ଓଡିଶା

odisha

ଲକ୍ଷ୍ନୌରେ କଂଗ୍ରେସ ସ୍କ୍ରିନିଂ କମିଟି ସହ ବୈଠକ କରିବେ ପ୍ରିୟଙ୍କା

By

Published : Sep 30, 2021, 3:04 PM IST

ଆଜି(ଗୁରୁବାର) ଲକ୍ଷ୍ନୌରେ କଂଗ୍ରେସ ସ୍କ୍ରିନିଂ କମିଟି ସହ ବୈଠକ କରିବେ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ...

ଲକ୍ଷ୍ନୌରେ କଂଗ୍ରେସ ସ୍କ୍ରିନିଂ କମିଟି ସହ ବୈଠକ କରିବେ ପ୍ରିୟଙ୍କା
ଲକ୍ଷ୍ନୌରେ କଂଗ୍ରେସ ସ୍କ୍ରିନିଂ କମିଟି ସହ ବୈଠକ କରିବେ ପ୍ରିୟଙ୍କା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ଏଥିଲାଗି ଲକ୍ଷ୍ନୌ ଗସ୍ତରେ ଅଛନ୍ତି କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ତେବେ ଗସ୍ତର ୪ର୍ଥ ଦିନରେ ତଥା ଆଜି(ଗୁରୁବାର) ନବଗଠିତ ସ୍କ୍ରିନିଂ କମିଟି ସହିତ ବୈଠକ କରିବେ ପ୍ରିୟଙ୍କା । ଗତ ୩ ଦିନ ଧରି ପ୍ରିୟଙ୍କା କଂଗ୍ରେସ କାର୍ଯ୍ୟାଳୟରେ କର୍ମୀଙ୍କ ସହିତ ବିଭିନ୍ନ ସମ୍ପର୍କରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

ପ୍ରିୟଙ୍କା ଲକ୍ଷ୍ନୌ ଗସ୍ତରେ କଂଗ୍ରେସ କର୍ମୀଙ୍କ ସହିତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହାପରେ ସେ ବୁଧବାର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କାର୍ଯ୍ୟାଳୟରେ ସେ ନେତାଙ୍କ ସହିତ ଦୀର୍ଘ ସାଢେ ୩ ଘଣ୍ଟା ଧରି ଆଲୋଚନା କରିଥିଲେ । ଏହାସହିତ ବଞ୍ଜାରା ସମିତି, ମୌର୍ଯ୍ୟ ସମାଜ ଓ ଡକ୍ଟର ଆସୋସିଏସନର ପ୍ରତିନିଧିଙ୍କୁ ଭେଟିଥିଲେ ।

ଗୁରୁବାର ପ୍ରିୟଙ୍କା ସୋସିଆଲ ମିଡିଆ ଦଳ ସହ ଏକ ବୈଠକ କରୁଛନ୍ତି, ଯାହାଦ୍ବାରା ବିରୋଧୀ ଦଳ ଉପରେ ଆକ୍ରମଣ ହୋଇପାରିବ। ଏହାବ୍ୟତୀତ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସ୍କ୍ରିନିଂ କମିଟିର ବୈଠକ ମଧ୍ୟ ହେବ। ଏହି ବୈଠକରେ ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା କରାଯିବ ।

ତେବେ ପ୍ରିୟଙ୍କା ଏହି ୪ ଦିନିଆ ଗସ୍ତରେ ଥରେ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆସିନାହାଁନ୍ତି। କଂଗ୍ରେସ ଦଳରେ ଲଗାତାର ଉତ୍ତେଜନା ଯୋଗୁଁ ସେ ଗଣମାଧ୍ୟମ ସାମନାକୁ ଆସିନଥିବା ବିଶ୍ବାସ କରାଯାଉଛି । ପଞ୍ଜାବରେ ଅଶାନ୍ତି ଦେଖାଦେଇଛି। ଏହି କାରଣରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଗଣମାଧ୍ୟମର ପ୍ରଶ୍ନର ସାମ୍ନା କରିବାକୁ ପଡିବ। ସେଥିପାଇଁ ସେମାନେ ଆଗକୁ ଆସୁନଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details