ଓଡିଶା

odisha

ଘରେ ରହି ‘ମାର୍ସ ରୋଭର୍‌’କୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ

By

Published : Mar 1, 2021, 10:32 AM IST

ନାସାର ‘ମାର୍ସ ରୋଭର୍‌’ ଚଳିତ ବର୍ଷ ଆରମ୍ଭରେ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଥିଲା। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଏହାକୁ ନିୟନ୍ତ୍ରଣ କରୁଛନ୍ତି ଲଣ୍ଡନ ଫ୍ଲାଟରେ ଥିବା ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ । ଅଧିକ ପଢନ୍ତୁ...

ଘରେ ରହି ‘ନାସା’ର ‘ମାର୍ସ ରୋଭର୍‌’କୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ
ଘରେ ରହି ‘ନାସା’ର ‘ମାର୍ସ ରୋଭର୍‌’କୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ

ନୂଆଦିଲ୍ଲୀ: ନାସାର ‘ମାର୍ସ ରୋଭର୍‌’ ଚଳିତ ବର୍ଷ ଆରମ୍ଭରେ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଥିଲା। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଏହାକୁ ନିୟନ୍ତ୍ରଣ କରୁଛନ୍ତି ଲଣ୍ଡନ ଫ୍ଲାଟରେ ଥିବା ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ । ଲଣ୍ଡନସ୍ଥିତ ଏକ ଆପାର୍ଟମେଣ୍ଟରେ ଥାଇ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଫେବ୍ରୁଆରି ୧୯ ତାରିଖ ଦିନ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ‘ନାସା’ର ‘ପର୍ସୁଭିୟରାନ୍‌ସ୍‌ ରୋଭର୍‌’କୁ ନିୟନ୍ତ୍ରଣ କରୁଛନ୍ତି। ଦକ୍ଷିଣ ଲଣ୍ଡନରେ ଭଡ଼ା ନେଇଥିବା ଫ୍ଲାଟ୍‌ରୁ ‘ମାର୍ସ ରୋଭର୍‌’କୁ ନିୟନ୍ତ୍ରଣ କରୁଥିବା ଉକ୍ତ ବୈଜ୍ଞାନିକ ହେଉଛନ୍ତି ପ୍ରଫେସର୍‌ ସଞ୍ଜୀବ ଗୁପ୍ତା।

ପ୍ରଫେସର୍‌ ଗୁପ୍ତା କାଲିଫର୍ଣ୍ଣିଆରେ ଥିବା ‘ଜେଟ୍‌ ପ୍ରପ୍ୟୁଲେସନ୍‌ ଲାବ୍ରୋଟରି’ରେ ଥାଇ ଏହି କାର୍ଯ୍ୟ ସମ୍ପାଦନ କରିବା କଥା। କିନ୍ତୁ, କୋଭିଡ ଜନିତ କଟକଣା ଯୋଗୁଁ ସେ ଲଣ୍ଡନରୁ ବାହାରକୁ ଯାଇ ପାରି ନ ଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ କାଲିଫର୍ନିଆରେ ମିଶନ କଣ୍ଟ୍ରୋଲରୁ ବାହାରି ପାରିବେ ନାହିଁ, ସେତେବେଳେ ପ୍ରଫେସର ସଞ୍ଜୀବ ଗୁପ୍ତା ଲୁଇସ୍‌ହାମରେ ଗୋଟିଏ ବଖରା ଘର ଭଡା ନେଇ କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ତାଙ୍କ ପତ୍ନୀ ଓ ପିଲାମାନଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି ନ କରିବାକୁ ସେ ଏଭଳି ସ୍ଥାନରେ ଗୋଟିକିଆ ବେଡରୁମ୍‌ ଥିବା କୋଠରି ଭଡ଼ା ନେଇଥିଲେ ବୋଲି କୁହନ୍ତି।

ଭଡ଼ା ନେଇଥିବା ଏହି ଆପାର୍ଟମେଣ୍ଟକୁ ପ୍ରଫେସର ଗୁପ୍ତ ଗୋଟାଏ ‘ମିନି କଣ୍ଟ୍ରୋଲ ସେଣ୍ଟର’ରେ ପରିଣତ କରିଛନ୍ତି। ସେଠାରେ ସେ ଅନ୍ୟୂନ ୫ଟି କମ୍ପ୍ୟୁଟର ଏବଂ ‘ନାସା’ରେ ଥିବା ତାଙ୍କ ସହକର୍ମୀ ବୈଜ୍ଞାନିକମାନଙ୍କ ସହ ଭିଡିଓ କନଫରେନ୍ସିଂ ନିମନ୍ତେ ଆଉ ଦୁଇଟି ସ୍କ୍ରିନ ରଖିଛନ୍ତି । ‘ନାସା’ ପାଇଁ କାର୍ଯ୍ୟ କରୁଥିବା ଅନ୍ୟତମ ଅଗ୍ରଣୀ ବୈଜ୍ଞାନିକ ପ୍ରଫେସର ଗୁପ୍ତା ହେଉଛନ୍ତି ଲଣ୍ଡନରେ ଥିବା ‘ଇମ୍ପେରିଆଲ କଲେଜ’ର ଜଣେ ପ୍ରବୀଣ ଭୂତତ୍ତ୍ବବିତ।

ABOUT THE AUTHOR

...view details