ଓଡିଶା

odisha

Punjab Assembly Poll: ଫେବୃଆରୀ ୨୦କୁ ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ

By

Published : Jan 17, 2022, 2:43 PM IST

Updated : Jan 17, 2022, 3:07 PM IST

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ । ଫେବୃଆରୀ ୨୦ରେ ହେବ ନିର୍ବାଚନ । ପୂର୍ବରୁ ଫେବୃଆରୀ ୧୪ରେ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା । ଅଧିକ ପଢନ୍ତୁ

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ, ଫେବୃୟାରୀ ୨୦ ରେ ହେବ ମତଦାନ
ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ, ଫେବୃୟାରୀ ୨୦ ରେ ହେବ ମତଦାନ

ନୂଆଦିଲ୍ଲୀ :ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ । ଫେବୃଆରୀ ୨୦ରେ ହେବ ନିର୍ବାଚନ । ଏନେଇ ସୋମବାର ନିର୍ବାଚନ କମିସନ ଘୋଷଣା କରିଛନ୍ତି । ପୂର୍ବରୁ ଫେବୃଆରୀ ୧୪ରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବା ନେଇ ଘୋଷଣା କରିଥିଲେ କମିସନ । ତେବେ ବର୍ତ୍ତମାନ ପଞ୍ଜାବର ୧୧୭ ଆସନ ବିଶିଷ୍ଟ ବିଧାନସଭାରେ ଫେବୃଆରୀ ୧୪ ବଦଳରେ ୨୦ରେ ହେବ ମତଦାନ ।

ଫେବୃଆରୀ ୧୪ରେ ସନ୍ଥ ରବିଦାସଙ୍କ ଜୟନ୍ତୀ ରହିଥିବା ଯୋଗୁଁ ପଞ୍ଜାବର ସମସ୍ତ ରାଜନୈତିକ ଦଳ ଏହି ଦିନରେ ନିର୍ବାଚନ ନ କରିବା ନେଇ ନିର୍ବାଚନ ଆୟୋଗ ନିକଟରେ ଦାବି କରିଥିଲେ । କଂଗ୍ରେସ, ପଞ୍ଜାବ ଲୋକ କଂଗ୍ରେସ, ବିଜେପି ଓ ବହୁଜନ ସମାଜବାଦ ପାର୍ଟୀ ସମେତ ସମସ୍ତ ରାଜନୈତିକ ଦଳ ନିର୍ବାଚନ କମିସନ ନିକଟରେ ନିର୍ବାଚନ ତାରିଖ ଘୁ଼ଞ୍ଚାଇବା ପାଇଁ ପତ୍ର ଲେଖିଥିଲେ। ସୋମବାର ନିର୍ବାଚନ କମିସନ ସମସ୍ତ ରାଜନୈତିକ ଦଳର ଦାବିକୁ ଗ୍ରହଣ କରି ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖରୁ ପରିବର୍ତ୍ତନ କରିଛନ୍ତି । ଫେବୃଆରୀ ୧୪ ବଦଳରେ ୨୦ରେ ନିର୍ବାଚନ ନେଇ ନିର୍ବାଚନ କମିସନ ଘୋଷଣା କରିଛନ୍ତି।

ସୂଚନାଥାଉକି ଦେଶର ପାଞ୍ଚଟି ରାଜ୍ୟରେ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ନିର୍ବାଚନ କମିସନ ଘୋଷଣା କରିଥିଲେ। ଏହା ସହ ଫେବୃୟାରୀ ୧୪ରେ ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ନିର୍ବାଚନ ନେଇ ଘୋଷଣା କରିଥିଲେ। ପଞ୍ଜାବରେ ୧୧୭ ଆସନ ବିଶିଷ୍ଟ ବିଧାସନଭା ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ।

@ANI

Last Updated : Jan 17, 2022, 3:07 PM IST

ABOUT THE AUTHOR

...view details