ଭୁବନେଶ୍ବର: ରାଜ୍ୟରେ ବଢୁଛି ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ । ଗତ 10 ବର୍ଷ ତୁଳନାରେ ଚଳିତ ବର୍ଷ ସର୍ବାଧିକ ସୂଚନା ଅଧିକାର କର୍ମୀ, ମନବାଧିକାର କର୍ମୀ ଆକ୍ରମଣ, ଆକ୍ରୋଶର ଶିକାର ହୋଇଛନ୍ତି । ଅନେକ ସୂଚନାଧିକାର କର୍ମୀଙ୍କୁ ହତ୍ୟା ମଧ୍ୟ କରାଯାଇଛି । ସେମାନଙ୍କର ପରିବାର ଏବେବି ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି । ଶାସକ ଦଳର ନେତାଙ୍କ ଇସାରାରେ ଦୁର୍ବୃତ୍ତ, ପୋଲିସର ସଂଗଠିତ ଅତ୍ୟାଚାରର ଶିକାର ହେଉଛନ୍ତି ସୂଚନା ଅଧିକାର କର୍ମୀ ।
ରାଜ୍ୟରେ ବଢୁଛି ସୂଚନାଅଧିକାରୀଙ୍କ ଉପରେ ଆକ୍ରମଣ, ସୂଚନା ଅଧିକାର କର୍ମୀଙ୍କୁ ରାଜ୍ୟରେ ଅନେକ ସ୍ଥାନରେ ଅନେକ ସମୟରେ ଆକ୍ରମଣ ଏବଂ ହତ୍ୟାର ଟ୍ରେଣ୍ଡ, ଦିନକୁ ଦିନ ବୃଦ୍ଧି ପାଉଛି । ସୂଚନା ଅଧିକାର ନିୟମ ଲାଗୁ ହେବାର 10 ବର୍ଷ ମଧ୍ୟରେ ବିଭିନ୍ନ ବିଭାଗରେ ଦୁର୍ନୀତି, ଅନିୟମିତତା, ପ୍ରଶାସନର ବେଆଇନ କାର୍ଯ୍ୟ ସାମ୍ନାକୁ ଆସିପାରିଛି । ଓଡିଶା ସୂଚନା ଅଧିକାର କର୍ମୀମାନେ ଏହାର ବଡ ଧରଣର ସାକ୍ଷୀ ହୋଇ ରହିଛନ୍ତି । ଅନ୍ୟପକ୍ଷରରେ ଆରଟିଆଇ କର୍ମୀମାନେ ଅପମାନିତ, ଗିରଫ, ଧମକ, ମିଥ୍ୟ ମାମଲା ଏବଂ ହତ୍ୟାର ଶିକାର ହୋଇଛନ୍ତି । ରାଜ୍ୟର ଅନେକ ମାଫିଆ, ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି ସୂଚନା ଅଧିକାର କର୍ମୀ ମାନଙ୍କର ଭାବମୂର୍ତ୍ତିକୁ ଖରାପ କରିବା ସହ ବ୍ଲାକମେଲିଂ, ଚୋରା ଚାଲାଣକାରୀ ଇତ୍ୟାଦି ଭାବରେ ବ୍ରାଣ୍ଡିଂ କରି, ଅପମାନିତ କରିବା ସହ ଷଡଯନ୍ତ୍ର କରି ଫାସାଇ ଦିଆଯାଉଛି ।
ତେବେ ଆରଟିଆଇ ତଥ୍ୟ ଅନୁଯାୟୀ, 2008 ମସିହାରୁ 2020 ମସିହା ଭିତରେ ରାଜ୍ୟରେ ଅନେକ ସୂଚନା ଅଧିକାର କର୍ମୀଙ୍କୁ ବିଭିନ୍ନ ମିଛ ମାମଲାରେ ଗିରଫ କରାଯାଇଛି । ରାଜ୍ୟରେ ଦୀର୍ଘ 10 ବର୍ଷ ମାଧ୍ୟମରେ 54 ଜଣ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଆକ୍ରମଣ ପରି ମିଛ ମାମଲାରେ ଜେଲ ପଠାଇ ଦିଆଯାଇଛି ।
