ଓଡିଶା

odisha

ଲମ୍ବା ଲମ୍ଫ ମାରିଲା ସେନସେକ୍ସ, ଭାଙ୍ଗିଲା ସବୁ ରେକର୍ଡ

By

Published : Oct 31, 2019, 4:27 PM IST

ଲଗାତାର ଦୌଡୁଛି ସେୟାର ସୂଚକାଙ୍କ । ଗୁରୁବାର ସବୁ ରେକର୍ଟ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ସେନସେକ୍ସ । ଆଜିକୁ 100ଦିନ ପୂର୍ବରୁ ସେନସେକ୍ସ 40,312 ଥିଲା ସେନସେକ୍ସ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: 100ଦିନର ରେକର୍ଡ ଭାଙ୍ଗିଲା ସେୟାର ବଜାର । ଐତିହାସିକ ସ୍ତରରେ ସେୟାର ସୂଚକାଙ୍କ । ଜୋରଦାର ଅଭିବୃଦ୍ଧି ଜାରି । ପ୍ରଫିଟ ଗାଦିରେ ନିବେଶକ । ଗୁରୁବାର 40 ହଜାର ଡେଇଁ ସର୍ବୋର୍ଚ୍ଚ ସ୍ତରରେ ସେନସେକ୍ସ ।


ଗତ 4 କାରବାର ଦିନରେ ସେନସେକ୍ସ 1000 ପଏଣ୍ଟ ଉଛୁଳିଛି । ଏଥିଯୋଗୁଁ ମାଲାମାଲ ନିବେଶକ । ଆଜିକୁ ଠିକ 100ଦିନ ପୂର୍ବରୁ ଅର୍ଥାତ ଜୁନ 4ରେ ସେନସେକ୍ସ 40,312 ଛୁଇଁଥିଲା । ଯାହାକି ଆଜି ଅପରାହ୍ନ ସୁଦ୍ଧା ସବୁ ରେକର୍ଡ ଭାଙ୍ଗି 40,344ରେ ପହଞ୍ଚିଛି ।


ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ ଦିନ 11.30ରେ 263.69 ପଏଣ୍ଟ ବୃଦ୍ଧି ପାଇ 40,315.56ରେ ଚାଲିଥିଲା । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 71.85ପଏଣ୍ଟ ଅଭିବୃଦ୍ଧି ସହ 11,915.95 ରେ କାରବାର କରୁଥିଲା ।

ସେନସେକ୍ସ କମ୍ପାନୀ ମଧ୍ୟରେ ଏସବିଆଇ,ଏଚଡିଏଫସି ବ୍ୟାଙ୍କ, ଟିସିଏସ, ଟାଟା ମୋଟର୍ସ, ୟସ ବ୍ୟାଙ୍କ ଆଦିର ସେୟାର ଦ୍ରୁତ ଗତି ବଢୁଛି । ଏଥିମଧ୍ୟରେ ମାତ୍ର କେଇ ମିନଟରେ ୟସ ବ୍ୟାଙ୍କର ମାର୍କେଟ କ୍ୟାପ 4,500 କୋଟି ଟଙ୍କା ବଢିଛି ।

ସୁପର ରିଚ ଟ୍ୟାକ୍ସ କାଟ, କର୍ପୋରେଟ ଟିକସରେ ରିହାତି , ବିଦେଶୀ ନିବେଶକଙ୍କ ଅଧିକ ନିବେଶ ଆଦି ଯୋଗୁଁ ମାର୍କେଟରେ ବମ୍ପର ବୃଦ୍ଧି ।

ମୋଦି ସରକାରଙ୍କ ପକ୍ଷରୁ STT (Security Transaction Tax) ଏବଂ LTCG (Long Term Capital Gains) ଟିକସ ହଟାଇବା ଖବରରେ ବଜାରରେ ଅଭିବୃଦ୍ଧି ଜାରି ରହିଛି । ଏପରି ସମୟରେ ନିବେଶକ ଚାହିଁଲେ କ୍ଷୁଦ୍ର ଅବଧିରେ ଟଙ୍କା ଲଗାଇ ପ୍ରଫିଟ କମାଇପାରିବେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ABOUT THE AUTHOR

...view details