ଓଡିଶା

odisha

Budget 2022-23: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରେଳମନ୍ତ୍ରୀ

By

Published : Feb 1, 2022, 3:56 PM IST

ଲୋକସଭାରେ ଉପସ୍ଥାପନା ହୋଇଛି କେନ୍ଦ୍ରୀୟ ବଜେଟ ୨୦୨୨-୨୩ । ରେଳବାଇ କ୍ଷେତ୍ରରେ ଅଧିକ ପରିମାଣରେ ଅଧିକ ପୁଞ୍ଜି ନିବେଶ କରିଥିବାରୁ ରେଳମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଅଧିକ ପଢନ୍ତୁ

Budget 2022-23 : ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରେଳମନ୍ତ୍ରୀ
Budget 2022-23 : ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ:ଆଜି ଲୋକସଭାରେ ଉପସ୍ଥାପନା ହୋଇଛି କେନ୍ଦ୍ରୀୟ ବଜେଟ ୨୦୨୨-୨୩ । ସାଧାରଣ ବଜେଟ ସହ ରେଳ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ରେଳ ବଜେଟ ବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଳବାଇ କ୍ଷେତ୍ରରେ ଅଧିକ ପରିମାଣରେ ଅଧିକ ପୁଞ୍ଜି ନିବେଶ କରିଥିବାରୁ ରେଳମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

କୋରୋନା କଟକଣା ମଧ୍ୟରେ ଉପସ୍ଥାପିତ ହୋଇଛି ଚଳିତ ବର୍ଷର ବଜେଟ । କୋରୋନା ମହାମାରୀ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଭୁଷୁଡି ପଡିଥିଲା। ବର୍ତ୍ତମାନ ଏହି ଅର୍ଥବ୍ୟବସ୍ଥାକୁ ଅଭିବୃଦ୍ଧି ଆଡକୁ ଅଗ୍ରସର କରିବା ପାଇଁ ବଜେଟରେ ଧ୍ୟାନ ଦିଆଯାଇଛି। ତେବେ ଚଳିତ ବଜେଟକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ କରିଛନ୍ତି। ଚଳିତ ବଜେଟରେ ନିଯୁକ୍ତି ଓ ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦିଆଯାଇଛି। ଏହା ସହ ବଜେଟରେ ପୁଞ୍ଜି ନିବେଶ ଏବଂ ଭିତ୍ତିଭୂମି ବିକାଶର ଉନ୍ନତି ପାଇଁ ବ୍ୟବସ୍ଥା କରାଯାଇଛି। ଏହା ଏକ ବିକାଶ କ୍ଷେତ୍ରକୁ ଆଗେଇନେଉଥିବା ବଜେଟ ବୋଲି କହିଛନ୍ତି।

ବଜେଟକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ ଚଳିତ ବଜେଟରେ ରେଳବାଇ ପାଇଁ ନୂଆ ଉତ୍ପାଦନ ଓ ସେବା ବ୍ୟବସ୍ଥା କରାଯାଇଛି । ଯାହା ବିଶେଷ କରି ଛୋଟ ଚାଷୀ ଓ ଉଦ୍ୟୋଗୀଙ୍କ ପାଇଁ ଯଥେଷ୍ଟ ଲାଭଦାୟକ ହେବ। ରେଳବାଇକୁ ଦେଶର ଅନୁନ୍ନତ ଅଞ୍ଚଳ ସହିତ ଜଡିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ସହ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି। ସୂଚନାଥାଉକି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟରେ ସେ ଭଳି କୌଣସି ବଡ ପରିବର୍ତ୍ତନ କରାଯାଇନାହିଁ। ତେବେ କୋରୋନା ମହାମାରୀରେ ଦେଶର ଅର୍ଥନୀତି ଭୁଶୁଡି ପଡିଥିଲା ଏହାକୁ ଗତି ଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ସରକାର। ଦେଶର ଅର୍ଥନୀତିକ କ୍ଷେତ୍ର ସହ ଜିଡିପିରେ ଅଭିବୃଦ୍ଧି ହେବା ଲକ୍ଷ୍ୟ ରଖାଯାଇଛି।

ABOUT THE AUTHOR

...view details