ଓଡିଶା

odisha

ନିବେଶକଙ୍କୁ ଭୁଲ ସୂଚନା ଦେବା ଅଭିଯୋଗରେ ହଟହଟା ଏଚଡିଏଫସି ବ୍ୟାଙ୍କ

By

Published : Aug 17, 2020, 5:05 PM IST

ନିବେଶକମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେବା ଅଭିଯୋଗରେ ଏଚଡିଏଫସି ବ୍ୟାଙ୍କ ସମ୍ଭାବ୍ୟ ମକଦ୍ଦମା ସମ୍ମୁଖୀନ ହୋଇଛି । ଅଧିକ ପଢନ୍ତୁ..

ନିବେଶକଙ୍କୁ ଭୁଲ ସୂଚନା ଦେବା ଅଭିଯୋଗରେ ହଟହଟା ଏଚଡିଏଫସି ବ୍ୟାଙ୍କ
ନିବେଶକଙ୍କୁ ଭୁଲ ସୂଚନା ଦେବା ଅଭିଯୋଗରେ ହଟହଟା ଏଚଡିଏଫସି ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକାର ଏକ ଆଇନ ସଂସ୍ଥାର ସନ୍ଦେହ ସ୍କାନରରେ ଏଚଡିଏଫସି ବ୍ୟାଙ୍କ । ଭାରତର ସବୁଠୁ ବଡ ଘରୋଇ କ୍ଷେତ୍ରର ଋଣଦାତା ଏଚଡିଏଫସି ବ୍ୟାଙ୍କ ଲିମିଟେଡ ସୋମବାର ନିଜ ନିବେଶକଙ୍କୁ ବିଭ୍ରାନ୍ତିକର ବ୍ୟବସାୟ ଜାରି କରିଥିବା ନେଇ ଅଭିଯୋଗରେ ପରେ ଏଭଲି ସ୍ଥିତି ଉପୁଜିଛି ।

ବୈଶ୍ବିକ ନିବେଶକ ଅଧିକାର ପାଇଁ କାର୍ଯ୍ୟ କରୁଥିବା ରୋଜେନ ଆଇନ ସଂସ୍ଥା (Rosen Law Firm) ରବିବାର ଏକ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛି ଯେ, ସେ ଏଚଡିଏଫସି ବ୍ୟାଙ୍କ ସେୟାରଧାରୀଙ୍କ ତରଫରୁ ସମ୍ଭାବ୍ୟ ସିକ୍ୟୁରିଟି ଦାବି ଯାଞ୍ଚ ଆରମ୍ଭ ହୋଇଛି। ସମ୍ଭାବ୍ୟ ମକଦ୍ଦମା ଅନେକ ମିଡିଆ ରିପୋର୍ଟ ଉପରେ ଆଧାରିତ । ଯେଉଁଥିରେ ଗୋଟିଏ ଏଚଡିଏଫ ସିବ୍ୟାଙ୍କର ଗାଡି ଋଣ ଦେଉଥିବା ୟୁନିଟରେ ଅନୁଚିତ ଅଭ୍ୟାସକୁ ପ୍ରକାଶ କରିଛି ।

କଥିତ ଭାବେ ଏଚଡିଏଫସି ବ୍ୟାଙ୍କ ଦ୍ବାରା ହୋଇଥିବା ଏକ ଆଭ୍ୟନ୍ତରୀଣ ଅଡିଟରେ ଜଣାପଡିଛି କି, ଋଣଦାତାଙ୍କ କାର ଋଣ ଗ୍ରାହକଙ୍କୁ ତାଙ୍କ ଜ୍ଞାତରେ ଅଟୋ ଋଣ ସହିତ ଜିପିଏସ୍ ଡିଭାଇସ୍ ଦିଆଯାଇଛି। ଏହା ଆଚରଣ ସଂହିତା ଏବଂ ଶାସନ ନିୟମର ଉଲ୍ଲଂଘନ ଥିଲା । ଯାହା ବ୍ୟାଙ୍କ କର୍ମଚାରୀମାନଙ୍କୁ ଅଣ-ଆର୍ଥିକ ବ୍ୟବସାୟରେ ଯୋଗଦେବାକୁ ବାରଣ କରିଥାଏ।

ଏହି ଖବରରେ, ଏଚଡିଏଫସି ବ୍ୟାଙ୍କର ଆମେରିକୀୟ ଜମା ଖାତା ରସିଦ ମୂଲ୍ୟ 2020 ଜୁଲାଇ 13 ପ୍ରତି ସେୟାର 1.37 ଡଲାର ବା 2.83% କୁ ଖସି 47.02 ଡଲାରରେ ବନ୍ଦ ହୋଇଛି ବୋଲି ରୋଜେନ ଆଇନ ବିବୃତ୍ତିରେ ଉଲ୍ଲେଖ ରହିଛି ।

ଏହି ମକଦ୍ଦମା ଚଳିତ ମାସ ଆରମ୍ଭରେ ଏକ ଗଣମାଧ୍ୟମ ରିପୋର୍ଟକୁ ମଧ୍ୟ ଧ୍ୟାନରେ ରଖାଯାଇଛି । ଯେଉଁଥିରେ ଏକ୍ସପେରିଆନ୍ ପିଏଲସିର ଭାରତୀୟ ୟୁନିଟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କୁ ସୂଚନା ଦେଇଛି ଯେ ଏଚଡିଏଫସି ବ୍ୟାଙ୍କ ଏହାର ଋଣର ବିବରଣୀ ପ୍ରଦାନ କରିବାରେ ବିଳମ୍ବ କରିଛି । ଯେଉଁଥିରେ ଏହାର ପରିଶୋଧ ସ୍ଥିତି ବି ସାମିଲ ରହିଛି । "ଏକ୍ସପେରିଆନ୍ (Experian )ହେଉଛି ଏକ ବିଶ୍ବ ସ୍ତରୀୟ ସୂଚନା ସେବା କମ୍ପାନୀ , ଯାହା ବୈଶ୍ବିକ ନିବେଶକମାନଙ୍କୁ ଡାଟା ଏବଂ ଆନାଲିଟିକାଲ୍ ଉପକରଣ ପ୍ରଦାନ କରିଥାଏ ।

ରୋଜେନ ଆଇନ ଏହା ମଧ୍ୟ କହିଛି ଯେ ଏଚଡିଏଫସି ବ୍ୟାଙ୍କ ଆର୍ଥିକ ବର୍ଷ 2021 ର ପ୍ରଥମ ତ୍ରୟମାସ ପାଇଁ ଏହାର ଆର୍ଥିକ ଫଳାଫଳ ରିପୋର୍ଟ କରିବା ପରେ, ସେୟାରଧାରୀଙ୍କୁ ନିଟ ଲାଭ ସମ୍ଭନ୍ଧରେ ବିଶ୍ଲେଷକଙ୍କ ତ୍ରୁଟି ଅନୁମାନ ରହିଛି । ଯେତେବେଳେ କି ସମ୍ପତ୍ତି ଗୁଣବତ୍ତା ହ୍ରାସ ହେବାର ମଧ୍ୟ ରିପୋର୍ଟ କରାଯାଇଛି ।

ABOUT THE AUTHOR

...view details