ଓଡିଶା

odisha

ଝିଅକୁ ବିଦା କରି ଦୁନିଆରୁ ବିଦାୟ ନେଲେ ବାପା-ମାଆ, ପିକଅପ ଭ୍ୟାନ ଦୁର୍ଘଟଣାରେ ୪ମୃତ

By

Published : May 3, 2023, 9:42 AM IST

Updated : May 3, 2023, 2:28 PM IST

ଝିଅର ବିବାହ କରି ଫେରୁଥିବା ବେଳେ ଓଲଟିଲା ପିକଅପ ଭ୍ୟାନ । ଚାଲିଗଲେ ବାପା ମାଆଙ୍କ ସମେତ ୪ ଜଣ । ୨୯ଜଣ ଆହତ ହୋଇଥିବା ବେଳେ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

road accident in gumla
road accident in gumla

ରାଞ୍ଚି:ଅଧାରେ ରହିଗଲା ଘର ବାହୁଡା । ଝିଅକୁ ବିଦା କରି ଘରକୁ ଫେରୁଥିବା ବେଳେ ଅଧାବାଟରେ ଡାକିନେଲା ଯମ । ବିବାହ କରାଇ ଫେରୁଥିବା ବେଳେ ନିୟନ୍ତ୍ରଣ ହରାଇ ଓଲଟିଲା ପିକଅପ ଭ୍ୟାନ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଝାଡଖଣ୍ଡ ଗୁମଲାର ଡୁମରୀରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ମୃତକଙ୍କ ମଧ୍ୟରେ କନ୍ୟାର ପିତା ମାତା ରହିଥିବା ସୂଚନା ମିଳିଛି । ତେବେ ମେଟ ଆହତ ୨୯ଜଣଙ୍କ ମଧ୍ୟରୁ ୧୧ଜଣ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ଜଣାପଡିଛି ।

ସୂଚନାଅନୁସାରେ ଦୁର୍ଘଟଣା ସମୟରେ ପିକଅପ ଭ୍ୟାନରେ ୪୫ରୁ ୫୫ଜଣ ରହିଥିଲେ । ଡୁମରୀର ସାରଙ୍ଗଡିହରେ ବିବାହ ଉତ୍ସରେ ଯୋଗ ଦେଇ ଘରକୁ ଫେରୁଥିଲେ । ସେହି ସମୟରେ ଜରଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ପିକଭ୍ୟାନ ଓଲଟିପଡିଥିଲା । ଫଳରେ ପିକଅପ ଭ୍ୟାନରେ ରହିଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୯ଜଣ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଆହତଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ଚେନପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ଯୋଗୁଁ ସଦର ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ଜିଲ୍ଲାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜାରି ପୋଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ଏକ ବସରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ଦୁର୍ଘଟଣା ଖବର ପାଇବା ପରେ ସଦର ହସ୍ପିଟାଲରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆହତମାନେ ପହଞ୍ଚିବା କ୍ଷଣି ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା ।

ତେବେ ଗୁରୁତରମାନଙ୍କୁ ପ୍ରଥମେ ଜରୁରୀକାଳିନ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତରରେ ହେବାରୁ ସମସ୍ତଙ୍କୁ RIMS ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦିଆଯାଇଛି । ଆହତମାନଙ୍କ ହାତ, ଗୋଡ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି । ସଂରଗଢିହ ଗ୍ରାମରେ ଝିଅର ବିବାହ ଶେଷ ହେବା ପରେ ସମସ୍ତେ କଟାରୀ ଗ୍ରାମ ଫେରୁଥିଲେ । ୪ଜଣଙ୍କ ବ୍ୟବଚ୍ଛେଦ କରାଯାଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଦୁର୍ଘଟଣାକୁ ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମାନ୍ତ ସୋରେନ ଦୁଃଖପ୍ରକାଶ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି,"ସଡକ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଏଭଳି ସମୟରେ ଶୋକସନ୍ତପ ପରିବାରକୁ ଭଗବାନ ସାହାସ ଦିଅନ୍ତୁ । ଦୁର୍ଘଟଣାରେ ଆହତ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 3, 2023, 2:28 PM IST

ABOUT THE AUTHOR

...view details