ଓଡିଶା

odisha

Parliament Winter Session: ସଂସଦରେ ଉଠିଲା ମମିତା ପ୍ରସଙ୍ଗ

By

Published : Dec 9, 2021, 5:58 PM IST

ରାଜ୍ୟର ଚର୍ଚ୍ଚିତ ପ୍ରସଙ୍ଗ ମମିତା ମେହେର ହତ୍ୟାକାଣ୍ଡ ଆଜି ସଂସଦରେ ଉଠିଛି । ମମିତା ମେହେର ଘଟଣା ସହ ଅନ୍ୟ ୩ଟି ଘଟଣାର ଉଦାହରଣ ଦେଇ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀ ଅଧିକ ପଢନ୍ତୁ

Parliament Winter Session
Parliament Winter Session

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ରାଜ୍ୟର ଚର୍ଚ୍ଚିତ ପ୍ରସଙ୍ଗ ମମିତା ମେହେର ହତ୍ୟାକାଣ୍ଡ (Mamita Meher Murder Case) ଘଟଣା ଆଜି ସଂସଦ (Parliament In India) ରେ ଉଠିଛି ।

Parliament Winter Session: ସଂସଦରେ ସାଂସଦ ଉଠାଇଲେ ମମିତା ପ୍ରସଙ୍ଗ

ମମିତା ମେହେର ଘଟଣା ସହ ଅନ୍ୟ ୩ଟି ଘଟଣାର ଉଦାହରଣ ଦେଇ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀ (Bargarh Member of Parliament Suresh Pujari) ।

ଆଜି ଲୋକସଭାର ଶୂନ୍ୟକାଳ (Lok sabha Zero Hours) ରେ ସୁରେଶ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଓଡିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ମୋର ନିଜ ଗ୍ରାମର ଗୋବିନ୍ଦ କୁମ୍ଭାର ପୋଲିସ ହାଜତରେ ହତ୍ୟା କରାଗଲା । ଶିକ୍ଷୟତ୍ରୀ ମମିତା ମେହେରକୁ ଅକ୍ଟୋବର ୮ ରେ ଅପହରଣ କରି ହତ୍ୟା କରାଗଲା । ଆଉ ଗମ୍ଭୀର ବିଷୟ ହେଉଛି କି ଘଟଣାରେ ଓଡିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ସମ୍ପୃକ୍ତ ଥିବା ଅଭିଯୋଗ ଆସିଛି । ଏହାବାଦ ନୟାଗଡ ଜିଲ୍ଲାର କୁନି ଝିଅକୁ ମଧ୍ୟ ଅପହରଣ କରି ହତ୍ୟା କରାଯାଇଛି । ଏତତ ବ୍ୟତୀତ ଓଡିଶା ବିଜେପିର ୨ ଜଣ କର୍ମୀଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଯେଉଁଥିରେ ରାଜ୍ୟ ଆଇନ ମନ୍ତ୍ରୀଙ୍କ ସମ୍ପୃକ୍ତିର ଅଭିଯୋଗ ଆସୁଛି ।

ସୁରେଶ ପୂଜାରୀ ଦାବି କରିଛନ୍ତି, ଏହି ସମସ୍ତ ମାମଲାରେ ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ଆସ୍ଥା ନାହିଁ । ଏହି ସବୁ ମାମଲାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସୀ (Central Agency) ଦ୍ବାରା କରାଯାଉ । ଗୃହମନ୍ତ୍ରଣାଳୟ (Ministry Of Home Affairs) ସମସ୍ତ ଘଟଣାର ରିପୋର୍ଟ ତଲବ କରିବାକୁ ସୁରେଶ ପୂଜାରୀ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details