନୁରୋଧ କରିଛି ।

(୧) କୋଭିଡ଼ ପାଇଁ ସଂଗରୋଧ ଗୃହ

(୨) ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ଼ କେୟାର୍ସ ରୁମ

(3) କୋଭିଡ଼ ରୋଗୀଙ୍କ ପାଇଁ ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ର / ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର / ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ସ୍ଵାସ୍ଥ୍ୟ

(4) ଅକ୍ସିଜେନ ଓ ଭେଣ୍ଟିଲେଟର ସଂଯୁକ୍ତ ବେଡ ଉପକେନ୍ଦ୍ରରେ ଅକ୍ସିଜେନ ଯୁକ୍ତ / ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା ।

(5) କୋଭିଡ଼ ପରୀକ୍ଷା ଓ ପରିଚଳନା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ଉପକରଣ/କୀଟ(୬) SDH / CHC ମାନଙ୍କରେ ଅକ୍ସିଜେନ ପ୍ଲାଣ୍ଟ

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details