ଓଡିଶା

odisha

ଶହେ ଆସନ ଜିତିପାରିବ ନାହିଁ ସମାଜବାଦୀ ପାର୍ଟି: କେନ୍ଦ୍ରମନ୍ତ୍ରୀ

By

Published : Feb 21, 2022, 7:46 PM IST

ୟୁପି ନିର୍ବାଚନରେ ସମାଜବାଦୀ ପାର୍ଟିର ଶୋଚନୀୟ ପରାଜୟ ହେବ । ସପା ପୁରା ରାଜ୍ୟରେ ସଫା ହୋଇଯିବ । ଦଳ 100 ଆସନ ମଧ୍ୟ ଛୁଇଁପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଶାସକ ବିଜପି ବିରୋଧୀ ସମାଜବାଦୀ ପାର୍ଟି ମଧ୍ୟରେ କଡା ମୁକାବିଲା ହେଉଛି । ଯଦିଓ ପ୍ରଚାର ପ୍ରସାର ନିର୍ବାଚନ ପରିଚାଳନାରେ ଯଥେଷ୍ଟ ଆଗରେ ବିଜେପି ରହିଛି । ତଥାପି ବିରୋଧୀ ସମାଜବାଦୀ ପାର୍ଟି ବିଜେପିକୁ କଡା ଟକ୍କର ଦେଉଛି ।

ମୋଟ 7 ଟି ପର୍ଯ୍ୟାୟରେ ହେଉଥିବା ୟୁପି ବିଧାନସଭା ନିର୍ବାଚନ ଆସନ୍ତା 23 ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଗତକାଲି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଥିବା ବେଳେ ସେଥିରେ ରହିଛି ଗୁରୁତ୍ବପୂର୍ଣ୍ଣ କରହଲ ବିଧାନସଭା ଆସନ । କରହଲରେ ନିର୍ବାଚନ ଶେଷ ହେବା ପରେ ଆଜି କେନ୍ଦ୍ରମନ୍ତ୍ରୀ ତଥା ୟୁପି ବିଧାନସଭା ବିଜେପି ନିର୍ବାଚନୀ ସହ ପ୍ରଭାରୀ ଅନୁରାଗ ଠାକୁର ବଡ ବୟାନ ଦେଇଛନ୍ତି ।

ଅନୁରାଗ କହିଛନ୍ତି ୟୁପି ନିର୍ବାଚନରେ ସମାଜବାଦୀ ପାର୍ଟିର ଶୋଚନୀୟ ପରାଜୟ ହେବ । ସପା ପୁରା ରାଜ୍ୟରେ ସଫା ହୋଇଯିବ । ଦଳ 100 ଆସନ ମଧ୍ୟ ଛୁଇଁପାରିବ ନାହିଁ । ଏପରିକି ସପା ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ କରହଲ ଆସନରେ ଜିତି ପାରିବେ ନାହିଁ । ୟୁପି ଜନତା ଗୁଣ୍ଡାରାଜ, ମାଫିଆରାଜ ବିରୋଧରେ ଭୋଟ ଦେଉଛନ୍ତି । ସପାକୁ କାହିଁକି ଭୋଟ ଦେବେ । ୟୁପିବାସୀ ବିକାଶ ସୁରକ୍ଷା ସପକ୍ଷରେ ଅଛନ୍ତି । ମୋଦିଙ୍କ ସହ ରହିଛନ୍ତି । ତେଣୁ ସପା ସଫା ନିଶ୍ଚିତ ।

ଅଖିଳେଶଙ୍କ ଉପରେ ଅନୁରାଗ ଆହୁରି ଆକ୍ରମଣ କରି କହିଛନ୍ତି ଯେଉଁ ଆତଙ୍କବାଦୀର ପିତା ଅଖିଳେଶଙ୍କ ସମ୍ପର୍କରେ ଅଛନ୍ତି, ଯେଉଁ ଆତଙ୍କବାଦୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବା ପାଇଁ ଅଖିଳେଶ ଉଦ୍ୟମ କରିଥିଲେ ସେହି ଅଖିଳେଶଙ୍କୁ ୟୁପିବାସୀ ପ୍ରତ୍ୟାଖାନ କରିଛନ୍ତି । ଆଉ ଏହି ସ୍ଥିତି ଦେଖି ଅଖିଳେଶ ଇଭିଏମ ଉପରେ ଦୋଷ ଦେବା ଅନୁଚିତ । କାରଣ ମାର୍ଚ୍ଚ 10 ରେ ଅଖିଳେଶ ଇଭିଏମର ଦୋଷ ଦେବା ନିଶ୍ଚିତ । ତେଣୁ ଅଖିଳେଶଙ୍କୁ ଆଗୁଆ ପରାମର୍ଶ ଦେଉଛି ଯେଉଁ ଫଳାଫଳ ଆସିବ ତାହାକୁ ଗ୍ରହଣ କରିବା ସହ ଇଭିଏମକୁ ଦୋଷ ଦେବେ ନାହିଁ । ଅଖିଳେଶ ସପା-ଆରଏଲଡି ମେଣ୍ଟ 4 ଶହ ଆସନ ଜିତିବ ବୋଲି ଦାବି କରୁଛନ୍ତି । ପ୍ରଥମେ ଅଖିଳେଶ ନିଜ ଆସନ ବଞ୍ଚାନ୍ତୁ, ପରେ 4 ଶହ ଆସନ ଦେଖିବେ ବୋଲି କହିଛନ୍ତି ଅନୁରାଗ ।

@ANI

ABOUT THE AUTHOR

...view details