2008 ମସିହାରେ ପୁରୀ ଜିଲ୍ଲାର କୋଣାର୍କ ଅଞ୍ଚଳର ଏନଏ ସାହାଙ୍କୁ ନିର୍ଯାତନା ଦିଆଯାଇଥିଲା ଏକ ସୂଚନା ମାଗିବାରୁ । 2009 ମସିହାରେ 3 ଜଣ ସୂଚନା ଅଧିକାରୀଙ୍କୁ ନିର୍ଯାତନା ଦିଆଯାଇଥିଲା । ଏକ ଯୌନ ନିର୍ଯାତନା ମାମଲାରେ ଆଉ 2 ଜଣଙ୍କୁ ଅପମାନିତ କରାଯାଇଥିଲା । 2010 ମସିହାରେ 3 ଜଣଙ୍କ ବିରୋଧରେ ସଙ୍ଗୀନ ମାମଲା ଦାଏର ହୋଇଥିଲା । 2011 ମସିହାରେ 5 ଜଣ, 2012 ମସିହାରେ ଜଣେ , 2013 ମସିହାରେ 2 ଜଣ, 2014 ମସିହାରେ 4 ଜଣ, 2015 ମସିହାରେ 4 ଜଣ, 2016 ମସିହାରେ ଜଣେ, 2017 ମସିହାରେ 8 ଜଣ , 2018 ମସିହାରେ 3ଜଣ , 2019 ମସିହାରେ 3 ଜଣ ଓ 2020 ମସିହାରେ 14 ଜଣଙ୍କୁ ଆକ୍ରମଣ କରାଯାଇଛି । ଯଦି ତଥ୍ୟ ଅନୁଯାୟୀ 2017 ମସିହା ଅନୁଯାୟୀ 2020 ମସିହାରେ ସର୍ବାଧିକ ଆକ୍ରମଣର ଶିକାର ହୋଇଛନ୍ତି ଆରଟିଆଇ କର୍ମୀ ।
ପୁରୀ ଜିଲ୍ଲାର ବାପି ଜେନା ଜଣେ ସୂଚନା କର୍ମୀ ଭାବରେ କାର୍ଯ୍ୟରତ ରହିଛନ୍ତି । ତେବେ ସେ ଏକ ସୂଚନା ଆଧାରରେ ପୁରୀରେ ତାଙ୍କୁ ଗୁରୁତର ଭାବରେ ମାଡ ଦିଆଯାଇଥିଲା । ଏପରିକି ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ କିଛି ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି । ଏପରିକି ଫାଇଲିନ୍ ବାତ୍ୟା ପରେ ପ୍ରାଥମିକ ସମାବାୟ ସମିତିର କାର୍ଯ୍ୟାଳୟରେ ତଥ୍ୟ ପାଇଁ ଆବେଦନ କରିଥିଲେ । ଫାଇଲିନ ପ୍ରଭାବିତ କୃଷକମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ତଥ୍ୟ ପାଇଁ ଆବେଦନ କରିଥିଲେ ବାପି ।
ହେଲେ ସେହି ନିର୍ଦ୍ଧିଷ୍ଟ ଅଂଚଳର ସରପଞ୍ଚ ଓ ଗ୍ରାମର କିଛି ଲୋକ ମାଡ ମାରି ଗ୍ରାମରୁ ଏକ ମାସ 7 ଦିନ ବାଛନ୍ଦ କରିଥିଲେ । ଏବେ ବି ସେ ଗ୍ରାମରେ ସାମାଜିକ ବାଛନ୍ଦ ହୋଇ ରହିଛନ୍ତି । ଏହା ନିର୍ଦ୍ଧିଷ୍ଟ ଦଳର କିଛି କର୍ମୀ ମାନେ ଏପରି କରିଛନ୍ତି । କିଛି ଅସାଧୁ ଲୋକଙ୍କ ଦୁର୍ନୀତି ସାମ୍ନାକୁ ଆସିଯିବ ସେନେଇ ଏପରି କରିଥିବା ଅଭିଯୋଗ କରିଛନ୍ତି । ଏନେଇ ମଧ୍ୟ ପରିବାରଙ୍କୁ ମଧ୍ୟ ଭୟଭୀତ କରାଯାଇଥିଲା । ଏପରିକି ସୁବାସ ମହାପାତ୍ର ଯିଏ କି ଜଣେ ଓକିଲ ଓ ସୂଚନା କର୍ମୀ ଅଧିକାରୀ କହିଛନ୍ତି, ଯେ ଏକ ଘରୋଇ ହସ୍ପିଟାଲ ଓ ଶିକ୍ଷା ଅନୁଷ୍ଠାନକୁ ନେଇ ସୂଚନା ମାଗିଥିଲେ କିନ୍ତୁ ତାଙ୍କୁ ପ୍ରଲୋଭନ ଦେଖାଯାଇଥିଲା ଏବଂ ଭୟଭୀତ ମଧ୍ୟ କରାଯାଇଥିଲା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