ଓଡିଶା

odisha

Maoist Attack in Dantewada: ଦାନ୍ତେଓ୍ବାଡାରେ ମାଓ ହାମଲା, ୧୦ ଯବାନ ଶହୀଦ

By

Published : Apr 26, 2023, 3:25 PM IST

Updated : Apr 26, 2023, 5:56 PM IST

ଦାନ୍ତେଓ୍ବାଡାରେ ନକ୍ସଲଙ୍କ IED ବିସ୍ଫୋରଣରେ 10 ଯବାନ ଶଦୀଦ । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ । ଅଧିକ ପଢନ୍ତୁ

Maoist in Dantewada: ଦାନ୍ତେଓ୍ବାଡାରେ 11 ଯବାନ ଶହୀଦ
Maoist in Dantewada: ଦାନ୍ତେଓ୍ବାଡାରେ 11 ଯବାନ ଶହୀଦ

ଦାନ୍ତେଓ୍ବାଡାରେ ମାଓ ହାମଲା, ୧୦ ଯବାନ ଶହୀଦ

ରାୟପୁର:ଛତିଶଗଡରେ ଦାନ୍ତେଓ୍ବାଡାରେ ନକ୍ସଲ ଆକ୍ରମଣରେ ୧୦ ଯବାନ ଶହୀଦ ହୋଇଛନ୍ତି । ଶହୀଦ ହୋଇଥିବା ଯବାନମାନେ ଜିଲ୍ଲା ରିଜର୍ଭ ଗାର୍ଡ (DRG)ର ଯବାନ ଓ ସେମାନେ ଏକ କମ୍ବିଂ ଅପରେସନରେ ବାହାରି ଥିବା ବେଳେ ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଦାନ୍ତେଓ୍ବାଡା ଆରନପୁର ଏରିଆରେ ଯବାନଙ୍କୁ ନେଇ ଯାଉଥିବା ଗାଡିଟି ନକ୍ସଲଙ୍କ IED ବିସ୍ଫୋରଣ ଶିକାର ହୋଇଛି । ଏଥିରେ ୧୦ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଅନ୍ୟ କିଛି ଆହତ ମଧ୍ୟ ହୋଇଛନ୍ତି । ଗାଡ଼ିରେ କେତେ ଯବାନ ଥିଲେ ଓ ସେମାନଙ୍କ ମଧ୍ୟରୁ କେତେ ଆହତ ହୋଇଛନ୍ତି ସେନେଇ ସ୍ଥାନୀୟ ପୋଲିସ କିଛି ସ୍ପଷ୍ଟ କରିନି ।

ଅରନପୁର ଥାନା ଅଧୀନରେ ଏହି ଆକ୍ରମଣ ଘଟିଛି । ଜଙ୍ଗଲ ରାସ୍ତାରେ ନକ୍ସଲମାନେ IED ଖଞ୍ଜିଥିଲେ । ଜିଲ୍ଲା ରିଜର୍ଭ ଫୋର୍ସର ଯବାନଙ୍କୁ ନେଇ ଯାଉଥିବା ଭ୍ୟାନ୍‌ଟି ବିସ୍ଫୋରଣରେ ଉଡିଯାଇଥିଲା । ଏଥିରେ କିଛି ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶୋକ ପ୍ରକାଶ କରିଛନ୍ତି । ଶହୀଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ମଧ୍ଯ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ବଘେଲ ।

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ ଫୋନରେ କଥା ହୋଇଛନ୍ତି । କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବା ନେଇ ଶାହ ବଘେଲଙ୍କୁ ପ୍ରତିଶୃତି ଦେଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଆକ୍ରମଣ ସୂଚନା ମିଳିବା ପରେ ଘଟଣାସ୍ଥଳରେ କେନ୍ଦ୍ରୀୟ ଫୋର୍ସ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ନକ୍ସଲମାନେ ଜଙ୍ଗଲ ମଧ୍ୟକୁ ଚାଲିଯାଇଛନ୍ତି ।

ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବନ ପଟ୍ଟନାୟକ । ଟ୍ବିଟ୍‌ କରି ନବୀନ ଲେଖିଛନ୍ତି,‘‘ ଛତିଶଗଡ ଦାନ୍ତେଓ୍ବାଡାରେ ନକ୍ସଲ ଘଟାଇଥିବା ହିଂସାକୁ ମୁଁ ଦୃଢ ନିନ୍ଦା କରୁଛି । ପ୍ରାଣବଳି ଦେଇଥିବା ବୀର ଶହୀଦଙ୍କୁ ମୋର ସାଲ୍ୟୁଟ । ଶହୀଦଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଆକ୍ରମଣରେ ଆହତ ହୋଇଥିବା ଯବାନଙ୍କ ଆଶୁଆରୋଗ୍ୟ କାମନା କରୁଛି ।’’

ବ୍ୟାପକ ନକ୍ସଲ ବିରୋଧୀ ଅପରେସନ ସତ୍ତ୍ବେ ମଧ୍ୟ ଛତିଛଗଡର ଦାନ୍ତେଓ୍ବାଡା, ସୁକମା ଓ ବିଜାପୁର ପରି ଏରିଆକୁ ନକ୍ସଲଙ୍କ ପ୍ରଭାବରୁ ମୁକ୍ତ କରାଯାଇ ପାରିନାହିଁ । କେନ୍ଦ୍ରୀୟ ଓ ଜିଲ୍ଲା ପୋଲିସ ଫୋର୍ସ ସହ ନିୟମିତ କମ୍ବିଂ ଅପରେସନ କରାଯାଉଛି । ନକ୍ସଲମାମନେ ମଧ୍ୟ ସେମାନଙ୍କ ଉପସ୍ଥିତି ଓ ପ୍ରଭାବ ହାଜିର କରିବା ପାଇଁ ପୋଲିସ ଫୋର୍ସକୁ ଟାର୍ଗେଟ କରୁଛନ୍ତି । ନିକଟ ଅତୀତରେ ମଧ୍ୟ ବିଜାପୁର ଓ ସୁକମାରେ ଏକାଧିକ ମାଓ ହମଲାର ନଜୀର ରହିଛି । କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ନକ୍ସଲମାନେ ଏକ ବଡ ଧରଣର ଆକ୍ରମଣରେ ୧୦ ଯବାନଙ୍କୁ ହତ୍ୟା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 26, 2023, 5:56 PM IST

ABOUT THE AUTHOR

...view details