ଓଡିଶା

odisha

PM Modi Fitness: 72 ବର୍ଷରେ ବି ଫିଟ୍‌ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଫିଟ୍‌ନେସ୍‌ ରହସ୍ୟ

By

Published : May 25, 2023, 4:33 PM IST

ଆପଣ ଜାଣନ୍ତି କି ସୁସ୍ଥ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜୀବନଶୈଳୀରେ କେଉଁ ଅଭ୍ୟାସ ଆପଣାଉଛନ୍ତି ? ମୋଦିଙ୍କ ଭଳି ଆପଣ ବି ଫିଟ୍‌ ରହିବାକୁ ଚାହୁଁଥିଲେ ପଢନ୍ତୁ ପୁରା ଖବର

PM Modi Fitness
PM Modi Fitness

ହାଇଦ୍ରାବାଦ: ଜଣେ ଭେଟେରାନ ନେତା ତଥା ରାଜନେତା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫିଟନେସ ପାଇଁ ମଧ୍ୟ ବେସ ଜଣାଶୁଣା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 72 ବର୍ଷ ବୟସ ଅତିକ୍ରମ କରିସାରିଥିଲେ ହେଁ ସେ ଜଣେ ଯୁବକଙ୍କଠାରୁ ଅଧିକ ଉତ୍ସାହବାନ ଓ ସକ୍ରିୟ ରହିଛନ୍ତି । ତେବେ ମୋଦି ସଦାସର୍ବଦା ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ବ ଦେଇଥାଆନ୍ତି । ସେ ନିଜକୁ ଫିଟ୍‌ ରଖିବା ପାଇଁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇଥାଆନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫିଟନେସ୍ କେବଳ ଯୁବକମାନଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ଏକ ଆଦର୍ଶ ବୋଲି ବିବେଚନା କରାଯାଏ । ଆପଣ ଜାଣନ୍ତି କି ସୁସ୍ଥ ରହିବାକୁ ମୋଦି ତାଙ୍କ ଜୀବନଶୈଳୀରେ କେଉଁ ଅଭ୍ୟାସ ଆପଣାଇଥାଆନ୍ତି ? ସୁସ୍ଥ ଏବଂ ଫିଟ୍‌ ରହିବା ପାଇଁ ସେ କଣ କରନ୍ତି ଜାଣନ୍ତୁ...

ଯୋଗ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗକୁ ସୁସ୍ଥ ରହିବାର ଚାବି ବୋଲି ବିବେଚନା କରନ୍ତି । ଯୋଗ ଶରୀର ପାଇଁ କେତେ ଲାଭଦାୟକ ସେନେଇ ମୋଦି ଟ୍ବିଟର ତଥା ଅନ୍ୟାନ୍ୟ ପ୍ଲାଟଫର୍ମରେ ଅନେକ ଥର ଉଲ୍ଲେଖ କରିଛନ୍ତି ତଥା ପ୍ରତିକ୍ରିୟା ଦେଇଛନ୍ତି । 2020 ମସିହାରେ ଯେତେବେଳେ ମହାମାରୀ ଆରମ୍ଭ ହୋଇଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଯୋଗର ମହତ୍ତ୍ବ ବୁଝାଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ ତାଙ୍କ ଜୀବନର ଏକ ଅଂଶ ହୋଇରହିଛି ଏବଂ ସେ ଏହାଦ୍ବାରା ଅନେକ ଉପକୃତ ହୋଇଛନ୍ତି ।

ଆୟୁର୍ବେଦରେ ବିଶ୍ବାସ କରନ୍ତି ମୋଦି:ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା ଅନୁସାରେ, ଯୋଗ ସହିତ ଆୟୁର୍ବେଦ ଉପରେ ଆମର ବିଶ୍ୱାସ ରହିବା ଉଚିତ୍। ସେ କହିଛନ୍ତି ଯେ ବିଶ୍ୱ ଖୁବଶୀଘ୍ର ଆୟୁର୍ବେଦର ନୀତି ଗ୍ରହଣ କରିବ। ଏହାର ମହତ୍ତ୍ବ ବୁଝିବା ପାଇଁ ସେ ଯୁବକମାନଙ୍କୁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: international day to end obstetric fistula 2023: କଣ ପାଇଁ ହୁଏ ଏହି ରୋଗ? ଜାଣନ୍ତୁ କାରଣ

ସକାଳ ବ୍ୟାୟାମ(Morning Exercise):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦୈନନ୍ଦିନ କାର୍ଯ୍ୟଶୈଳୀରେ ଯୋଗ ସହ ପ୍ରାତଃ ବ୍ୟାୟମକୁ ମଧ୍ୟ ସାମିଲ କରିଛନ୍ତି। ଯୋଗ ବ୍ୟତୀତ ସେ ପ୍ରକୃତି, ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆଲୋକର ପାଞ୍ଚଟି ଉପାଦାନ ଦ୍ୱାରା ଅନୁପ୍ରାଣିତ ଅଟନ୍ତି । ସେଥିପାଇଁ ସେ ସକାଳେ ଯୋଗ ସହ ବ୍ୟାୟମ କରିଥାନ୍ତି।

ସ୍ୱାସ୍ଥ୍ୟ ଉପଯୁକ୍ତ ଖାଦ୍ୟ (Healthy Diet):ପ୍ରଧାନମନ୍ତ୍ରୀ ମୋଦି ସାତ୍ବିକ ଖାଦ୍ୟ ଖାଇଥାନ୍ତି । ମିଳିଥିବା ସୂଚନା ଅନୁସାରେ, ସେ ସକାଳ ଜଳଖିଆରେ ପୋହା ଖାଇଥାନ୍ତି । ଏଥିରେ କୌଣସି ପ୍ରକାର ଚର୍ବି ଏବଂ ଚିନି ନଥାଏ । ପନିପରିବା ମିଶାଇ ଏହାକୁ ଭାଜିବା ପରେ ମଧ୍ୟ ଏହାର ପୁଷ୍ଟିକର ତତ୍ତ୍ୱରେ କୌଣସି ପରିବର୍ତ୍ତନ ହୋଇନଥାଏ । 100 ଗ୍ରାମ ପୋହାରେ 2ରୁ 4 ଗ୍ରାମ ଫାଇବର ଥାଏ । ଅନ୍ୟପଟେ 100 ଗ୍ରାମ ପୋହାରେ ପ୍ରାୟ 70 ଗ୍ରାମ କାର୍ବୋହାଇଡ୍ରେଟ୍ ମଧ୍ୟ ରହିଥାଏ । ତେଣୁ ମୋଦି ପୋହା ଖାଇବା ପାଇଁ ପସନ୍ଦ କରିଥାଆନ୍ତି । ଶାକାହାରୀ ଖାଦ୍ୟ ବ୍ୟତୀତ ପ୍ରଧାନମନ୍ତ୍ରୀ ସୁସ୍ଥ ରହିବା ପାଇଁ ଫଳ ଏବଂ ପନିପରିବା ଖାଉଛନ୍ତି । ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଆମକୁ ବ୍ୟାୟାମ, ଯୋଗ ଏବଂ ଭଲ ଖାଇବା ଉଚିତ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details